fbpx

(Video) ସାମ୍ନାକୁ ଆସିଲେ ପ୍ରକୃତି, ଗଣମାଧ୍ୟମକୁ ଦେଲେ ନିଜର ପ୍ରତିକ୍ରିୟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ ଅଭିନେତା ବାବୁସାନ ମହାନ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ଉଠିଥିବା ବିବାଦର ସମାଧାନ ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ । ଦୁହେଁ ଏକ କାରରେ ଏୟାରପୋର୍ଟ ଯାଉଥିବା ସମୟରେ ସେମାନଙ୍କୁ ସତ୍ୟନଗର ଅଞ୍ଚଳରୁ ବାବୁସାନଙ୍କ ପତ୍ନୀ ତୃପ୍ତି ମହାନ୍ତି ଧରିଥିଲେ । ଏହାପରେ ତୃପ୍ତି ପ୍ରକୃତିଙ୍କୁ ମାଡ଼ ମାରିଥିବା ନେଇ ପ୍ରକୃତି ଅଭିଯୋଗ କରିଥିଲେ । ଏନେଇ କିଛି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା ।

ତେବେ ଏହା ମଧ୍ୟରେ ଆଜି ସାମ୍ନାକୁ ଆସିଛନ୍ତି ପ୍ରକୃତି । ପ୍ରକୃତି ତାଙ୍କର ଘରର ଛାତ ଉପରେ ବୁଲୁଥିବା ଭିଡିଓରେ ଦେଖାଯାଇଥିଲା । ଛାତ ଉପରେ ପ୍ରକୃତିଙ୍କ ସହ ତାଙ୍କ ବାପା ମଧ୍ୟ ଉପସ୍ଥିତ ଥିଲୋ । ‘ଅପେକ୍ଷା କରନ୍ତୁ, ସମୟ ଆସିଲେ ସବୁ କଥା ଜାଣିପାରିବ’ ବୋଲି ପ୍ରକୃତି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ଏହା ପୂର୍ବରୁ ପ୍ରକୃତି ମଧ୍ୟ ଏକାଧିକ ଭିଡିଓ ଶେୟାର କରି ନିଜର ମତାମତ ରଖିଥିଲେ ।

ପୂର୍ବରୁ ପ୍ରକୃତିଙ୍କ ବାପା, ମାଆ ଓ ତୃପ୍ତିଙ୍କ ପକ୍ଷରୁ ଥାନାରେ ଅଲଗା ଅଲଗା ଏତଲା ଦିଆଯାଇଥିଲା । ଏହି ଘଟଣାକୁ ନେଇ ସାରା ରାଜ୍ୟରେ ତୁମ୍ବିତୋଫାନ ଦେଖାଯାଇଥିଲା । ଏହା ମଧ୍ୟରେ ପ୍ରକୃତିଙ୍କୁ ପୋଲିସ ଜେରା କରିସାରିଥିବା ବେଳେ ବାବୁସାନଙ୍କୁ ମଧ୍ୟ ପୂର୍ବରୁ ସମନ ଜାରି କରାଯାଇଥିଲା । ଗତ ୨୭ ତାରିଖରେ ବାବୁସାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତୃପ୍ତିଙ୍କ ପକ୍ଷରୁ ଆଗତ ହୋଇଥିବା ମାମଲାରେ ବାବୁସାନ ଅଭିଯୁକ୍ତ ଥିବାରୁ ଜାମିନ ପାଇଁ ଆବେଦନ କରିଥିଲେ ।

Get real time updates directly on you device, subscribe now.