fbpx

IPL 2022: ଅକ୍ସନ୍ ପୂର୍ବରୁ ବିସିସିଆଇ ବଦଳାଇଲା ଖେଳାଳୀଙ୍କ ଫିଟନେସ୍ ଗାଇଡଲାଇନ୍

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍(ଆଇପିଏଲ୍) ମାର୍ଚ୍ଚ ଶେଷ ସପ୍ତାହରେ ଆରମ୍ଭ ହେବା ନେଇ ଆଶଙ୍କା କରାଯାଉଛି । ଚଳିତ ଥର ଆଇପିଏଲ୍ ରେ ୮ଟି ଟିମ୍ ନୁହେଁ ବରଂ ୧୦ଟି ଟିମ୍ ଭାଗ ନେବାକୁ ଯାଉଛନ୍ତି । ତେଣୁ ଆଇପିଏଲ୍ ର ୧୫ତମ ସିଜନ୍ ଖୁବ୍ ରୋମାଞ୍ଚକ ଓ ମଜାଦାର୍ ହେବାକୁ ଯାଉଛି । ଏବେ ବିସିସିଆଇ ପକ୍ଷରୁ ଖେଳାଳୀଙ୍କ ଫିଟନେସ୍ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି ।

ଏହି ଗାଇଡଲାଇନ୍ ଆଧାରରେ ଯଦି କୌଣସି ଫ୍ରାଞ୍ଚାଇଜ୍ କୁ ଲାଗୁଛି ଯେ, କୌଣସି ଖେଳାଳୀ ଉଚିତ୍ ଫିଟନେସ୍ ବିନା ଟିମ୍ ରେ ସାମିଲ ହୋଇଛନ୍ତି, ତାହେଲେ ଆଇପିଏଲ୍ ଗଭର୍ଣ୍ଣି କାଉନ୍ସିଲ୍ ଏହି ମାମଲାରେ ନିଷ୍ପତି କରିବା ପାଇଁ ଏକ ସ୍ୱତନ୍ତ୍ର ଡାକ୍ତର ନିଯୁକ୍ତ କରିବେ । ଆଉ ତାଙ୍କ ନିଷ୍ପତି ଶେଷ ନିଷ୍ପତ୍ତିି ହେବ ।

ଗାଇଡଲାଇନ୍ ରେ କୁହାଯାଇଛି ଯେ, ସିଜନ୍ ର ଆରମ୍ଭ ପୂର୍ବରୁ କିମ୍ବା ପରେ, କୌଣସି ଖେଳାଳୀ ଯଦି କୌଣସି ଫ୍ରାଞ୍ଚାଇଜ୍ ରେ ସାମିଲ ହେଉଛନ୍ତି, ଏପରି ସ୍ଥିତିରେ ଯଦି ମ୍ୟାଚ୍ ଫିଟନେସ୍ ସମ୍ବନ୍ଧିତ ସର୍ତ୍ତକୁ ପୂରା କରିବାକୁ ନେଇ ଫ୍ରାଞ୍ଚାଇଜ୍ ଓ ତାର କୌଣସି ଖେଳାଳୀ ମଧ୍ୟରେ ବିବାଦ ହେଉଛି ତାହେଲେ ପ୍ଲେୟର୍ କଣ୍ଟ୍ରାକ୍ଟ ଅନୁସାରେ, ବିସିସିଆଇ ଏକ ସ୍ୱତନ୍ତ୍ର ଏବଂ ଯୋଗ୍ୟ ଡାକ୍ତରକୁ ନିଯୁକ୍ତ କରିବ । ଉକ୍ତ ଡାକ୍ତର ସ୍ଥିର କରିବେ ଯେ, ସଂପୃକ୍ତି ଖେଳାଳୀ ଖେଳରେ ବଜାୟ ରହିବାକୁ ଉପଯୁକ୍ତ ଫିଟନେସ୍ ସର୍ତ୍ତକୁ ପୁରା କରୁଛନ୍ତି କି ନାହିଁ । ଏହି ସମ୍ବନ୍ଧରେ ଡାକ୍ତରଙ୍କ ନିର୍ଣ୍ଣୟ ଶେଷ ନିଷ୍ପତି ହେବ ଓ ତାକୁ ସମସ୍ତଙ୍କୁ ମାନିବାକୁ ପଡ଼ିବ ।

 

Get real time updates directly on you device, subscribe now.