fbpx

ରାବଣଙ୍କ ମୃତ୍ୟୁ ପରେ ଦିଅର ବିଭୀଷଣଙ୍କୁ ବାହା ହୋଇଥିଲେ ମନ୍ଦୋଦରୀ: କାହିଁକି ନେଲେ ଏମିତି ନିଷ୍ପତ୍ତି?

Advertisement

ଶେଷ ହୋଇଛି ଦଶହରା ପର୍ବ । ବିଭିନ୍ନ ସ୍ଥାନରେ ରାବଣ ଦହନ କରାଯାଇଛି । ରାମାୟଣ ମହାଯୁଦ୍ଧରେ ରାବଣଙ୍କ ମୃତ୍ୟୁ ସହ ହୋଇଥିଲା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ବିଜୟ । ତେବେ ରାବଣ ଯେବେ ମାତା ସୀତାଙ୍କୁ ଅପହରଣ କରି ନେଇଥିଲେ, ସେତେବେଳେ ତାଙ୍କ ପରିବାରର କେବଳ ୨ ଜଣ ବ୍ୟକ୍ତି ହିଁ ଏହାକୁ ବିରୋଧ କରିଥିଲେ । ଲଙ୍କାପତି ରାବଣଙ୍କ କନିଷ୍ଠ ଭ୍ରାତା ବିଭୀଷଣ ଏବଂ ପତ୍ନୀ ମନ୍ଦୋଦରୀ । ଉଭୟ ଏହି ଯୁଦ୍ଧ ନ କରିବାକୁ ରାବଣଙ୍କୁ ଅନେକ ଥର ବୁଝାଇବାକୁ ଚେଷ୍ଟ କରିଥିଲେ, ତେଣୁ ବାରମ୍ବାର ସେମାନେ ଅପମାନିତ ହେଉଥିଲେ ।

Dussehra 2020: After Ravana's death, Mandodari married Vibhishan |दशहरा  2020: रावण के वध के बाद मंदोदरी ने विभीषण से किया था विवाह, जानिए कारण |  Hindi News, धर्म

ତେଣୁ ବିଜୟ ପରେ ଲଙ୍କାକୁ ତାଙ୍କ ଶରଣାର୍ଥୀ ବିଭୀଷଣଙ୍କ ହାତରେ ଦେଇଥିଲେ । କିନ୍ତୁ ରାବଣଙ୍କ ମୃତ୍ୟୁ ପରେ ଏକାକିନୀ ହୋଇ ଯାଇଥିଲେ ପତ୍ନୀ ମନ୍ଦୋଦରୀ । ଏହାପରେ ସେ ବିଭୀଷଣଙ୍କୁ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । କିନ୍ତୁ କାହିଁକି? ପୁରାଣ କଥା ଅନୁସାରେ, ମଧୁରା ନାମକ ଜଣେ ଅପ୍ସରା ଭଗବାନ ଶିବଙ୍କୁ ଧ୍ୟାନ କରି କୈଳାଶ ପର୍ବତରେ ପହଞ୍ଚିଥିଲେ । କିନ୍ତୁ ମାତା ପାର୍ବତୀଙ୍କ ଅଭିଶାପ ତାଙ୍କୁ ବେଙ୍ଗ ରୂପରେ ପରିବର୍ତ୍ତନ କରି ଦେଇଥିଲା । ଏହାସହିତ ୧୨ ବର୍ଷ ପର୍ଯ୍ୟନ୍ତ ଏକ କୂଅରେ ରହିବା ପାଇଁ ଅଭିଶାପ ଦେଇଥିଲେ ମାତା ପାର୍ବତୀ । ୧୨ ବର୍ଷ ପରେ ମଧୁରାଙ୍କୁ ସ୍ୱରୂପରେ ନିଜ କନ୍ୟା(ମନ୍ଦୋଦରୀ) ଭାବେ ଗ୍ରହଣ କରିଥିଲେ ଅସୁରରାଜ ମାୟାସୁର ।

विभीषण के साथ मंदोदरी भी थीं रावण की मौत की वजह, जानें कैसे mandodari was  the mother of sita and cause of ravana death in ramayana – News18 हिंदी

ନୂଆ ଜୀବନରେ ଲଙ୍କାପତି ରାବଣ ସହ ମନ୍ଦୋଦରୀଙ୍କ ମିଳନ ହୋଇଥିଲା । ମାୟାସୁର ଉଭୟଙ୍କ ବିବାହକୁ ମଞ୍ଜୁରୀ ନ ଦେବାରୁ ମନ୍ଦୋଦରୀଙ୍କୁ ଅପହରଣ କରି ନେଇଥିଲେ ରାବଣ । ରାବଣଙ୍କ ପରାକ୍ରମ ଆଗରେ ମାୟାସୁରଙ୍କ ଶକ୍ତି ଦେଖି ମନ୍ଦୋଦରୀ ରାବଣ ସହ ରହିବା ପାଇଁ ସ୍ୱୀକାର କରି ନେଇଥିଲେ । କିନ୍ତୁ ରାବଣ ଯେବେ ସୀତାଙ୍କୁ ଅପହରଣ କରିଥିଲେ, ସେ ସମୟରେ ବାରମ୍ବାର ଏହାକୁ ବିରୋଧ କରିଥିଲେ ମନ୍ଦୋଦରୀ । କିନ୍ତୁ ଏହାକୁ ନ ମାନିବାରୁ ରାବଣଙ୍କ ମୃତ୍ୟୁ ହୋଇଥିଲା ଏବଂ ପତ୍ନୀ ମନ୍ଦୋଦରୀ ବିଧବା ପାଲଟି ଯାଇଥିଲେ ।

Do you know what happened to Mandodari after Ravana's death | रावण के वध के  बाद क्या हुआ था मंदोदरी का ? किया था ऐसा काम जिसके बारे में नहीं जानते होंगे

ତେବେ ଏହାପରେ ସେ ନୂତନ ରାଜା ବିଭୀଷଣଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ଶ୍ରୀରାମ । ତେବେ ପ୍ରଥମେ ଏହାକୁ ସେ ପ୍ରତ୍ୟାଖ୍ୟାନ କରିଥିଲେ । କିନ୍ତୁ ଜ୍ୟୋତିଷରେ ପ୍ରକାଣ୍ଡ ବିଦ୍ୱାନ ମନ୍ଦୋଦରୀ ଏହା ଉଚିତ ବୋଲି ଅନୁଭବ କରିଥିଲେ, ତେଣୁ ଏହି ପ୍ରସ୍ତାବକୁ ସ୍ୱୀକାର କରିଥିଲେ ମନ୍ଦୋଦରୀ ଏବଂ ବିଭୀଷଣଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

Get real time updates directly on you device, subscribe now.