fbpx

ଆସିଗଲା IRCTCର ସ୍ପେଶାଲ ଟୁର୍ ପ୍ୟାକେଜ: କନ୍ୟାକୁମାରୀ, ରାମେଶ୍ୱରମ୍, କୋଚି, ମଦୁରାଇ, ତ୍ରିଭେନ୍ଦ୍ରମ୍ ଶସ୍ତାରେ ବୁଲନ୍ତୁ

Advertisement

ନୂଆଦିଲ୍ଲୀ: ଯଦି ଆପଣମାନେ ଭ୍ରମଣପିୟ ତେବେ ଆପଣଙ୍କ ପାଇଁ ଏକ ଖାସ୍ ଅଫର ଆସିଯାଇଛି । ଇଣ୍ଡିଆନ ରେଲୱେ କ୍ୟାଟେରିଂ ଆଣ୍ଡ ଟ୍ୟୁରିଜିମ୍ କର୍ପୋରେସନ (ଆଇଆରସିଟିସି) ପକ୍ଷରୁ ଏକ ଶାନଦାର ପ୍ୟାକେଜ୍ ଲଞ୍ଚ କରାଯାଇଛି । ଏହି ଅଫର ମାଧ୍ୟମରେ ଆପଣ କେରଳର ବିଭିନ୍ନ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀର ମଜା ଉଠାଇ ପାରିବେ । ଯାତ୍ରୀମାନେ, ରାମେଶ୍ୱରମ୍, ମଦୁରାଇ, ମୁନ୍ନାର, କୋଚି, କନ୍ୟାକୁମାରୀ, ତ୍ରିଭେନ୍ଦ୍ରମ୍ ଯାତ୍ରା କରିପାରିବେ ।

ଏହି ପ୍ୟାକେଜରେ ସାତ ରାତି ଓ ଆଠ ଦିନ ରହିଛି । ଦକ୍ଷିଣ ଭାରତର ଏହି ଟୁର୍ ପ୍ୟାକେଜରେ ଆପଣମାନେ ବିମାନରେ ଯାତ୍ରା କରିବେ । ଯାତ୍ରା ପାଇଁ ଏୟାର ଟିକେଟ, କ୍ୟାବ, ହୋଟେଲ, ଭୋଜନ ଆଦିର ସୁବିଧା ରହିଛି । ଆଇଆରସିଟିସିର ଏହି ପ୍ୟାକେଜର ଶୁଭାରମ୍ଭ ରାଜସ୍ଥାନର ରାଜଧାନୀ ଜୟପୁରରୁ କରାଯିବ । ଆସନ୍ତା ସେପ୍ଟେମ୍ବର ମାସ ୧୨ ତାରିଖରୁ ଏହି ଯାତ୍ରା ଆରମ୍ଭ ହେବ । ଏହା ପରେ ଅକ୍ଟୋବର ୧୨, ନଭେମ୍ବର ୭, ଡିସେମ୍ବର ୧୯ ଓ ଡିସେମ୍ବର ୨୬ ତାରିଖରେ ଯାତ୍ରା କରିପାରିବେ । ଏଥିସହ ଆସନ୍ତାବର୍ଷ ଜାନୁଆରୀ ୧୬ ଓ ଫେବୃଆରୀ ୧୬ରେ ମଧ୍ୟ ଏହି ପ୍ୟାକେଜ୍ ପାଇଁ ବୁକିଂ କରିପାରିବେ ।

ଆଇଆରସିଟିସି ଅନୁଯାୟୀ, ଏହି ପ୍ୟାକେଜରେ ଇଣ୍ଡିଗୋ ଫ୍ଲାଇଟ ମାଧ୍ୟମରେ ଯାତ୍ରା କରାଯିବ । ସେପ୍ଟେମ୍ବର ୧୨ରେ ଜୟପୁରରୁ ମଦୁରାଇ ଫ୍ଲାଇଟ୍ ଯିବ । ଏହାପରେ ୧୯ ତାରିଖରେ ପୁନର୍ବାର କୋଚି ପାଇଁ ଫ୍ଲାଇଟ୍ ଉଡ଼ାଣ ଭରିବ । ଏହି ଯାତ୍ରା ପାଇଁ ସିଙ୍ଗଲ ଅକ୍ୟୁପ୍ୟାନ୍ସି ପାଇଁ ୬୭ ହଜାର, ଟ୍ୱିନ୍ ଶେୟାରିଂ ପାଇଁ ୫୧,୯୮୦, ଟ୍ରିପଲ ଶେୟାର ପାଇଁ ୪୯,୫୫୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।

Get real time updates directly on you device, subscribe now.