fbpx

IPL-2025ରେ ବଢିବ ଭାରତୀୟ ଖେଳାଳିଙ୍କ ସାଲାରୀ: ମେଗା ଅକ୍ସନ ପୂର୍ବରୁ ଘୋଷଣା କଲେ ଜୟ ଶାହ

ନୂଆଦିଲ୍ଲୀ: ଆଇପିଏଲ-୨୦୨୫କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ ଏଥିପାଇଁ ହେବାକୁ ଥିବା ମେଗା ଅକ୍ସନ ପୂର୍ବରୁ ଏକ ବଡ଼ ଘୋଷଣା କରିଛନ୍ତି ବିସିସିଆଇ ସଚିବ ଜୟ ଶାହ । ଆସନ୍ତା ସିଜନରେ ଆଇପିଏଲ କେଳୁଥିବା ସମସ୍ତ ଭାରତୀୟ ଖେଳାଳିଙ୍କ ମିଳିବ ଅଧିକ ଦରମା । ପ୍ରତ୍ୟେକ ମ୍ୟାଚ୍ ପାଇଁ ଖେଳାଳିଙ୍କୁ ୭.୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବା ନେଇ ଜୟ ଶାହ ଘୋଷଣା କରିଛନ୍ତି । ତେବେ ଫ୍ରାଞ୍ଚାଇଜି ସହ ହୋଇଥିବା ଚୁକ୍ତି ପରେ ଖେଳାଳିମାନଙ୍କୁ ଏହି ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି ବିସିସିଆଇ ସଚିବ । ତେବେ ଏଥିପାଇଁ ଗୋଟିଏ ସର୍ତ୍ତ ରଖିଛି ବୋର୍ଡ ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇ ବିସିସିଆଇ ସଚିବ ଜୟ ଶାହ କହିଛନ୍ତି ଯେ, ଆଇପିଏଲ-୨୦୨୫ ପୂର୍ବରୁ ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଛି । ଭାରତୀୟ କ୍ରିକେଟରଙ୍କୁ ପ୍ରତ୍ୟେକ ମ୍ୟାଚ୍ ପାଇଁ ୭.୫ ଲକ୍ଷ ଟଙ୍କା ମ୍ୟାଚ୍ ଫିସ୍ ପ୍ରଦାନ କରାଯିବ । ଯେଉଁ ଖେଳାଳି ସମ୍ପୂର୍ଣ୍ଣ ସିଜନର ସମସ୍ତ ମ୍ୟାଚ୍ ଖେଳିବେ, ସେମାନଙ୍କୁ ଫ୍ରାଞ୍ଚାଇଜି ସହ ହୋଇଥିବା ଚୁକ୍ତି ବ୍ୟତୀତ ୧.୦୫ କୋଟି ଟଙ୍କା ଅଧିକ ଆୟ କରିବାର ସୁଯୋଗ ମିଳିପାରିବ । ପ୍ରତ୍ୟେକ ଫ୍ରାଞ୍ଚାଇଜି ସମ୍ପୂର୍ଣ୍ଣ ସିଜନରେ ମ୍ୟାଚ୍ ଫିସ୍ ଦେବା ପାଇଁ ୧୨.୬୦ କୋଟି ଟଙ୍କା ଅବାଣ୍ଟନ କରିବେ । ଏହା ଆଇପିଏଲ ଏବଂ ଭାରତୀୟ ଖେଳାଳିଙ୍କ ପାଇଁ ଏକ ନୂଆ ଯୁଗର ଶୁଭାରମ୍ଭ ବୋଲି କହିଛନ୍ତି ବିସିସିଆଇ ସଚିବ ଜୟ ଶାହ ।<

/p>

ବିସିସିଆଇର ବାର୍ଷିକ ବୈଠକରେ ଏକ ବଡ଼ ନିଷ୍ପତ୍ତି ନିଆଯିବ ବୋଲି ଆଶା କରାଯାଉଛି । ଜୁଲାଇ ମାସରେ ବିସିସିଆଇ ଆଇପିଏଲ ଫ୍ରାଞ୍ଚାଇଜି ମାନଙ୍କ ସହ ବୈଠକ କରିଥିଲେ । ଏହି ବୈଠକରେ ଅନେକ ଦଳର ମାଲିକ ରିଟେନସନ ପଲିସି ଏବଂ ଟିମର ପର୍ସ ମନିକୁ ନେଇ ପ୍ରଶ୍ନ କରିଥିଲେ । ତେଣୁ ଆସନ୍ତା ଆଇପିଏଲ ସିଜନର ମେଗା ଅକ୍ସନ ପୂର୍ବରୁ ବିସିସିଆଇ ଏ ନେଇ ବଡ଼ ଘୋଷଣା କରିପାରେ । ଆସନ୍ତା ସିଜନ ପାଇଁ ସମସ୍ତ ଦଳ ଅତି କମରେ ୫ଟି ରିଟେନସନ୍ ସହିତ ରାଇଟ୍ ଟୁ ମ୍ୟାଚ୍ ସୁବିଧା ମଧ୍ୟ ଉପଲବ୍ଧ ରହିପାରେ ।

Get real time updates directly on you device, subscribe now.