fbpx

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଆଜି ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ। ଶନିବାର ଦିନ ସନ୍ଧ୍ୟାରେ ୱେବସାଇଟ୍‌ରେ ଉପଲବ୍ଧ ହେବ।  ଛାତ୍ରଛାତ୍ରୀ ମାନେ orissaresults.nic.in ରୁ ନିଜର ପରୀକ୍ଷା ଫଳ ଜାଣି ପାରିବେ । ସେହିପରି କଲେଜରେ ମଧ୍ୟ ରେଜଲ୍ଟ ପାଇପାରିବେ ଛାତ୍ରଛାତ୍ରୀ ।କଲେଜଗୁଡ଼ିକର ଇ-ସ୍ପେସରେ ପିଲାଙ୍କ ରେଜଲ୍ଟ ଅପଲୋଡ୍‌ କରାଯିବ । ଏନେଇ ସିଏଚଏସଇର ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ସୂଚନା ଦେଇଛନ୍ତି ।

ତେବେ ପରୀକ୍ଷା ଫଳ ନିର୍ଦ୍ଦିଷ୍ଟ କେଉଁ ସମୟରେ ପ୍ରକାଶ ପାଇବ ତାହାକୁ ଶନିବାର ଅପରାହ୍ଣ ୨ଟାରେ ପରିଷଦ କର୍ତ୍ତୃପକ୍ଷ ଜଣାଇବେ ।କେବଳ ୱେବ୍‌ସାଇଟ୍‌ ଓ କଲେଜ ଜରିଆରେ ହିଁ ଛାତ୍ରଛାତ୍ରୀ ନିଜର ଫଳ ଜାଣି ପାରିବେ । ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧା କଳା ଓ ଧନ୍ଦାମୂଳକ ଶିକ୍ଷାର ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ପାଇବ ।

Get real time updates directly on you device, subscribe now.