fbpx

ପୁଅ IPS ଅଫିସର ହେଲେ ବାପା ମା ରହୁଛନ୍ତି ଟିଣ କୁଡ଼ିଆରେ; ଦେଖନ୍ତୁ ଭିଡିଓ…

ଜଣେ ଆଇପିଏସ ଅଫିସରଙ୍କ ପିତାମାତା କେଉଁଠାରେ ରହୁଥିବେ? ଆପଣ ଭାବୁଥିବେ ନିଶ୍ଚୟ ସରକାରୀ କ୍ୱାର୍ଟର କିମ୍ବା ବଙ୍ଗଳାରେ । ହେଲେ କର୍ଣ୍ଣାଟକର ଜଣେ ଆଇପିଏସ ଅଫିସରଙ୍କ ପିତାମାତା ରହୁଛନ୍ତି ଏହି ଟିଣ କୁଡ଼ିଆ ଘରେ । ତେବେ ପୁଅ ନିଜ ବାପାମା’ଙ୍କୁ ପର କରିଦେଇଛି ବୋଲି ଭାବନ୍ତୁନି । ଏହା ପଛରେ ରହିଛି ଏକ କାରଣ ।

କର୍ଣ୍ଣାଟକ ବେଲଗାଭୀ ଜିଲ୍ଲାର ମୋଲ ଗ୍ରାମରେ ରହୁଥିବା ଶ୍ରୀକାନ୍ତ ଏବଂ ସାବିତ୍ରୀଙ୍କୁ ପୁଅ ଜଗଦୀଶ ଆଦାହାଲି ବହୁ ପରଶ୍ରମ କରି ବନିଥିଲେ ଆଇପିଏସ । ଏବେ ସେ ବିଜୟୱାଡାରେ କାର୍ଯ୍ୟରତ ଅଛନ୍ତି । ଶ୍ରୀକାନ୍ତ କହିଛନ୍ତି ଯେ ସେ ତାଙ୍କ ଚାରି ପୁଅଙ୍କ ଶିକ୍ଷା ପାଇଁ ସେ ଅନେକ ଲୋନ ନେଇଥିଲେ । ଜଗଦୀଶ ତାଙ୍କର ସାନ ପୁଅ, ଶ୍ରୀକାନ୍ତ ତାଙ୍କୁ ତାଙ୍କୁ ବିକମ୍ ପଢ଼ାଇଥିଲେ ଜଗଦୀଶ ସେଥିରେ ମଧ୍ୟ କୃତକାର୍ଯ୍ୟ ହୋଇଥିଲେ । ମାତ୍ର ତାଙ୍କର ଗରିବୀ ତାଙ୍କୁ ପ୍ରେରିତ କରିଥିଲା ଏବଂ ସେ ଆଇପିଏସ ହେବାକୁ ଚାହିଁଥିଲେ । ଶେଷରେ କଠିନ ପରିଶ୍ରମ କରି ହୋଇଥିଲେ ଆଇପିଏସ୍ ।

ତେବେ ଆଇପିଏସ ହେବାପରେ ଜଗଦୀଶ ତାଙ୍କ ବାପା ମା’ଙ୍କୁ ଭଲ ଘରକୁ ନେବା ପାଇଁ ଚାହିଁଥିଲେ କିନ୍ତୁ ତାଙ୍କ ବାପା ମା’ କହିଥିଲେ ଯେ ଯେଉଁ ଘର ଆମକୁ ସୁଖ ଦୁଃଖରେ ସାଥ୍ ଦେଇଥିଲା ତାକୁ ଆମେ ଛାଡ଼ିପାରିବୁ ନାହିଁ । ତେଣୁ ସେ ସେଠାରେ ରହିବାକୁ ଚାହିଁଥିଲେ । ଆଉ ଜଗଦୀଶ ମଧ୍ୟ ସମ୍ମାନ ଜଣାଇଥିଲେ ନିଜ ବାପା ମାଙ୍କ ଇଚ୍ଛାକୁ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.