fbpx

IPS ହେବାର ସ୍ୱପ୍ନ ଭାଙ୍ଗିଦେଲା ହାତର ଟାଟୁ: UPSC ଆଶାୟୀଙ୍କ ଦୁଃଖଦ ଆତ୍ମହତ୍ୟା

ନୂଆଦିଲ୍ଲୀ: ଆଜିକାଲିର ଯୁବପୀଢ଼ିଙ୍କ ମଧ୍ୟରେ ଟାଟୁ ନିଶା ବଢ଼ିବାରେ ଲାଗିଛି । ଏପରିକି ଅନେକ ଯୁବକ, ଯୁବତୀ ଖାଇବା, ପିନ୍ଧିବା ଭୁଲି ଯାଉଛନ୍ତି ପଛକେ ଟାଟୁରେ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଛାଉ ନାହାନ୍ତି । ତେବେ ସରକାରୀ ଚାକିରି ଆଶାୟୀମାନେ ଟାଟୁକୁ ନେଇ ସଚେତନ ରହିବା ଆବଶ୍ୟକ । ଆଇଏଏସ, ଆଇପିଏସ, ଆଇଆରଏସ, ଆଇଏଫଏସ, ଏୟାରଫୋର୍ସ, ପୋଲିସ ଆଦି ଚାକିରି କ୍ଷେତ୍ରରେ ଟାଟୁକୁ ବ୍ୟାନ କରାଯାଇଥାଏ । ଅର୍ଥାତ ଆପଣଙ୍କ ଶରୀରରେ ଗୋଟିଏ ଟାଟୁ ଥିଲେ ଆପଣଙ୍କୁ ଚାକିରିରୁ ବ୍ୟାନ କରିଦିଆଯିବ ।

ନିକଟରେ ଏଭଳି ଏକ ବଡ଼ ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜାରି ରହିଛି । ଟାଟୁ ପାଇଁ ଜଣେ ଯୁବକଙ୍କର ଆଇପିଏସ ସ୍ୱପ୍ନ ଭାଙ୍ଗିଯାଇଥିଲା । ଫଳରେ ଏଥିରେ ମର୍ମାହତ ହୋଇ ସେ ଆତ୍ମହତ୍ୟା ପଥକୁ ବାଛି ନେଇଥିଲେ । ଯୁବକ ଜଣଙ୍କ ଆତ୍ମହତ୍ୟା କରିବାର ଦୁଇ ବର୍ଷ ପରେ ତାଙ୍କର ପରିବାର ପକ୍ଷରୁ ହତ୍ୟ।। ମାମଲା ଦାୟର କରିଛନ୍ତି । ହାତରେ ଟାଟୁ କରିଥିବା କାରଣରୁ ଯୁବକ ଜଣଙ୍କ ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ପରୀକ୍ଷାରେ ସିଲେକ୍ସନ ହୋଇ ପାରିନଥିଲେ ।

ସୂଚନା ମୁତାବକ, ଲକ୍ଷେ୍ନøର ଯୁବକ ଅଭିଷେକ ଗୌତମ ୨୦୨୦ରେ ଦିଲ୍ଲୀ ଆସିଥିଲେ । ଆଇପିଏସ ହେବା ଅଭିଷେକଙ୍କର ଜୀବନର ଲକ୍ଷ୍ୟ ଥିଲା । ୨୦୨୧ ୟୁପିଏସସି ପରୀକ୍ଷାରେ ପାସ କରିବା ପାଇଁ ସେ ପାଠପଢ଼ା ଉପରେ ଫୋକସ କରିଥିଲେ । ସେ ଦିଲ୍ଲୀର ରାଜେନ୍ଦ୍ର ନଗରରେ ଏକ ଭଡ଼ା ନେବା ସହ କିଛି ଜଣାଶୁଣା ଆଇପିଏସ ଅଧିକାରୀଙ୍କ ଫଟୋ ଦୁଆର ମୁହଁରେ ଲଗାଇଥିଲେ । ଏହି ସମୟରେ ଅଭିଷେକ ନିଜ ହାତରେ ଆଇପିଏସ ଟାଟୁ କରିଥିଲେ । ମାତ୍ର ଟାଟୁ କଲେ ୟୁପିଏସସିରେ ସିଲେକ୍ସନ ହେବନାହିଁ ବୋଲି ତାଙ୍କର ବନ୍ଧୁ ତାଙ୍କୁ କହିଥିଲେ । ଏହାପରେ ଅଭିଷେକ ବିଚଳିତ ହୋଇ ପଡ଼ିଥିଲେ ଓ ଗୁଗଲରେ ଟାଟୁ ହଟାଇବା ସମ୍ବନ୍ଧୀୟ ତଥ୍ୟ ଖୋଜିଥିଲେ । ୨୫ ଫେବୃଆରୀରେ ସେ ନିଜ ରୁମରେ ଆତ୍ମହତ୍ୟା କରିନେଇଥିଲେ । ତେବେ ଅଭିଷେକଙ୍କ ପରିବାରଙ୍କ ମାମଲା ଆଧାରରେ ପୋଲିସ ସମସ୍ତ ଯାଞ୍ଚ କରିଥିଲେ ହେଁ କୌଣସି ତଥ୍ୟ ପାଇନଥିଲା ।

Get real time updates directly on you device, subscribe now.