fbpx

ଶାହୀନ ବାଗ ଅଞ୍ଚଳରୁ ୫୦ କେଜି ହିରୋଇନ୍, ନଗଦ ୩୦ ଲକ୍ଷ ଏବଂ ଟଙ୍କା ଗଣା ମେଶିନ ଜବତ

ନୂଆଦିଲ୍ଲୀ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଆଜି ଏକ ବଡ଼ ସଫଳତା ହାସଲ କରିଛି । ଏନସିବି ଦିଲ୍ଲୀର ଶାହୀନ ବାଗ ଅଞ୍ଚଳରୁ ୫୦ କେଜି ହିରୋଇନ୍ ଜବତ କରିଛି । ଏହା ସହିତ ୩୦ ଲକ୍ଷ ନଗଦ ଟଙ୍କା, ଟଙ୍କା ଗଣିବା ମେଶିନ ଏବଂ ୪୭ କେଜି ଅନ୍ୟାନ୍ୟ ଡ୍ରଗ୍ସ ଜବତ ହୋଇଛି । ଏନସିବିର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ଯେ, ଜବତ ହୋଇଥିବା ହିରୋଇନ୍ ଆଫଗାନିସ୍ତାନରୁ ଆସିଛି । ଏବଂ ଏଥି ପାଇଁ ଟଙ୍କା ହାୱାଲା ମାଧ୍ୟମରେ ପଠାଯାଇଥିବା ଆଶଙ୍କା କରାଯାଉଛି ।

ଅଧୀକାରୀ କହିଛନ୍ତି ଯେ, ଏହି ମାମଲାରେ ଜଣେ ଭାରତୀୟଙ୍କୁ ଗିରଫ କରାଯାଇଛି । ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ମୁତାବକ ଦିଲ୍ଲୀ-ଏନସିଆର ଅଞ୍ଚଳ ନିକଟରେ ଥିବା ଇଣ୍ଡୋ-ଆଫଗାନ ସିଣ୍ଡିକେଟ ଏହା ସହିତ ସିଧାସଳଖ ଯୋଡ଼ି ହୋଇଅଛି । ଏସନସିବି କହିଛି ଯେ, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଦିଲ୍ଲୀରେ ଏହି ର୍ୟାକେଟ୍ ନିଶାଦ୍ରବ୍ୟ ଚାଲାଣ କରୁଥିଲା । ଏଥି ସହିତ ଏହା ମଧ୍ୟ ଜଣା ପଡ଼ିଛି ଯେ, ଆନ୍ତରାଷ୍ଟ୍ରିୟ ଟସ୍କରଙ୍କ ସାହାଯ୍ୟରେ ସମୁଦ୍ର ଏବଂ ସ୍ଥଳ ମାର୍ଗରେ କପଡ଼ା, ମସଲା ଏବଂ ଅନ୍ୟ ଜିନିଷ ମାଧ୍ୟମରେ ଏହାର ଚାଲାଣ କରାଯାଇଛି ।

Get real time updates directly on you device, subscribe now.