fbpx

IRCTC ଲଞ୍ଚ କଲା ସ୍ପେଶାଲ ଟୁର୍ ପ୍ୟାକେଜ୍: କମ୍ ପଇସାରେ ଶିରଡ଼ି, ଶନି ଶିଙ୍ଗଣାପୁର, କିଫାୟତୀ, ତ୍ରୟବକେଶ୍ୱର ଜ୍ୟୋତିର୍ଲିଙ୍ଗ ପରିଦର୍ଶନ କରନ୍ତୁ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯଦି ଆପଣଙ୍କର ନୂଆ ନୂଆ ସ୍ଥାନ ବୁଲିବାର ସଉକ ଥାଏ, ତେବେ ଆପଣଙ୍କ ପାଇଁ ଏକ ବଢ଼ିଆ ସୁଯୋଗ ଆସିଛି । ଇଣ୍ଡିଆନ ରେଲୱେ କ୍ୟାଟେରିଂ ଆଣ୍ଡ ଟ୍ୟୁରିଜିମ୍ କର୍ପୋରେସନ (ଆଇଆରସିଟିସି) ପକ୍ଷରୁ ଏକ ସ୍ପେଶାଲ ଟୁର୍ ପ୍ୟାକେଜ୍ ଲଞ୍ଚ କରାଯାଇଛି । ଏହି ପ୍ୟାକେଜ ମାଧ୍ୟମରେ ଆପଣ ଶିରଡ଼ି, ଶନି ଶିଙ୍ଗଣାପୁର, କିଫାୟତୀ ଓ ତ୍ରୟବକେଶ୍ୱର ଜ୍ୟୋତିର୍ଲିଙ୍ଗ ପରିଦର୍ଶନ କରିପାରିବେ ।

ଆସନ୍ତା ମାସ ୪ ତାରିଖରୁ ଏହି ପ୍ୟାକେଜର ଶୁଭାରମ୍ଭ ହେଉଛି । ଏହି ପ୍ୟାକେଜରେ ୪ ରାତି ଓ ପାଞ୍ଚ ଦିନ ରହିଛି । ଏହି ପ୍ୟାକେଜ ଅନୁଯାୟୀ, ଅଗଷ୍ଟ ୪ରୁ ସେପ୍ଟେମ୍ବର ୮ ମଧ୍ୟରେ ପ୍ରତ୍ୟେକ ଗୁରୁବାର ଦିନ ଲକ୍ଷ୍ନୌରୁ ଟ୍ରେନ ମିଳିବ । ପ୍ୟାକେଜରେ ଆପଣଙ୍କର ରହିବା, ବ୍ରେକଫାଷ୍ଟ ଓ ଡିନର ବ୍ୟବସ୍ଥା ଆଇଆରସିଟିସି ପକ୍ଷରୁ କରାଯିବ ।

ଏହି ଯାତ୍ରା ପାଇଁ ଜଣେ ବ୍ୟକ୍ତିଙ୍କୁ ସେକେଣ୍ଡ ଏସି ପାଇଁ ୨୩,୮୨୦ ଟଙ୍କା, ଦୁଇଜଣ ଙ୍କୁ ୧୫୪୭୦, ତିନି ଜଣଙ୍କୁ ୧୨,୯୪୦ ଟଙ୍କା ଲେଖାଏଁ ଦେବାକୁ ପଡ଼ିବ । ଯଦି ଆପଣ ଥାର୍ଡ ଏସିରେ ଏକା ଯାତ୍ରା କରିବେ ତେବେ ୨୧,୮୧୦ ଟଙ୍କା, ଦୁଇଜଣ ଯାତ୍ରା କଲେ ୧୩,୪୬୦ ଓ ତିନି ଜଣ ଯାତ୍ରା କଲେ ୧୦,୯୩୦ ଟଙ୍କା ଲେଖାଏଁ ଦେବାକୁ ପଡ଼ିବ । ଏହି ପ୍ୟାକେଜ ପାଇଁ ଆପଣ www.irctctourism.com ୱେବସାଇଟକୁ ଯାଇ ବୁକିଂ କରିପାରିବେ । ଏଥିସହିତ ଆଇଆରସିଟିସିର ପର୍ଯ୍ୟଟକ ସୁବିଧା କେନ୍ଦ୍ର, ଆଞ୍ଚଳିକ ଓ କ୍ଷେତ୍ରୀୟ କାର୍ଯ୍ୟାଳୟରୁ ମଧ୍ୟ ବୁକିଂ କରିପାରିବେ ।

Get real time updates directly on you device, subscribe now.