fbpx
BJD SKY
BJD SKY

ବେରୁତରେ ହମାସ ନେତାଙ୍କ ହତ୍ୟାକୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଲା ଇରାନ

BJD

ଓଡ଼ିଶା ଭାସ୍କର: ବେରୁତରେ ସନ୍ଦିଗ୍ଧ ଇସ୍ରାଏଲ ଆକ୍ରମଣରେ ହମାସ ନେତା ସାଲେହ ଅଲ-ଅରାଉରିଙ୍କ ମୃତ୍ୟୁକୁ ଇରାନର ଅଧିକାରୀମାନେ ତୀବ୍ର ନିନ୍ଦା କରିଛନ୍ତି। ଇରାନର ବୈଦେଶିକ ମନ୍ତ୍ରୀ ହୋସେନି ଅମୀର ଅବଦୁଲ୍ଲାନ୍ ଏକ୍ସ ଏକ୍ସ ନିଜ ପୋଷ୍ଟରେ ଇସ୍ରାଏଲକୁ ଭୀରୁତାପୂର୍ଣ୍ଣ ଆତଙ୍କବାଦୀ କାର୍ଯ୍ୟ ପାଇଁ ନିନ୍ଦା କରିଛନ୍ତି।

ଇରାନର ଗଣମାଧ୍ୟମରେ ଏହି ଘଟଣାକୁ ବେଶ୍ ସ୍ଥାନ ଦିଆଯାଉଛି। ଏହି ରିପୋର୍ଟରେ ଅଲ-ଅରୌରୀକୁ ସହିଦ ମାନ୍ୟତା ଦିଆଯାଉଛି । ଇସ୍ରାଏଲର ଅସହାୟତା ତାଙ୍କୁ ଏସବୁ କରିବାକୁ ବାଧ୍ୟ କରୁଛି ବୋଲି ଏହି ରିପୋର୍ଟରେ କୁହାଯାଉଛି। ଇସ୍ଲାମିକ ରିଭୋଲ୍ୟୁସନରୀ ଗାର୍ଡସ ଏହି ଘଟଣାକୁ ନିନ୍ଦା କରି କହିଛି ଯେ ଏହା ଇସ୍ରାଏଲ ବିରୋଧରେ ଲଢୁଥିବା ପାଲେଷ୍ଟାଇନ ଲଢୁଆଙ୍କ ମନୋବଳ ବୃଦ୍ଧି କରିବ । ଏହା ସହ ଆଇଆରଜିସି ଏହାକୁ ଲେବନାନ ସାର୍ବଭୌମତ୍ୱର ଉଲ୍ଲଂଘନ ବୋଲି ମଧ୍ୟ କହିଛି ।

Get real time updates directly on you device, subscribe now.