fbpx

ଚୀନ୍ ସେନାଙ୍କ ଲାଗି ଅଭେଦ୍ୟ ପାଲଟିବ ଭାରତର ଅଦୃଶ୍ୟ ସଡକ, ଜାଣି ବି ପାରିବନି ଡ୍ରାଗନ ପହଞ୍ଚିଯିବେ ସୈନିକ

ନୂଆଦିଲ୍ଲୀ:ଭାରତ ଚୀନ୍ ସହ ବିବାଦୀୟ ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲ୍‌ଏସି) ନିକଟରେ ନିଜର ସ୍ଥିତିକୁ ମଜଭୁତ କରିବା ଲାଗି ଏକ ଅଦୃଶ୍ୟ ସଡକ ନିର୍ମାଣ କରୁଛି । ଏହି ସଡକର ବିଶେଷତ୍ୱ ହେଉଛି ଏହା ଚୀନ୍ ସେନାଙ୍କ ଲାଗି ଅଭେଦ୍ୟ ପାଲଟିବ । ଏହି ସଡକ ଜରିଆରେ ଭାରତ ସୈନିକ, ଅସ୍ତ୍ରଶସ୍ତ୍ର ଯୋଗାଣ କରିପାରିବ ଯାହାର ତିଳେମାତ୍ର ସୂଚନା ଚୀନ୍ ପାଇପାରିବ ନାହିଁ । ଏହି ଯୋଜନା ଜରିଆରେ ଭାରତ ଏହାର ଉତ୍ତର ସୈନ୍ୟ ଆଡ୍ଡା ଦୌଲତବେଗ୍ ଓଲ୍ଡି(ଡିବିଓ) ପର୍ଯ୍ୟନ୍ତ ଏହାର ଗୁରୁତ୍ୱପୂର୍ଣ୍ଣ ସଡକ ପରିଯୋଜନାକୁ ସଂପୂର୍ଣ୍ଣ କରିବାକୁ ଯାଉଛି ।

ଦାରବୁକ୍‌ରୁ ଡିବିଏ ପର୍ଯ୍ୟନ୍ତ ଯାଇଥିବା ସଡକ ଏଲଏସି ନିକଟରେ ହୋଇଥିବା କାରଣରୁ ଅଧିକ ଅସୁରକ୍ଷିତ । ତେଣୁ ଏହି ନୂଆ ସଡକ ନୁବ୍ରା ଘାଟୀରୁ ସସୋମା ଦେଇ ବାହାରିଛି । ଏହି ଅଦୃଶ୍ୟ ସଡକ ଜରିଆରେ ସେନା ଓ ବିଭିନ୍ନ ଅସ୍ତ୍ରଶସ୍ତ୍ର ସହଜରେ ଯୋଗାଣ ହୋଇପାରିବ ।

କିନ୍ତୁ ୧୩୦ କିଲୋମିଟର ବିଶିଷ୍ଟ ଏହି ସଡକର ନିର୍ମାଣ କ୍ଷେତ୍ରରେ ବହୁ ଆହ୍ୱାନ ରହିଛି । ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଦକ୍ଷ ଇଂଜିନିୟରଙ୍କୁ ବି ଏହା ନିର୍ମାଣ କରିବାକୁ ବହୁ ଅସୁବିଧାର ସାମ୍ନା କରିବାକୁ ପଡୁଛି । ସୀମା ସଡକ ସଂଗଠନ ଏହି ମହତ୍ତ୍ୱକାଂକ୍ଷୀ ଯୋଜନାର ନେତୃତ୍ୱ ନେଉଛନ୍ତି । ଏଥିପାଇଁ ଶ୍ୟୋକ ନଦୀ ଉପରେ ବ୍ରିଜ୍ ନିର୍ମାଣ ଓ ବରଫାଛନ୍ନ କ୍ଷେତ୍ରରେ କାମ କରିବାର ଆବଶ୍ୟକତା ପଡୁଛି । ଏହାରି ମଧ୍ୟରେ ଏହି ସଡକର କାମ ଦ୍ରୁତ ଗତିରେ ଆଗେଇ ଚାଲିଛି ଓ ନଭେମ୍ବର ୨୦୨୩ ସୁଦ୍ଧା ଏହି ସଡକରେ ସୈନ୍ୟ ଗତିବିଧି ଆରମ୍ଭ ହୋଇଯିବ ବୋଲି କୁହାଯାଉଛି ।

Get real time updates directly on you device, subscribe now.