fbpx

LIC ର ଏହି ସ୍କିମରେ ପ୍ରତିଦିନ କରନ୍ତୁ ୧୫୮ ଟଙ୍କାର ନିବେଶ, ପିଲାଙ୍କୁ ମିଳିବ ଲକ୍ଷ ଲକ୍ଷ…

ନୂଆଦିଲ୍ଳୀ: ଦେଶର ସବୁଠୁ ବଡ଼ ସରକାରୀ ବୀମା କମ୍ପାନୀ ଏହାର ଗ୍ରାହକଙ୍କ ପାଇଁ ଅନେକ ଭଲ ସ୍କିମ୍ ଆଣିଥାଏ । ଏଲଆଇସିର ଅନେକ ସ୍କିମ ଲୋକପ୍ରିୟ ଅଟେ । ଯେଉଁଥିରେ ଲୋକଙ୍କୁ ନିବେଶ କରି ଭଲ ରିଟର୍ଣ୍ଣ ମଧ୍ୟ ମିଳିଥାଏ । କମ୍ପାନୀର ପିଲାଙ୍କଠାରୁ ଆରମ୍ଭ କରି ବରିଷ୍ଠ ନାଗରିକଙ୍କ ପାଇଁ ସ୍କିମ ରହିଛି । ଯଦି ଆପଣ ନିଜ ପିଲାଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ନିବେଶ କରିବାର ପ୍ଲାନ୍ କରୁଛନ୍ତି, ତେବେ ଏଲଆଇସିର ଜୀବନ ତରୁଣ ପଲିସି (LIC Jeevan Tarun Policy)ରେ ନିବେଶ କରିପାରିବେ । ଏହି ପଲିସିକୁ ପିଲାଙ୍କୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି । ଅଭିଭାବକମାନେ ପିଲାଙ୍କ ପାଠପଢ଼ା ଏବଂ ଅନ୍ୟ ଆବଶ୍ୟକତାକୁ ଧ୍ୟାନରେ ରଖି ଏହି ପ୍ଲାନ୍ ରେ ନିବେଶ କରିପାରିବେ ।

ଏଲଆଇସି ଜୀବନ ତରୁଣ ପଲିସି ନେବା ପାଇଁ ପିଲାଙ୍କ ବୟସ ସର୍ବନିମ୍ନ ୯୦ ଦିନ ହୋଇଥିବା ଆବଶ୍ୟକ ସେହିପରି ୧୨ ବର୍ଷରୁ ଅଧିକ ବୟସ ପଲାଙ୍କୁ ଏହି ପ୍ଲାନର ସୁବିଧା ମିଳିବ ନାହିଁ । ଏମିତିରେ ଯଦି ୧୨ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ନିବେଶ କରିବାକୁ ଚାହୁଛନ୍ତି, ତେବେ ଜୀବନ ତରୁଣ ସ୍କିମରେ ନିବେଶ କରି ନିଶ୍ଚିତ ରିଟର୍ଣ୍ଣ ପାଇପାରିବେ । ଏହି ସ୍କିମର ପ୍ରିମିୟମ ବାର୍ଷିକ, ଅର୍ଦ୍ଧ-ବାର୍ଷିକ, ତ୍ରୈମାସିକ କିମ୍ବା ମାସିକ ଆଧାରରେ ଭରିପାରିବେ । ପିଲାଙ୍କୁ ୨୫ ବର୍ଷ ହେଲେ ଏହି ପଲିସି ଅନୂଯାୟୀ ପୂରା ଲାଭ ମିଳିଥାଏ । ପିଲାକୁ ୨୦ ବର୍ଷ ହେବା ପର୍ଯ୍ୟନ୍ତ ଆପଣଙ୍କୁ ପ୍ରିମିୟମ ଭରିବାକୁ ପଡ଼ିବ । ମ୍ୟାଚୁରିଟି ସମୟରେ ଏହି ସ୍କିମରେ ଆପଣଙ୍କୁ ଡବଲ ବୋନସ ମିଳିଥାଏ । ଆପଣ ସର୍ବନିମ୍ନ ୭୫ ହଜାର ଟଙ୍କା ସମ୍ ଆସ୍ୟୁୟର୍ଡ ପଲିସି ନେଇପାରିବେ । ଅବଶ୍ୟ ଏହାର କୌଣସି ସର୍ବାଧିକ ଲିମିଟ୍ ନାହିଁ ।

ଯଦି ଆପଣ ୧୨ ବର୍ଷର ପିଲା ପାଇଁ ଏହି ପଲିସି କିଣୁଛନ୍ତି । ତେବେ ସର୍ବନିମ୍ନ ପାଞ୍ଚ ଲକ୍ଷ ଟଙ୍କା ସମ୍ ଆସ୍ୟୁୟର୍ଡ ସହ ପଲିସି ଟର୍ମ ୧୩ ବର୍ଷର ହେବ । ଜୀବନ ତରୁଣ ପଲିସି ଅନୂଯାୟୀ ଯଦି ଆପଣ ପିଲାଙ୍କ ପାଇଁ ଏହି ଯୋଜନାରେ ପ୍ରତିଦିନ ୧୫୮ ଟଙ୍କା ବଞ୍ଚାଉଛନ୍ତି । ତେବେ ଆପଣଙ୍କୁ ବାର୍ଷିକ ପ୍ରିମିୟମ ୫୭, ୧୫୮ ଟଙ୍କା ହେବ । ଆପଣଙ୍କୁ ଆଠ ବର୍ଷ ପର୍ଯ୍ୟନ୍ତ ଏହାର ପ୍ରିମିୟମ ଭରିବାକୁ ପଡ଼ିବ । ଅବଶ୍ୟ ଦ୍ୱିତୀୟ ବର୍ଷରେ ଆପଣଙ୍କୁ ପ୍ରିମିୟମ ଭାବରେ ୫୫,୯୨୮ ଟଙ୍କା ଭରିବାକୁ ପଡ଼ିବ । ଏହିଭଳି ଆପଣ ଆଞ୍ଚ ବର୍ଷରେ ସମୁଦାୟ ୪,୪୮,୬୫୪ ଟଙ୍କାର ପ୍ରିମିୟମ ଟଙ୍କା ଜମା କରିପାରିବେ । ପିଲାଙ୍କ ବୟସ ୨୫ ବର୍ଷ ପୂରା ହୋଇଯିବେ, ତେବେ ଆପଣଙ୍କୁ ରିଟର୍ଣ୍ଣ ଭାବରେ ୭,୪୭,୦୦୦ ଟଙ୍କା ମିଳିବ ।

୨୫ ବର୍ଷରେ କେହି ବ୍ୟକ୍ତି ନିଜ ୯୦ ଦିନରୁ ଏକ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ପ୍ରତିମାସରେ ପ୍ରାୟ ୨୮୦୦ ଟଙ୍କାର ନିବେଶ କରୁଛନ୍ତି, ତେବେ ମ୍ୟାଚୁରିଟି ପର୍ଯ୍ୟନ୍ତ ପିଲାଙ୍କ ନାମରେ ୧୫.୬୬ ଲକ୍ଷ ଟଙ୍କାର ଫଣ୍ଡ୍ କରିପାରିବେ । ଏହି ପଲିସି ୨୫ ବର୍ଷରେ ମ୍ୟାଚ୍ୟୁରିଟି ହୋଇଥାଏ । ସେହିଭଳି ଆପଣଙ୍କୁ ପ୍ରତିମାସରେ ୨୮୦୦ ଟଙ୍କା ପର୍ଯ୍ୟନ୍ତ ନିବେଶ କରିପାରିବେ ଏବଂ ନିବେଶ ଅବଧି ୨୦ ବର୍ଷ ପର୍ଯ୍ୟନ୍ତ ହେବ ।

Get real time updates directly on you device, subscribe now.