IPL 2025 Opening Ceremony: କିଙ୍ଗ ଖାନଙ୍କ ବାଦଶାହତ୍, ଶ୍ରେୟା-କରଣଙ୍କ ମଧୁର କଣ୍ଠସ୍ୱର, ଦିଶା ପାଟନୀଙ୍କ ଠୁମକାରେ ଝୁମିବେ ଦର୍ଶକ
ଏମିତି ହେବ ଆଇପିଏଲ ୨୦୨୫ର ସଂଧ୍ୟା, ଝୁମିବେ ଦର୍ଶକ
ନୂଆଦିଲ୍ଲୀ: ଆଇପିଏଲକୁ ୧୮ ବର୍ଷ ପୂରିଛି । ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ର ସମସ୍ତ ପ୍ରସ୍ତୁତି ସରିଛି । ଏହି ସିଜନର ପ୍ରଥମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୋର ମଧ୍ୟରେ ଖେଳାଯିବ ।
କିଛି ସମୟ ମଧ୍ୟରେ ଆଇପିଏଲ ୨୦୨୫ର ଓପନିଂ ସେରିମନିର ଆରମ୍ଭ ହେବ । ଏହି ସମାରୋହ କୋଲକାତାର ଇଡେନ ଗାର୍ଡେନ୍ସରେ କରାଯିବ । ଓପନିଂ ସେରିମନି ସଂଧ୍ୟା ୬ଟାରେ ଆରମ୍ଭ ହେବ ।
ଏହି ସମାରୋହରେ ଶାହରୁଖ ଖାନଙ୍କ ସହ ସଲମାନ ଖାନ ମଧ୍ୟ ଆସିପାରନ୍ତି । ଆଇପିଏଲ ୨୦୨୫ର ଓପନିଂ ସେରିମନିରେ ବଲିଉଡର ଲୋକପ୍ରିୟ ସିଙ୍ଗର ଶ୍ରେୟା ଘୋଷାଲ ଗୀତ ବୋଲିବେ ।
ଏଥିସହ ପଞ୍ଜାବି ଗାୟକ କରଣ ଓଜଲା ମଧ୍ୟ ତାଙ୍କ ସ୍ୱରରେ ସ୍ୱର ମିଶାଇବେ । ସେହିପରି ଅଭିନେତ୍ରୀ ଦିଶା ପାଟନୀ ମଧ୍ୟ ନିଜର ଠୁମକା ଲଚକେଇବେ । ଓପନିଂ ସେରିମନିଟା ଦମଦାର ହେବ ବୋଲି ଆଶା ରହିଛି ଏବଂ ସମସ୍ତ ପ୍ରସ୍ତୁତି ସରିଛି ।