ସୁଶାନ୍ତ ସିଂ ମୃତ୍ୟୁ ମାମଲା: ସୋସିଆଲ ମିଡିଆ ଉପରେ ବର୍ଷିଲେ ଅରୁଣ ବୋଥ୍ରା
ସୋସିଆଲ ମିଡିଆକୁ ଅରୁଣଙ୍କ ସମାଲୋଚନା । ଏମିତି କହିଲେ ଆପିଏସ୍ ଅଫିସର ।
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ସୁଶାନ୍ତ ସିଂ ରାଜପୁତଙ୍କ ହତ୍ୟା ମାମଲାରେ ପୂର୍ଣ୍ଣ ଛେଦ ପିଡିଛି । ହତ୍ୟା ଅଭିଯୋଗରେ ପ୍ରେମିକା ରିୟା ଚକ୍ରପତିଙ୍କୁ ମଧ୍ୟ ମିଳିଛି କ୍ଲିନ୍ ଚିଟ୍ । ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ଏ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଆପିିଏସ ଅରୁଣ ବୋଥ୍ରାଙ୍କ ପୋଷ୍ଟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।
ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ ଶେୟାର କରି ସେ କହିଛନ୍ତି, ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହୋଇଥିଲା । ତଦନ୍ତକୁ ବାଟବଣା କରିବା ପାଇଁ ସୋସିଆଲ ମିଡିଆ ପୋଷ୍ଟ ବଡ଼ ଭୂମିକା ଗ୍ରହଣ କରିଥିଲା ।
ଖାଲି ସେତିକି ନୁହେଁ ମୁମ୍ବାଇ ପୋଲିସର ଯାଞ୍ଚ ପଦ୍ଧତିକୁ ସାମାଜିକ ଗଣମାଧ୍ୟମରେ ସମାଲୋଚନା ମଧ୍ୟ କରାଯାଇଥିଲା । ଯେଉଁ ଲୋକମାନଙ୍କର ଅପରାଧ ତଦନ୍ତ ନେଇ କୌଣସି ଧାରାଣା ନାହିଁ ସେମାନେ ଇନଭେଷ୍ଟିଗେସନରେ ବହୁ ଦ୍ୱନ୍ଦ୍ୱ ସୃଷ୍ଟି କରୁଥିଲେ । କନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ସାକ୍ଷୀ ଏବଂ କୋର୍ଟଙ୍କ ଅର୍ଡର ସବୁଠାରୁ ଭାରି ।
ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ବୋଥ୍ରାଙ୍କ ଏ ପୋଷ୍ଟ ନବ ଦାସ ହତ୍ୟା ଘଟଣାକୁ ଇଙ୍ଗିତ କରୁଛି । ରାଜ୍ୟରେ ନବ ଦାସ ହତ୍ୟାର ସାନି ତଦନ୍ତ ଆରମ୍ଭ ହୋଇଥିବାବେଳେ ପୂର୍ବତଦନ୍ତ ଠିକ୍ ଭାବେ ହୋଇ ନ ଥିବା କୁହାଯାଉଛି ।
ସୂଚନା ମୁତାବକ, ନବ ଦାସ ହତ୍ୟା ମାମଲାର ତଦନ୍ତ ଭାର ଥିଲା ବୋଥ୍ରାଙ୍କ ଉପରେ । ବର୍ତ୍ତମାନ ସମୟରେ ଯେତେବେଳେ ନବ ଦାସ ହତ୍ୟା ମାମଲାର ସଠିକ୍ ଯାଞ୍ଚ ହୋଇ ନ ଥିବା କୁହାଯାଉଛି; ତାହା ପରୋକ୍ଷ ଭାବେ ବୋଥ୍ରାଙ୍କ ତଦନ୍ତ ପ୍ରକ୍ରିୟା ଉପରେ ଶଙ୍କା ସୃଷ୍ଟି କରୁଛି ।