fbpx

AIIMS Smart ଲ୍ୟାବରେ ଏଣ୍ଟ୍ରି କଲେ Robot-AI: ରୋଗୀଙ୍କୁ କେମିତି କରିବ ସାହାଯ୍ୟ?

ନୂଆଦିଲ୍ଲୀ: ଦେଶର ମେଡିକାଲ ସାଇନ୍ସରେ ମଧ୍ୟ ଏବେ ଏଣ୍ଟ୍ରି କରିସାରିଛି ରୋବୋଟ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(AIIMS)ର ସ୍ମାର୍ଟ ଲ୍ୟାବରେ ପାଦ ଥାପିଛନ୍ତି ରୋବୋଟ ଏବଂ ଏଆଇ । ଏହାସହିତ ରୋବୋଟିକ ଉପକରଣ ଏବଂ ଏଆଇ ଡାକ୍ତରଙ୍କୁ ସାହାଯ୍ୟ କରୁଛନ୍ତି । ଟୋଟାଲ ଅଟୋମେସନ ସିଷ୍ଟମ ଉପରେ କାମ କରୁଥିବା ଏହି ଲ୍ୟାବରେ ଯାଞ୍ଚର ସାମ୍ପଲ ନେବାଠୁ ଆରମ୍ଭ କରି, ପ୍ଲେସ କରିବା, ରିକ୍ୟାପିଙ୍ଗ ଏବଂ ରେଜଲ୍ଟ ଜାରି କରିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ରୋବୋଟିକ ମେସିନ ଏବଂ ଏଆଇ ଦ୍ବାରା କରାଯାଇ ପାରିବ ।

ଲାବୋରେଟୋରୀ ମେଡିସିନ୍ ବିଭାଗ ଅଧୀନରେ ଥିବା ଏମ୍ସର ସ୍ମାର୍ଟ ଲ୍ୟାବରେ ପ୍ରତିଦିନ ପ୍ରାୟ ୧୦୦ପ୍ରକାରର ୮୦ ରୁ ୯୦ ହଜାର ପରୀକ୍ଷା କରାଯାଉଛି । ସେହିପରି ଦୈନିକ ୫ ରୁ ୬ ହଜାର ନମୁନା ମଧ୍ୟ ସଂଗ୍ରହ କରାଯାଉଛି। ଏ ନେଇ ସ୍ମାର୍ଟ ଲ୍ୟାବ ବିଭାଗର ମୁଖ୍ୟ ପ୍ରଫେସର ଡା. ସୁଦୀପ ଦତ୍ତ କହିଛନ୍ତି ଯେ, ଏଆଇ ଏବଂ ରୋବୋଟିକ୍ ଉପକରଣ ଯୋଗୁଁ ଉଭୟ ଡାକ୍ତର ଏବଂ ରୋଗୀ ଉପକୃତ ହେଉଛନ୍ତି। ଲ୍ୟାବରେ ସମ୍ପୂର୍ଣ୍ଣ ଏଆଇ ସିଷ୍ଟମରେ କାମ ହେଉଥିବା ବେଳେ ପ୍ରାୟ ୫୦ ପ୍ରତିଶମ୍ନମୁନାର ଯାଞ୍ଚ ରିପୋର୍ଟ ମାତ୍ର ୪ ଘଣ୍ଟା ମଧ୍ୟରେ ମିଳିପାରୁଛି । ତେବେ ୯୦ ପ୍ରତିଶତରୁ ଅଧିକ ରିପୋର୍ଟ ୧୨ ଘଣ୍ଟା ମଧ୍ୟରେ ମିଳିବା ସମ୍ଭବ ହୋଇପାରୁଛି ।

ଡକ୍ଟର ଦତ୍ତ କହିଛନ୍ତି ଯେ, ପରୀକ୍ଷା ରିପୋର୍ଟର ଫଳାଫଳ ବାହାର କରିବା ପାଇଁ ଏମ୍ସର ସ୍ମାର୍ଟ ଲ୍ୟାବରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବ୍ୟବହୃତ ହୁଏ । ଏହା ହେଉଛି ପ୍ରାରମ୍ଭିକ ସ୍ତର । ଏଥିପାଇଁ ନିୟମ ଆଧାରିତ ଆଲଗୋରିଦମକୁ ବିକଶିତ କରାଯାଇଛି । ଯାହା ପଳରେ ୪୦ ରୁ ୫୦ ପ୍ରତିଶତ ରିପୋର୍ଟ ଆପେ ଆପେ ପ୍ରସ୍ତୁତ ହୋଇଯାଏ । ତେଣୁ ବିଶେଷଜ୍ଞମାନଙ୍କୁ ମଧ୍ୟ ଏହାର ମାନୁଆଲ ରିଭ୍ୟୁ କରିବାକୁ ପଡ଼େନାହିଁ । ଏସବୁ ଅଳ୍ପ ଗୁରୁତର ସାଧାରଣ ରିପୋର୍ଟ ହୋଇଥାଏ । ତେବେ ରିପୋର୍ଟ ଯଦି ଗୁରୁତର ଆସେ, ତେବେ ନିଜେ ଡାକ୍ତର ଏହାକୁ ସମୀକ୍ଷା କରନ୍ତି । ଏ ସମ୍ପର୍କରେ ନିୟମ ଶ୍ରେଷ୍ଠ ଆଲଗୋରିଦମ ମାଧ୍ୟମରେ ମିଳିପାରିବ ।

Get real time updates directly on you device, subscribe now.