fbpx

ଆଇପିଏଲ ବେଟିଂ: ୩୩ ଲକ୍ଷ ଟଙ୍କା ଜବତ, ୨ ଗିରଫ

ବ୍ରହ୍ମପୁର, ୩୦ ।୧୦(ଓଡିଶା ଭାସ୍କର): ବ୍ରହ୍ମପୁରରେ ଆଇପିଏଲ ବେଟିଂ ବେଳେ ରେଡ୍ ହୋଇଛି । ଫଳରେ ନଗଦ ୩୩ ଲକ୍ଷ ୬୧ ହଜାର ଟଙ୍କା ଜବତ ସହ ୪ଟି ମୋବାଇଲ ଓ ୩ଟି ଏଟିଏମ ଜବତ ହୋଇଛି । କିଙ୍ଗପିନ୍ ସମେତ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ବିଭିନ୍ନ ୱେବ ଓ ଆପ୍ ମାଧ୍ୟମରେ ବେଟିଂ ଚାଲିଥିଲା । ତେବେ ୭ ବର୍ଷ ହେଲା ବେଟିଂରେ ଜଡିତ ଥିଲା କିଙ୍ଗପିନ୍ ଲାଲି ଆଚାରି । ଏହା ସହ ଗ୍ୟାଙ୍ଗରେ ଏକାଧିକ ବ୍ୟକ୍ତିିଙ୍କର ସମ୍ପୃକ୍ତି ରହିଛି । ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.