fbpx

ମାନ ରଖିଲେ ଅମନ୍: କୁସ୍ତି ଯୁଦ୍ଧରେ ଭାରତକୁ ମିଳିଲା ବ୍ରୋଞ୍ଜ ପଦକ

ନୂଆଦିଲ୍ଲୀ: ଏସିଆନ୍ ଗେମ୍ସରେ ଭାରତ ନିଜ ଦବଦବା ବଜୟା ରକିଛି । ଦ୍ରୁତ ଗତିରେ ପଦକ ସଂଖ୍ୟାରେ ଶତକ ହାସଲ କରିବାକୁ ଯାଉଛି ଭାରତ । ଭାରତୀୟ ହକି ଟିମ୍ ସ୍ୱର୍ଣ୍ଣ ପଦକ ପାଇଁ ଲଢୁତିବା ବେଳେ ଏହା ମଧ୍ୟରେ କୁସ୍ତିରେ ବ୍ରୋଞ୍ଜ ପଦକ ଅକ୍ତିଆର କରିଛନ୍ତି ଅମନ୍ । ୫୭ କେ.ଜି ଫ୍ରିଷ୍ଟାଇଲରେ ଚାଇନାକୁ ମାତ୍ ଦେଇ ବ୍ରେଞ୍ଜ ପଦକ ହାସଲ କରିଛି ଭାରତ । ଏହି ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଭାରତର ଷ୍ଟାର ଆଥଲେଟ ଅମନ୍ ଏବଂ ଚାଇନାର କୁସ୍ତି ଯୋଦ୍ଧା ମିଙ୍ଘୁ ଲିଉ । ତେବେ ଚାଇନାକୁ ପଛରେ ପକାଇ ଅମନ୍ ବ୍ରୋଞ୍ଜ ପଦକ ଉପରେ ନିଜ କବଜା କରିଛନ୍ତି ।

Get real time updates directly on you device, subscribe now.