fbpx

କ୍ରୀଡ଼ାପ୍ରେମୀଙ୍କୁ ବଡ଼ ଝଟକା: IPL-2024 ସଂସ୍କରଣ ଖେଳାଯିବ ବିଦେଶରେ, BCCI କରୁଛି ପ୍ଲାନିଂ!

Advertisement

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୪ ସଂସ୍କରଣକୁ ନେଇ ଆସିଛି ଏକ ବଡ଼ ଖବର । ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ଆଇପିଏଲ ସିଜିନକୁ ଶୀଘ୍ର କରାଇବା ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଯୋଜନା କରୁଛି । ପରବର୍ତ୍ତୀ ଆଇପିଏଲ ଭାରତରେ ନୁହେଁ, ବରଂ ବିଦେଶରେ ଆୟୋଜନ ହେବାର ସମ୍ଭାବନା ରହିଛି । ଏହି ଖବରଟି ସମସ୍ତ କ୍ରୀଡ଼ାପ୍ରେମୀଙ୍କୁ ଦେଇଛି ଏକ ବଡ଼ ଝଟକା ।

ଏକ ସୂତ୍ର ମୁତାବକ, ଚଳିତ ବର୍ଷ ଭାରତରେ ଦିନିକିଆ ବିଶ୍ୱକପ ଅନୁଷ୍ଠିତ ହେବ । ତେଣୁ ଏହା ଉପରେ ଏବେ ସମସ୍ତଙ୍କର ଧ୍ୟାନ ରହିଛି । ତେବେ ଆସନ୍ତା ବର୍ଷ ଦେଶରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି । ତେବେ ଏହାକୁ ଦୃଷ୍ଟିରେ ରଖି ଭାରତରେ ନୁହେଁ ବରଂ ବିଦେଶରେ ଆଇପିଏଲ ଆୟୋଜନ ହୋଇପାରେ । ଏପରି ସ୍ଥିତିରେ ଆସନ୍ତା ବର୍ଷ ମାର୍ଚ୍ଚ- ମେ ମାସ ମଧ୍ୟରେ ଆଗୁଆ ଭାବେ ଆଇପିଏଲର ସଂସ୍କରଣ ଖେଳାଯାଇପାରେ ।

ପୂର୍ବରୁ ନିର୍ବାଚନ କାରଣରୁ ଦୁଇଥର ଆଇପିଏଲ ଦେଶ ବାହାରେ ଆୟୋଜନ କରାଯାଇଥିଲା । ୨୦୦୯ ଲୋକସଭା ନିର୍ବାଚନ ସମୟରେ ଆଇପିଏଲ ଦକ୍ଷିଣ ଆଫ୍ରିକାରେ ଓ ୨୦୧୪ ଲୋକସଭା ନିର୍ବାଚନ ସମମୟରେ ୟୁଏଇରେ ଖେଳାଯାଇଥିଲା । ତେଣୁ ଯଦି ଜରୁରୀ ହୁଏ ତେବେ ଆଇପିଏଲ ୨୦୨୪ ମଧ୍ୟ ବିଦେଶରେ ଖେଲାଯାଇପାରେ । ତେବେ ଭାରତରେ ଖେଳାଯିବା ନେଇ ବିସିସିଆଇ ପ୍ରାଥମିକତା ଦେବେ । ଏଥିପାଇଁ ଯଥେଷ୍ଟ ସମୟ ବାକି ଥିବାବେଳେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି ।

Get real time updates directly on you device, subscribe now.