fbpx

୩୧ ବର୍ଷ ଜେଲ, ୧୫୪ କୋଡ଼େ… କିଏ ସେହି ଜେଲରେ ବନ୍ଦୀ ଥିବା ନୋବେଲ ଶାନ୍ତି ପୁରସ୍କାର ବିଜେତା ନର୍ଗେସ ମହମ୍ମଦୀ ?

ଇରାନରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ଲଢ଼ିଥିବା ସାମ୍ବାଦିକ ତଥା କାର୍ଯ୍ୟକର୍ତ୍ତା ନର୍ଗେସ ମହମ୍ମଦୀଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର । ମହିଳା ଅଧିକାର ପାଇଁ ଲଢ଼େଇ ପାଇଁ ନର୍ଗେସ ମହମ୍ମଦୀଙ୍କୁ ୧୩ ଥର ଗିରଫ କରାଯାଇଥିଲା । ତାଙ୍କୁ ୩୧ ବର୍ଷ କାରାଗାରରେ ରଖାଯାଇଥିଲା ଏବଂ ୧୫୪ କୋଡୋର ଦଣ୍ଡା ଦିଆଯାଇଥିଲା । ଇରାନରେ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବାରୁ ତାଙ୍କୁ ଗିରଫ କରାଯାଇଥିଲା । ବର୍ତ୍ତମାନ ସେ ଜେଲରେ ଅଛନ୍ତି ।

ନୋବେଲ କମିଟି ମତରେ, ସେ ନିର୍ଭୟରେ ମହିଳାଙ୍କ ହକ୍ ଏବଂ ଅଧିକାର ପାଇଁ କହିଥିଲେ । ସେ ବନ୍ଦୀମାନଙ୍କ ସ୍ୱର ହୋଇଥିଲେ । ଇରାନ ପୋଲିସ ନର୍ଗେସ ମହମ୍ମଦୀଙ୍କୁ ଇରାନ ସରକାରଙ୍କ ବିରୋଧରେ ପ୍ରଚାର ପ୍ରସାର କରିଥିବା ଅଭିଯୋଗ କରିଛି ।

Iranian Activist Narges Mohammadi Wins Nobel Peace Prize How She Fought For Women And Prisoner Rights1

୫୧ ବର୍ଷିୟ ନର୍ଗିସ୍ ଜେଲରେ ବନ୍ଦୀ ଅଛନ୍ତି :-
ଉହିଳାଙ୍କ ସ୍ୱାଧୀନତା ଏବଂ ସେମାନଙ୍କର ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିଥିବା ନର୍ଗେସ୍ ମଧ୍ୟ – ହ୍ୱାଇଟ୍ ଟର୍ଟର୍ ନାମକ ଏକ ପୁସ୍ତକ ଲେଖିଛନ୍ତି । ଜେଲରେ ଥିବାବେଳେ ବନ୍ଦୀମାନଙ୍କ ଯନ୍ତ୍ରଣା ସେ ପୁସ୍ତକରେ ଲେଖିଥିଲେ କରିଥିଲେ । କଏଦୀମାନଙ୍କ ଅନୁଭୂତିକୁ ବଖାଣିବା ଏବଂ ମହିଳାଙ୍କ ସ୍ୱର ଉତ୍ତୋଳନ କରିବା ପାଇଁ ତାଙ୍କୁ ୨୦୨୨ ମସିହାରେ ଆରଏସଏଫର ସାହସିକତା ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା ।

ମୃତ୍ୟୁଦଣ୍ଡ ରଦ୍ଦ କରିବାକୁ ଲଢ଼େଇ :-
ମହିଳାଙ୍କ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିବା ସହିତ ନର୍ଗେସ୍ ମୃତ୍ୟୁଦଣ୍ଡକୁ ରଦ୍ଦ ଏବଂ ବନ୍ଦୀମାନଙ୍କ ଅଧିକାର ପାଇଁ ଲଢ଼େଇ କରୁଛନ୍ତି । ମାନବିକ ଅଧିକାର ସହ ଜଡିତ ଏହି କାର୍ଯ୍ୟଗୁଡ଼ିକ ହେତୁ ନର୍ଗେସ୍ ଇରାନ ସରକାରଙ୍କ ଦୃଷ୍ଟିରେ କଣ୍ଟା ସଦୃଶ୍ୟ ହୋଇଛି । ଫଳସ୍ୱରୂପ ତାଙ୍କୁ ଅନେକ ଥର ଜେଲ ଯିବାକୁ ପଡିଛି ।

ମହିଳାମାନଙ୍କ ପାଇଁ ୩୩ ବର୍ଷର ସଂଘର୍ଷର ଯାତ୍ରା :-
ପଦାର୍ଥ ବିଜ୍ଞାନ ଅଧ୍ୟୟନ କରୁଥିବା ନର୍ଗେସ୍ ପ୍ରଥମେ ଇଞ୍ଜିନିୟର ଭାବରେ ନିଜର କ୍ୟାରିଅର୍ କରିଥିଲେ । ଏହା ପରେ ସେ ଖବରକାଗଜ ପାଇଁ ଲେଖିବା ଆରମ୍ଭ କଲେ । ଧୀରେ ଧୀରେ ସେ ମହିଳାଙ୍କ ଅଧିକାର ପାଇଁ ଲେଖିବା ଏବଂ ସରକାରଙ୍କୁ ପ୍ରଶ୍ନ କରିବା ଆରମ୍ଭ କଲେ । ଏହା ୧୯୯୦ ଦଶକରୁ ଆରମ୍ଭ ହୋଇଥିଲା । ୨୦୧୧ ରେ ପ୍ରଥମ ଥର ପାଇଁ ତାଙ୍କୁ ଗିରଫ କରାଯାଇଥିଲା । କିନ୍ତୁ ସେ ଅଟକି ଗଲେ ନାହିଁ କି ଭୟ କଲେ ନାହିଁ ।

ବନ୍ଦୀମାନଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ଜେଲ :-
ଯେତେବେଳେ ଇରାନ ସରକାର ସେମାନଙ୍କୁ ଅଟକାଇବାରେ ବିଫଳ ହୋଇଥିଲେ, ସେମାନେ ନର୍ଗେସଙ୍କ ବିରୋଧରେ ଅନେକ ଅଭିଯୋଗ କରିଥିଲେ । କଏଦୀଙ୍କ ପରିବାରକୁ ସାହାଯ୍ୟ କରୁଥିବାକୁ ନେଇ ସରକାର ତାଙ୍କ ଉପରେ ଅଭିଯୋଗ କରିଛନ୍ତି । ଏଥିପାଇଁ ତାଙ୍କୁ ୨୦୧୧ ରେ ପ୍ରଥମ ଥର ପାଇଁ ଗିରଫ କରାଯାଇଥିଲା । ୨ ବର୍ଷ ଜେଲରେ ରହିବା ପରେ ତାଙ୍କୁ ଜାମିନ ମିଳିଥିଲା ଏବଂ ୨୦୧୫ ରେ ପୁନର୍ବାର ଜେଲକୁ ପଠାଯାଇଥିଲା ।

Noble Peace Prize

୮ ବର୍ଷ ଧରି ପିଲାମାନଙ୍କୁ ଦେଖିନାହାଁନ୍ତି :-
ନ୍ୟୁୟର୍କ ଟାଇମ୍ସକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ ନର୍ଗେସ୍ କହିଥିଲେ ଯେ, ସେ ୮ ବର୍ଷ ଧରି ତାଙ୍କ ପିଲାମାନଙ୍କୁ ଭେଟି ନାହାଁନ୍ତି । ନର୍ଗେସ୍ ଯାଆଁଳା ଝିଅ ଅଲି ଏବଂ କିଆନାଙ୍କ ମା । ନର୍ଗେସଙ୍କ ଦୁଇ ଝିିଅ ତାଙ୍କ ସ୍ୱାମୀ ତାଗି ରହମାନୀଙ୍କ ସହ ଫ୍ରାନ୍ସରେ ରୁହନ୍ତି ।

Get real time updates directly on you device, subscribe now.