fbpx

(Video) ଆନ୍ତର୍ଜାତୀୟ ଯୋଗ ଦିବସ ୨୦୨୩: ପ୍ରଧାନମନ୍ତ୍ରୀ କହିଲେ ଯୋଗ ଏକ ଆନ୍ଦୋଳନ ପାଲଟିଛି, ଏଥର ଥିମ୍ ‘ ବସୁଧୈବ କୁଟୁମ୍ବକମ୍’

ନୂଆଦିଲ୍ଲୀ: ସାରା ବିଶ୍ୱରେ ଆଜି ଯୋଗ ଦିବସ ପାଳନ ହେଉଛି । ଗାଁ ଠାରୁ ସହର, ଦେଶ ବିଦେଶ ସବୁଠାରେ ପାଳନ ହେଉଛି ଯୋଗ ଦିବସ । ଏଥର ଯୋଗ ଦିବସର ଥିମ୍ ହେଉଛି ‘ ବସୁଧୈବ କୁଟୁମ୍ବକମ୍’ । ୨୦୧୪ ମସିହାରୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଯୋଗ ଦିବସ ପାଳନ ହେଉଛି । ତେବେ ପ୍ରଧାନମନ୍ତ୍ରୀ ଚଳିତ ବର୍ଷ ଯୋଗ ଦିବସରେ କେଉଁ ଆହ୍ୱାନ ଦେଇଛନ୍ତି ଆସନ୍ତୁ ଜାଣିବା ।

ଗତକାଲି ଅର୍ଥାତ୍ ୨୦ ଜୁନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ଦିନିଆ ଗସ୍ତରେ ଆମେରିକା ଯାଇଛନ୍ତି । ଆଜି ସେଠାରେ ସେ ବିଶ୍ୱବାସୀଙ୍କୁ ଯୋଗ ସଂପର୍କରେ କହିଛନ୍ତି । ସେ କହିଛନ୍ତି ଯେ, ‘ ଯୋଗ ପୂରା ସଂସାରକୁ ଏକ ପରିବାର ଭଳି ଗଢି ତୋଳିଛି । ଯାହା ପରସ୍ପରକୁ ଯୋଡି ଥାଏ, ତାହାହିଁ ଯୋଗ । ଯୋଗ ବିଶ୍ୱରେ ଏକ ଆନ୍ଦୋଳନ ଭାବେ ପରିଗଣିତ ହୋଇଛି । ଯୋଗରୁ ସୁସ୍ଥତା, ସାମର୍ଥ୍ୟ ଓ ଆୟୁଷ ଉପଲବ୍ଧ ହୋଇଥାଏ । ଭାରତ ସର୍ବଦା ଯୋଡିବା ପରମ୍ପରା ଉପରେ ବିଶ୍ୱାସ ରଖିଥାଏ । ଯୋଗ ଯୋଗୁଁ ପାରସ୍ପରିକ ଅନ୍ତବିରୋଧ ପରିସମାପ୍ତି ଘଟିଥାଏ । ଏହା ଭାରତ ବିବିଧତାକୁ ସମୃଦ୍ଧ କରିଛି । ପ୍ରତିରୋଧ ଓ ଗତିପଥରେ ପରିସମାପ୍ତି ଘଟାଏ ଯୋଗ ।’

ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ମିଳିତ ଜାତିସଂଘ ମୁଖ୍ୟାଳୟରେ ଆୟୋଜିତ ହେଉଥିବା ଯୋଗ କାର୍ଯ୍ୟକ୍ରମରେ ସେ ପ୍ରାୟ ୫.୩୦ ସମୟରେ ଅଂଶଗ୍ରହଣ କରିବେ। ଆହୁରି ମଧ୍ୟ କହିଛନ୍ତି ଯେ, ଭାରତର ଆହ୍ୱାନରେ ୧୮୦ ରୁ ଅଧିକ ଦେଶ ଏକାଠି ହେବା ଏକ ଇତିହାସରେ ପରିଣତ ହେବ।ଯୋଗ ଦିବସ ପାଇଁ ପ୍ରସ୍ତାବ ଯେତେବେଳେ ମିଳିତ ଜାତିସଂଘର ସାଧାରଣ ସଭାରେ ୨୦୧୪ ରେ ଆସିଲା, ସେତେବେଳେ ଏହାକୁ ବହୁ ସଂଖ୍ୟକ ଦେଶ ସମର୍ଥନ କରିଥିଲେ।

Get real time updates directly on you device, subscribe now.