CHARIDHAM

IPL 2025: ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହେବେ ସୂର୍ଯ୍ୟକୁମାର ଯାଦବ; ପଛରେ ପଡ଼ିଲେ ରୋହିତ, ହାର୍ଦ୍ଦିକ…

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ୨୦୨୫ ସିଜିନର ପ୍ରଥମ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେବେ। ପୂର୍ଣ୍ଣକାଳୀନ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ମ୍ୟାଚର ବାସନ୍ଦ ଯୋଗୁଁ ପ୍ରଥମ ମ୍ୟାଚ ଖେଳିବାରୁ ବଞ୍ଚିତ ହେବେ।

ମୁମ୍ବାଇ ଇଣ୍ଡିଆନ୍ସ ମାର୍ଚ୍ଚ ୨୩ ରେ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ଏହାର ଅଭିଯାନ ଆରମ୍ଭ କରିବ ଏବଂ ସୂର୍ଯ୍ୟକୁମାର ପାଞ୍ଚ ଥର ଚାମ୍ପିଅନ ସୁପର କିଙ୍ଗସ ବିପକ୍ଷରେ ଦଳର ନେତୃତ୍ୱ ନେବେ।

ହାର୍ଦ୍ଦିକଙ୍କୁ ୨୦୨୪ ସିଜିନର ମୁମ୍ବାଇର ଶେଷ ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ବିପକ୍ଷରେ ସ୍ଲୋ ଓଭର-ରେଟ୍ ବଜାୟ ରଖିବା ପାଇଁ ଗୋଟିଏ ମ୍ୟାଚ ପାଇଁ ବାସନ୍ଦ କରାଯାଇଥିଲା। ଯେହେତୁ ଏହା ହାର୍ଦ୍ଦିକଙ୍କ ସିଜିନର ତୃତୀୟ ଅପରାଧ ଥିଲା, ତେଣୁ ତାଙ୍କୁ ୩୦ ଲକ୍ଷ ଟଙ୍କା ଜରିମାନା ଏବଂ ଗୋଟିଏ ମ୍ୟାଚର ବାସନ୍ଦ କରାଯାଇଥିଲା। ଯାହା ଏହି ସିଜିନର ଉଦଘାଟନୀ ଖେଳରେ ଲାଗୁ ହେବ।

ବର୍ତ୍ତମାନ ଭାରତୀୟ ଟି୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ୨୦୨୩ ରେ ଗୋଟିଏ ଆଇପିଏ ମ୍ୟାଚ୍ ରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକତ୍ୱ କରିଥିଲେ। ୨୦୨୪ ସିଜିନ୍ ପୂର୍ବରୁ ଫ୍ରାଞ୍ଚାଇଜର ପୂର୍ଣ୍ଣକାଳୀନ ଅଧିନାୟକ ଭାବରେ ନିଯୁକ୍ତ ହାର୍ଦ୍ଦିକ ରୋହିତ ଶର୍ମାଙ୍କ ଠାରୁ ଦଳର ଦାୟିତ୍ୱ ଗ୍ରହଣ କରିଥିଲେ, ଯିଏ ମୁମ୍ବାଇକୁ ପାଞ୍ଚଟି ଟାଇଟଲ୍ ଜିତାଇଥିଲେ।