“ନବ ଦାସ ହତ୍ୟାକାଣ୍ଡରେ IPS ଲବି କାମ କରୁଥିଲା” ଜୟନାରାୟଣ ମିଶ୍ର
"ଏମାନେ ମଣିଷ ମାରିଲେ ବି ପାର ହୋଇଯାଉଛନ୍ତି। ଦେଶରେ ଏମାନଙ୍କ ରାଜ୍ ଚାଲିଛି"।
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡ ମାମଲା ଦିନକୁ ଦିନ ନୂଆ ମୋଡ଼ ନେଉଛି। ସାନି ତଦନ୍ତ ମଧ୍ୟ ହେଉଛି। ହେଲେ ଏବେ ସୁଦ୍ଧା କୌଣସି ନୂଆ ତଥ୍ୟ ଲୋକଲୋଚନକୁ ଆସିନାହିଁ। ଆଉ ଏହାରି ଭିତରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଏକ ବଡ଼ ବୟାନ ଦେଇଛନ୍ତି।
ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ଜୟନାରାୟଣଙ୍କ କହିବା କଥା ନବ ଦାସ ହତ୍ୟାକାଣ୍ଡ ମାମଲାରେ IPS ଲବି ଘଟଣାକୁ ଏପଟ ସେପଟ କରିଦେଲା। ବିଶେଷ କରି ଏହି ହତ୍ୟାକାଣ୍ଡ ପଛରେ IAS, IPSଙ୍କ ସଂପୃକ୍ତି ରହିଛି।
ଯେଉଁଥିପାଇଁ ହତ୍ୟାକାଣ୍ଡର ସମ୍ପୂର୍ଣ୍ଣ ସତ ସାମ୍ନାକୁ ଆସିପାରିଲାନାହିଁ। ଏମାନେ ମଣିଷ ମାରିଲେ ବି ପାର ହୋଇଯାଉଛନ୍ତି। ଦେଶରେ ଏମାନଙ୍କ ରାଜ୍ ଚାଲିଛି। ସମୟ ଗଡ଼ିବା ସହ ସବୁ ରଫାଦଫା ହୋଇଯାଇଛି। ତୁରନ୍ତ ତଦନ୍ତ ହୋଇଥିଲେ ସବୁ ଜଣାପଡିଥାଆନ୍ତା। ହେଲେ ଏବେ ଆଉ କିଛି ହେବାର ସମ୍ଭାବନା ନାହିଁ।