fbpx
BJD SKY
BJD SKY

ପେଟ୍ରୋଲ ନୁହେଁ କି’ ଡିଜେଲ ନୁହେଁ, ପରିସ୍ରାରେ ଚାଲିବ ଟ୍ରାକ୍ଟର!

BJD

ନୂଆଦିଲ୍ଳୀ: ପେଟ୍ରୋଲ୍-ଡିଜେଲର ବଢ଼ୁଥିବା ଦର ଯୋଗୁଁ ସମସ୍ତେ ଚିନ୍ତିତ । ଗରିବ ହେଉ ବା ଧନୀ ସମସ୍ତେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଯୋଗୁଁ ପ୍ରଭାବିତ ହେଉଛନ୍ତି । ତେଲ ଦର ବୃଦ୍ଧି ବଢ଼ୁଥିବା ଦରବୃଦ୍ଧି ପଛର ଏକ ବଡ଼ କାରଣ । ଏଥିପାଇଁ ଇନ୍ଧନର ବିକଳ୍ପ ଭାବରେ ସରକାର ଏବଂ କମ୍ପାନୀ ମାନେ କାମ କରୁଛନ୍ତି । ପେଟ୍ରୋଲ-ଡିଜେଲର ଖୋଜ୍ ପାଇଁ କେବଳ ଭାରତ ନୁହେଁ ବରଂ ଅନେକ ଦେଶ ଲାଗିପଡ଼ିଛନ୍ତି । ଏହାରି ମଧ୍ୟରେ ଆଉ ଏକ ବିକଳ୍ପ ସାମ୍ନାକୁ ଆସିଛି ଯାହା ହେଉଛି ଆମର ମୂତ୍ର ।

ୟୂରିନ୍ କେବେ ଶେଷ ତ’ ହେବ ନାହିଁ । ଏମିତିରେ ଆଗାମୀ ଦିନରେ ଇନ୍ଧନ ଭାବରେ ଏହାର ପ୍ରୟୋଗ ହେବା ଦ୍ୱାରା ଆହୁରି ସରଳ ହୋଇଯିବ । ପ୍ରକୃତରେ ଏକ ଆମେରିକୀୟ କମ୍ପାନୀ ଆମୋନିଆ ଦ୍ୱାରା ପରିଚାଳିତ ଟ୍ରାକ୍ଟର ପ୍ରସ୍ତୁତ କରିଛି ଏବଂ ମନୁଷ୍ୟ ୟୁରିନରେ ଆମୋନିଆ ଭରପୁର ମାତ୍ରାରେ ରହିଥାଏ । ଅର୍ଥାତ୍ ୟୁରିନରେ ଟ୍ରାକ୍ଟର ଚାଲିବା ସମ୍ଭବ । ତେବେ ଏହା କିପରି ହେବ ଆସନ୍ତୁ ଜାଣିବା ।

ପ୍ରକୃତରେ କମ୍ପାନୀ ଏକ ଏଭଳି ରିଆକ୍ଟର ପ୍ରସ୍ତୁତ କରିଛି, ଯାହା ଆମୋନିଆକୁ ଭାଙ୍ଗି ଏବଂ ହାଇଡ୍ରୋଜେନ୍ ବ୍ୟବହାର କରି ଏଥିରେ ଶକ୍ତି ଉତ୍ପାଦନ କରେ । ଯେହେତୁ ଆମୋନିଆରୁ କାର୍ବନ ଡାଇଅକ୍ସାଇଡ୍ ବାହାରିନଥାଏ ଏବଂ ସେଥିରେ ଶକ୍ତି ଖୁବ୍ ଥାଏ ତେଣୁ ଏମିତିରେ ଏହା କାର୍ବନ ମୁକ୍ତ ଟ୍ରାନ୍ସପୋର୍ଟ ପାଇଁ ଭଲ ବିକଳ୍ପ ହୋଇପାରେ ।

ଏକ ରିପୋର୍ଟ ଅନୂଯାୟୀ କୁହାଯାଇଛି ଯେ ୟୁରିନକୁ ଆମୋନିଆ ରେ ପରିବର୍ତ୍ତନ କରାଯାଇପାରେ ଏବଂ ଏଥିରୁ ଶକ୍ତି ଉତ୍ପାଦନ କରାଯାଇପାରେ । କମ୍ପାନୀ ବର୍ତ୍ତମାନ ଏହାକୁ ଟ୍ରାକ୍ଟରରେ ପ୍ରୟୋଗ କରିଛି, କିନ୍ତୁ ଭବିଷ୍ୟତରେ ସାମୁଦ୍ରିକ ଜାହାଜକୁ ଚଳାଇବା ଲକ୍ଷ ରହିଛି ।

Get real time updates directly on you device, subscribe now.