fbpx

IPL-2025; କେତେ ଜଣ ଖେଳାଳିଙ୍କୁ ରିଟେନ୍ କରିବେ ଦଳ? M.S Dhoniଙ୍କ ପାଇଁ ଆସିବ ସ୍ପେସାଲ ନିୟମ! ଜାଣନ୍ତୁ BCCIର ପ୍ଲାନ୍

ନୂଆଦିଲ୍ଲୀ: ଆଇପିଏଲ-୨୦୨୫କୁ ନେଇ ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ବିଶେଷ କରି ଏହାର ରିଟେନସନ୍ ପଲିସି ଉପରେ ରହିଛି ସମସ୍ତଙ୍କ ନଜର । ଆସନ୍ତା ଆଇପିଏଲ ସିଜନ୍ ପୂର୍ବରୁ ମେଗା ଅକ୍ସନ ହେବାକୁ ଥିବା ବେଳେ ଏଥିରେ ଖେଳାଳିଙ୍କ ରିଟେନସନ୍ ବ୍ୟବସ୍ଥାକୁ ନେଇ ଆଲୋଚନା ଜାରି ରହିଛି । ସେହିପରି ଏମ.ଏସ ଧୋନୀଙ୍କ ପାଇଁ ଆଇପିଏଲ-୨୦୨୫ରେ ବିସିସିଆଇ କିଛି ନୂଆ ପ୍ଲାନ କରିପାରେ ବୋଲି ମଧ୍ୟ କୁହାଯାଉଛି । ତେବେ କ’ଣ ନିଷ୍ପତ୍ତି ନେବ ବିସିସିଆଇ?

ଖୁବଶୀଘ୍ର ଆଇପିଏଲ-୨୦୨୫ ପାଇଁ ରିଟେନସନ୍ ପଲିସିକୁ ନେଇ ବଡ଼ ଘୋଷଣା କରିପାରେ ବିସିସିଆଇ । ଏଥିପାଇଁ କିଛିଟା ନିୟମକୁ ନେଇ ଖୁବ ଚର୍ଚ୍ଚା ଜାରି ରହିଛି । ରିଟେନସନ୍ଏବଂ ରାଇଟ ଟୁ ମ୍ୟାଚକୁ ଆସନ୍ତା ମେଗା ଅକ୍ସନରେ ଖୁବ ଗୁରୁତ୍ୱପୂର୍ଣ୍ଣ ରହିବ, କାରଣ ଏହି ୨ଟି ନିୟମ ଜରିଆରେ ହିଁ ଫ୍ରାଞ୍ଚାଇଜି ନିଜ ଖେଳାଳିଙ୍କୁ ରିଟେନ୍ କରିପାରିବ । ରିପୋର୍ଟ ଅନୁସାରେ, ଆଇପିଏଲ-୨୦୨୫ ପାଇଁ ପ୍ରତ୍ୟେକ ଫ୍ରାଞ୍ଚାଇଜି ଦଳରେ ସର୍ବାଧିକ ୫ ଜଣ ଖେଳାଳିଙ୍କୁ ରିଟେନ୍ କରିବାକୁ ଅନୁମତି ଦେଇପାରେ । ତେବେ ବର୍ତ୍ତମାନ ସୁଦ୍ଧା ଏ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନଥିଲେ ମଧ୍ୟ ଆଜି ସୁଦ୍ଧା ଏହାର ଖୁଲାସା ହୋଇପାରେ ବୋଲି ଅନୁମାନ କରାଯାଉଛି ।

ବିସିସିଆଇ ଏବଂ ଆଇପିଏଲ ଫ୍ରାଞ୍ଚାଇଜି ମାଲିକ ମାନଙ୍କ ମଧ୍ୟରେ ଜୁଲାଇ ୩୧ ତାରିଖରେ ଏକ ବୈଠକ ହୋଇଥିଲା । ତେବେ ଏହି ବୈଠକରେ ସମସ୍ତ ନିୟମ ପ୍ରସ୍ତୁତି ହୋଇ ସାରିଥିବା ବେଳେ ଏହାର ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା ରହିଛି । ଆଇପିଏଲ-୨୦୨୫ରେ ଫ୍ରାଞ୍ଚାଇଜି ମାନେ ୫ ଜଣ କେଳାଳିଙ୍କୁ ରିଟେନ୍ କରିପାରିବେ ବୋଲି ଆଶା କରାଯାଉଛି । ଏଥିରେ ୩ ଜଣ ଭାରତୀୟ ଏବଂ ୨ ଜଣ ବିଦେଶୀ ଖେଳାଳି ସାମିଲ ରହିବେ । ଏହାପୂର୍ବରୁ ୨-୨ ଖେଳାଳିଙ୍କୁ ଦଳରେ ରଖିବାକୁ ଅନୁମତି ଦେଉଥିଲା ବିସିସିଆଇ ।

ଏହାବ୍ୟତୀତ ଅନକ୍ୟାପ୍ଡ ପ୍ଲେୟର ଏବଂ ରାଇଟ ଟୁ ମ୍ୟାଚ୍ ନିୟମରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ୫ ବର୍ଷ ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଖେଳାଳିଙ୍କୁ ଅନ କ୍ୟାପ୍ଡ ଖେଳାଳି ଭାବରେ ଦଳରେ ସାମିଲ କରିପାରିବେ ଫ୍ରାଞ୍ଚାଇଜି । ତେବେ ଚେନ୍ନାଇ ସୁପର କିଙ୍ଗସର ପୂର୍ବତନ ଅଧିନାୟକ ଏମ.ଏସ ଧୋନୀଙ୍କୁ ଆଇପିଏଲ-୨୦୨୫ରେ ସାମିଲ କରିବା ପାଇଁ ଏହି ନିୟମ ଲାଗୁ ହେବ ବୋଲି ଚର୍ଚ୍ଚା ହେଉଛି । ୨୦୨୧ ରେ ଏହି ନିୟମ ରଦ୍ଦ କରାଯାଇଥିଲା । ବର୍ତ୍ତମାନ ଏହାକୁ ଫେରାଇ ଆଣିବାକୁ ଦାବି ହେଉଛି । ରାଇଟ୍ ଟୁ ମ୍ୟାଚ୍ ନିୟମ ଅନୁଯାୟୀ, ମେଗା ନିଲାମ ସମୟରେ ଫ୍ରାଞ୍ଚାଇଜ୍ ପୂର୍ବ ସିଜିନରୁ ନିଜ ଖେଳାଳିଙ୍କୁ କିଣିବାର ସୁଯୋଗ ପାଇଥାଏ । କିନ୍ତୁ ଏଥିପାଇଁ ସର୍ବାଧିକ ବିଡର ମୂଲ୍ୟ ଦେବାକୁ ପଡିବ । ଏହା ଅଧୀନରେ ୧ କିମ୍ବା ୨ ଖେଳାଳିଙ୍କୁ ରଖିବା ପାଇଁ ଅନୁମତି ଦେବା ବିଷୟରେ ମଧ୍ୟ ଆଲୋଚନା ହେଉଛି ।

Get real time updates directly on you device, subscribe now.