fbpx

ICC World Cup 2023: ଏହି ୪ ଟିମ୍ ଖେଳିବେ ସେମିଫାଇନାଲ୍‌, କାଶୀର ଜ୍ୟୋତିଷ ଗ୍ରହର ଚାଲ ଓ ନକ୍ଷତ୍ର ଆଧାରରେ କଲେ ଭବିଷ୍ୟବାଣୀ

ବାରଣାସୀ: ଆଇସିସି ୱାର୍ଲ୍ଡକପ୍ ୨୦୨୩ର ଆରମ୍ଭ ହୋଇଯାଇଛି । ଏହି ୱାର୍ଲ୍ଡକପ୍‌ରେ ୧୦ ଟିମ୍‌ଙ୍କ ମଧ୍ୟରେ ମୋଟ ୪୮ ମ୍ୟାଚ୍ ଖେଳାଯିବ । ତେବେ ଏଥିମଧ୍ୟରୁ ୪ ଟିମ୍ ସେମିଫାଇନାଲରେ ପହଞ୍ଚିବେ । ବିଶେଷଜ୍ଞମାନେ ଏହାକୁ ନେଇ ନିଜ ନିଜର ରାୟ ରଖିବାରେ ଲାଗିଛନ୍ତି । ଏହାରି ମଧ୍ୟରେ କାଶୀର ଜ୍ୟୋତିଷାଚାର୍ଯ୍ୟ ଗ୍ରହର ଚାଲ ଓ ନକ୍ଷତ୍ର ଆଧାରରେ ସେମିଫାଇନାଲରେ କେଉଁ ୪ ଟିମ୍ ପହଞ୍ଚିବେ ସେ ନେଇ ଭବିଷ୍ୟବାଣୀ କରିଛନ୍ତି ।

ଜ୍ୟୋତିଷାଚାର୍ଯ୍ୟ ପଣ୍ଡିତ ସଞ୍ଜୟ ଉପାଧ୍ୟାୟ କହିଛନ୍ତି, ଭାରତ ସହିତ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ପାକିସ୍ତାନ ଏହି ୱାର୍ଲ୍ଡକପ୍ ଟପ୍ ୪ ଟିମ୍‌ରେ ରହିବେ । ଏହି ୪ ଦେଶ ମଧ୍ୟରେ ସେମିଫାଇନାଲ ମ୍ୟାଚ୍ ହେବ । କାଶୀ ପଣ୍ଡିତ ୱାର୍ଲ୍ଡକପ୍ ବିଶ୍ୱ ବିଜେତା କିଏ ହେବ ସେ ସଂପର୍କରେ ମଧ୍ୟ ବଡ ଭବିଷ୍ୟବାଣୀ କରିଛନ୍ତି ।
ସଞ୍ଜୟ ଉପାଧ୍ୟାୟ କହିଛନ୍ତି, ଏଥର ବୃହସ୍ପତି ମଙ୍ଗଳ ରାଶି ମେଷରେ ଅବସ୍ଥାନ କରିଛନ୍ତି ଓ ଶନି ତାଙ୍କ ମୂଳ ତ୍ରିକୋଣ କୁମ୍ଭ ରାଶିରେ ଅବସ୍ଥାନ କରିଛନ୍ତି । ଏପରି ସ୍ଥିତିରେ ଭାରତ କେବଳ ସେମିଫାଇନାଲ ନୁହେଁ ଏଥିରେ ଜିତି ଫାଇନାଲରେ ପ୍ରବେଶ କରିବ ।

ସେ କହିଛନ୍ତି ଯେତେବେଳେ ୨୦୧୯ରେ ଇଂଲଣ୍ଡ ୱାର୍ଲ୍ଡକପ୍ ଟ୍ରଫି ନିଜ ନାମରେ କରିଥିଲା ସେତେବେଳେ ବୃହସ୍ପତି ମଙ୍ଗଳରେ ଅବସ୍ଥାନ କରିଥିଲେ । ମଙ୍ଗଳ ଖେଳ ଦେଖାଉଥିବା ଗ୍ରହ । ଏଣୁ ଯେତେବେଳେ ବୃହସ୍ପତି ମଙ୍ଗଳରେ ଅବସ୍ଥାନ କରିଥାନ୍ତି ସେତେବେଳେ ବିଜୟ ସୁନିଶ୍ଚିତ । ତେଣୁ ଏଥର ଇଂଲଣ୍ଡକୁ ନେଇ ମଧ୍ୟ ଏପରି ସ୍ଥିତି ରହିଛି । ତେଣୁ ଇଂଲଣ୍ଡ ବି ସେମିଫାଇନାଲରେ ପହଞ୍ଚିବ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ୫ ଥର ବିଶ୍ୱକପ୍ ବିଜେତା ହୋଇଛି । ଏଥର ବି ଗ୍ରହ ଓ ନକ୍ଷତ୍ର ଚଳନ ଦୃଷ୍ଟିରୁ ଅଷ୍ଟ୍ରେଲିଆର ସେମିଫାଇନାଲରେ ପହଞ୍ଚିବାର ରାସ୍ତା ପ୍ରଶସ୍ତ ରହିଛି । ଏହା ସହିତ ପାକିସ୍ତାନ ବି ସେମିଫାଇନାଲରେ ପହଞ୍ଚିବ ବୋଲି ଜ୍ୟୋତିଷ ଗଣନା ସୂଚନା ଦେଇଛି ।

Get real time updates directly on you device, subscribe now.