fbpx
BJD SKY
BJD SKY

ଲଞ୍ଚ ହେଲା Redmi 10A Sport, ବଜେଟରେ ମିଳିବ ୬ ଜିବି ରାମ୍ ଏବଂ ୧୨୮ ଜିବି ଷ୍ଟୋରେଜ୍

BJD

ନୁଆଦିଲ୍ଲୀ: Redmiର ଲେଟେଷ୍ଟ ସ୍ମାର୍ଟଫୋନ୍ Redmi 10A Sport ଲଞ୍ଚ ହୋଇଛି । ଏହାପୂର୍ବରୁ କମ୍ପାନୀ Redmi 10 A କୁ ଭାରତରେ ଲଞ୍ଚ କରିଥିଲା । ନୂଆ ଫୋନ ରେଡମୀ ୧୦ ଏ ର ଅପଗ୍ରେଡ ଭର୍ଜନ । ନୂଆ ମଡେଲରେ କମ୍ପାନୀ ଅଧିକ ରାମ୍ ଏବଂ ଷ୍ଟୋରେଜ ଦେଉଛି । ଅବଶ୍ୟ ଏହାର ବାକି ଫିଚର୍ସ ପୂର୍ବ ମଡେଲ ପରି ରହିଛି ।

ଏଭଳି ରହିବ ଫିଚର୍ସ:

Redmi 10 A Sport ପ୍ରାୟ ରେଡମୀ ୧୦ ଏ ଭଳି, କିନ୍ତୁ ଏଥିରେ ଅଧିକ ରାମ ଏବଂ ଇଣ୍ଟରନାଲ ମେମୋରୀ ରହିଛି । ଏହାର ଡିସପ୍ଲେ ୪୦୦ ନିଟ୍ସର ବ୍ରାଇଟନେସ୍ ସହ ଆସିଥାଏ । ଫୋନରେ MediaTek Helio G25 ଚିପସେଟ୍ ମିଳିବ । ଫୋନରେ ୪ଜି ଜିପିଏସ, ୱାଇଫାଇ, ବ୍ଲୁଟୁଥ୍, ୩.୫୫ ଏମଏମ ଜ୍ୟାକ୍ ଭଳି ଅନ୍ୟାନ୍ୟ ଫିଚର୍ସ ମଧ୍ୟ ରହିଛି । ଫୋନରେ ଆଇପିଏସ ଏଚଡି+ ଡିସପ୍ଲେ ଦିଆଯାଇଛି ।

ଫଟୋଗ୍ରାଫୀ ପାଇଁ ଫୋନରେ ୧୩ ମେଗାପିକ୍ସଲର ରିୟର କ୍ୟାମେରା ଏବଂ ୫ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ରହିଛି । ଫୋନରେ ମେମୋରୀ କାର୍ଡ ସାହାଯ୍ୟରେ ଷ୍ଟୋରେଜକୁ ବଢ଼ାଯାଇପାରିବ । ଫୋନରେ ବ୍ୟାଟେରୀ 5000 mAh ର ବ୍ୟାଟେରୀ ରହିଛି । ଫୋନରେ ରିୟର ମାଉଣ୍ଟେଡ ଫ୍ରିଙ୍ଗରପ୍ରିଣ୍ଟ ଦିଆଯାଇଛି ।

ତେବେ ରେଡମୀ ୧୦ ଏ ସ୍ପୋର୍ଟର ୬ ଜିବି+୧୨୮ ଜିବି ଭ୍ୟାରିଏଣ୍ଟର ହିଁ ଉପଲବ୍ଧ । ଏହାର ଦାମ୍ ୧୦,୯୯୯ ଟଙ୍କା ରହିଛି । ଫୋନ୍ ଚାରକୋଲ ବ୍ଲାକ୍, ସି ବ୍ଲୁ କିମ୍ବା ସ୍ଲେଟ୍ ଗ୍ରେ କଲର ଅପ୍ସନ ସହ ମିଳିବ । ଏହି ସ୍ମାର୍ଟଫୋନ୍ କୁ ଏମଆଇ.କମ୍ ଏବଂ ଆମାଜନ ଇଣ୍ଡିଆରୁ କିଣିପାରିବେ ।

Get real time updates directly on you device, subscribe now.