fbpx

ଗୁଗୁଲରେ ଇଣ୍ଟର୍ଣ୍ଣସିପ୍ ସୁଯୋଗ; ଲକ୍ଷ ଲକ୍ଷ ଟଙ୍କାର ପ୍ୟାକେଜ୍ ସୁବିଧା, ଶୀଘ୍ର କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଗୁଗୁଲ ହେଉଛି ଏକ ମଲ୍ଟି ନ୍ୟାସନାଲ କମ୍ପାନୀ । ବିଶ୍ୱର ଅନେକ ସ୍ଥାନରେ ଏହାର ଅଫିସ ରହିଛି । କ୍ୟାମ୍ପସ ପ୍ଲେସମେଣ୍ଟ ମାଧ୍ୟମରେ ବଡ଼ ବଡ଼ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ନିଯୁକ୍ତ କରିଥାଏ । ପ୍ରାୟ ଅଧିକାଂଶ ବ୍ୟକ୍ତିଙ୍କ ସ୍ୱପ୍ନ ଥାଏ ଗୁଗୁଲ ଭଳି ଏକ ପ୍ରତିଷ୍ଠିତ କମ୍ପାନୀ ପାଇଁ କାମ କରିବା । ଏଠାରେ କର୍ମଚାରୀଙ୍କ ଦରମା ଲକ୍ଷେ ଟଙ୍କା ପାଖାପାଖି । ଏଥିମଧ୍ୟରେ ସଫ୍ଟୱେୟାର ଇଂଜିନିୟର କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର । ଖୁବ୍ ଶୀଘ୍ର ଗୁଗୁଲ ଶୀତକାଳୀନ ଇଣ୍ଟର୍ଣ୍ଣସିପ୍ ଆରମ୍ଭ କରିବାକୁ ଯାଉଛି ।

ଆଜିକାଲି ଅଧିକାଂଶ ଯୁବପିଢ଼ିଙ୍କ ମଧ୍ୟରେ ଗୁଗୁଲ କମ୍ପାନୀ ପାଇଁ କାମ କରିବାର କ୍ରୋଜ୍ ଦେଖାଦେଇଛି । କମ୍ପାନୀରେ ଉତ୍ତମ ଅନୁଭୟ ସହ ଚାକିରି ସୁଯୋଗ ମଧ୍ୟ ରହିଛି । ସ୍ନାତକ/ ସ୍ନତକତ୍ତୋର ଡିଗ୍ରୀ ହାସଲ କରିଥିବା ଶେଷ ବର୍ଷର ଛାତ୍ରଛାତ୍ରୀ କିମ୍ବା କମ୍ପ୍ୟୁଟର ସାଇନ୍ସରେ ଡୁଆଲ ଡିଗ୍ରୀ ପ୍ରୋଗ୍ରାମ କରିଥିବା ଛାତ୍ରଛାତ୍ରୀ ଗୁଗୁଲ ଇଣ୍ଟର୍ଣ୍ଣସିପ୍ ୨୦୨୫ ପ୍ରୋଗ୍ରାମ ପାଇଁ ଆବେଦନ କରିପାରିବେ । ଏଥିରେ କେବଳ ସେହି ଛାତ୍ରଛାତ୍ରୀ ଆବେଦନ କରିପାରିବେ ଯେଉଁମାନଙ୍କ କୋର୍ସ ୨୦୨୫ରେ ଶେଷ ହେବ । ଇଣ୍ଟର୍ଣ୍ଣସିପର ଅବଧୀ ୨୨ରୁ ୨୪ ସପ୍ତାହର ରହିବ । ଅଧିକ ବିବରଣୀ ପାଇଁ ଗୁଗୁଲର ଅଫିସିଆଲ ୱେବସାଇଟରେ ଥିବା ଲିଙ୍କକୁ ଯାଇ ଚେକ୍ କରିପାରିବେ । ଅକ୍ଟୋବରରେ ଆପଣ ଗୁଗୁଲ ଇଣ୍ଟର୍ଣ୍ଣସିପ୍ ପାଇଁ ଆବେଦନ କରିପାରିବେ । ଗୁଗୁଲ ଶୀତକାଳୀନ ଇଣ୍ଟର୍ଣ୍ଣସିପ୍ ଜାନୁଆରୀ ୨୦୨୫ରୁ ଆରମ୍ଭ ହେବ ।

ଗୁଗୁଲରେ ଇଣ୍ଟର୍ଣ୍ଣସିପ ପାଇଁ କ’ଣ ରହିଛି ଯୋଗ୍ୟତା ?

– ଆସୋସିଏଟ୍‌, ବ୍ୟାଚେଲର କିମ୍ବା ମାଷ୍ଟର୍ସ ପ୍ରୋଗ୍ରାମରେ ଏନରୋଲ କରିପରିବେ ।

– ସଫ୍ଟୱେୟାର ଡେଭେଲପମେଣ୍ଟ କିମ୍ବା ତତ୍ ସମ୍ବନ୍ଧୀୟ ଟେକ୍ନିକାଲ ଫିଲ୍ଡରେ ଟ୍ରେନିଂ ଅଭିଜ୍ଞତା ଥିବା ଆବଶ୍ୟକ ।

– C, C++, Java, JavaScript, Python କିମ୍ବା ଅନ୍ୟ ପ୍ରୋଗ୍ରାମିଂ ଲାଙ୍ଗୁଏଜରେ କୋଡିଂର ଅଭିଜ୍ଞତା ଥିବ ।

ଗୁଗୁଲ ଇଣ୍ଟର୍ଣ୍ଣଙ୍କୁ କେତେ ଦରମା ମିଳିଥାଏ ?

ଗୁଗୁଲ ଏହାର ବିଶେଷ ୱାର୍କ କଲଚର ଏବଂ ଦରମା ପାଇଁ ଜଣାଯାଏ । ଗୁଗୁଲର କର୍ମଚାରୀ ମାସିକ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି । ସେହିପରି ଦେଖିବାକୁ ଗଲେ ଇଣ୍ଟର୍ଣ୍ଣଙ୍କୁ କମ୍ପାନୀ ତରଫରୁ ମାସିକ ୬୦-୭୦ ହଜାର ଟଙ୍କା ଅଫର କରାଯାଇଥାଏ । ଆପଣଙ୍କ ବିଭାଗ ଏବଂ ୱାର୍କ ପ୍ରୋଫାଇଲ ଆଧାରରେ ଦରମା ନିର୍ଭର କରିଥାଏ ।

ଗୁଗୁଲ ଇଣ୍ଟର୍ଣ୍ଣସିପ୍ ପାଇଁ କିପରି ଆବେଦନ କରିବେ ?

ପ୍ରଥମେ ନିଜ ସିଭି କିମ୍ବା ରିଜ୍ୟୁମକୁ ଅପଡେଟ୍ କରନ୍ତୁ । ରିଜ୍ୟୁମ ସହ ଇଂରାଜୀରେ ଲେଖା ଏକ କଭର ଲେଟର ପ୍ରସ୍ତୁତ ରଖନ୍ତୁ । ଅନଲାଇନ୍ ଆବେଦନ କରିବା ସମୟରେ ଡକ୍ୟୁମେଣ୍ଟର ପିଡିଏଫ୍ ଅପଲୋଡ୍ କରନ୍ତୁ ।

– ପ୍ରଥମେ ଗୁଗୁଲ ଅଫିସିଆଲ ୱେବସାଇଟର ହୋମ୍‌ପେଜକୁ ଯାଆନ୍ତୁ ।

– ଗୁଗୁଲ କ୍ୟାରିୟର୍ସର ରିଜୁମ୍ ବିଭାଗରେ ଅପଡେଟ୍ ସିଭି/ ରିଜ୍ୟୁମ ଅପଲୋଡ୍ କରନ୍ତୁ । କୋଡିଂ ସହ ଜଡ଼ିତ କୌଣସି ତଥ୍ୟ ମଧ୍ୟ ଦେଇପାରନ୍ତି ।

– ଉଚ୍ଚ ଶିକ୍ଷା ବିଭାଗରେ ସମସ୍ତ ଡିଟେଲ୍ସ ଠିକ୍ ଭାବେ ପୂରଣ କରନ୍ତୁ । ଆପଣଙ୍କ ପାଠପଢ଼ା ଶେଷ ହୋଇନଥିଲେ ଡିଗ୍ରୀ ଷ୍ଟାଟସରେ ‘Now Attending’ ବିକଳ୍ପ ଚୟନ କରନ୍ତୁ । ଆବଶ୍ୟକୀୟଳ ଡକ୍ୟୁମେଣ୍ଟ ଅପଲୋଡ୍ ହେବା ପରେ ସବମିଟ୍ କରନ୍ତୁ ।

– ଭାରତ ସ୍ଥିତ ଗୁଗୁଲ ଅଫିସର ଯେକୌଣସି ବ୍ରାଞ୍ଚ୍ ଯଥା ବେଙ୍ଗାଲୁରୁ, ହାଇଦ୍ରାବାଦ, ମୁମ୍ବାଇ ଓ ଗୁରୁଗ୍ରାମରେ ଇଣ୍ଟର୍ଣ୍ଣସିପ୍ କରିବା ପାଇଁ ସୁଯୋଗ ମିଳିପାରିବ ।

Get real time updates directly on you device, subscribe now.