fbpx
BJD SKY
BJD SKY

Legends League 2022; ଇରଫାନ ପଠାନ vs ହରଭଜନ ସିଂହ: ବାରବାଟୀ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ଲିଜେଣ୍ଡ

BJD

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୨୬ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଲିଜେଣ୍ଡ ଲିଗର ପ୍ରଥମ ମ୍ୟାଚ । ଏହି ମ୍ୟାଚରେ ଆମନା ସାମନା ହେବେ ଟିମ ଇଣ୍ଡିଆର ଲିଜେଣ୍ଡ କ୍ରିକେଟର ଇରଫାନ ପଠାନ ଏବଂ ହରଭଜନ ସିଂହ । ଇରଫାନଙ୍କ ଭିଲୱାରା କିଙ୍ଗସ ଏବଂ ଭଜ୍ଜିଙ୍କ ମହିପାଲ ଟାଇଗର୍ସ ମଧ୍ୟରେ ହେବ ଏହି କଡା ଟକ୍କର । ତେବେ କଟକ ବ୍ୟତୀତ କୋଲକାତା, ଲକ୍ଷେ୍ନø, ଦିଲ୍ଲୀ ଏବଂ ଯୋଧପୁରରେ ମୋଟ ୧୬ଟି ମ୍ୟାଚ ଖେଳାଯିବ ।

ଫ୍ରାଞ୍ଚାଇଜ ଫର୍ମାଟରେ ଖେଳାଯାଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ଅଦାନୀ ଗ୍ରୁପ, GMR ଗ୍ରୁପ, LNI ଭିଲୱାରା ଏବଂ ମହିପାଲ ଗ୍ରୁପ ନିଜ ନିଜର ଦଳ ତିଆରି କରିଛନ୍ତି । ଇରଫାନ ପଠାନ, ହରଭଜନ ସିଂହଙ୍କ ସମେତ ବିରେନ୍ଦ୍ର ସିଂହ, କ୍ରିସ ଗେଲ, ମହମ୍ମଦ କୈଫ, ମୁଥେୟା ମୁରଲୀଥରନ, ଆରପି ସିଂହ ଏବଂ ଡାନିଏଲ ଭିଟୋରୀଙ୍କ ଭଳି ୭୯ ଜଣ କିମ୍ବଦନ୍ତୀ ଖେଳାଳିଙ୍କୁ ପୁଣିଥରେ ଦେଖିବାକୁ ମିଳିବ ।

କଟକ ଷ୍ଟାଡିୟମରେ ଟୁର୍ଣ୍ଣାମେଣ୍ଟ ଆୟାଜନ କରୁଥିବାରୁ ଓଡିଶା କ୍ରିକେଟ ଆସୋସିଏସନକୁ ଧନ୍ୟବାଦ ଦେଇଛନ୍ତି ଲିଜେଣ୍ଡ ଲିଗ କ୍ରିକେଟର ସହ-ପ୍ରତିଷ୍ଠାତା ତଥା ସିଇଓ ରମଣ ରାହେଜା । ରାଜ୍ୟ ସରକାର ଖୋ ଖୋ କ୍ରୀଡାକୁ ପ୍ରୋତ୍ସାହିତ କରୁଥିବା ବେଳେ ଏହାକୁ ମଧ୍ୟ ପ୍ରାଧାନ୍ୟ ଦେବେ ବୋଲି ଆଶା ରହିଛି । ଏହା ସହିତ ଏଠାରେ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଲେ ଯୁବବର୍ଗଙ୍କୁ ଏହା ଆକୃଷ୍ଟ କରିବ ବୋଲି କହିଛନ୍ତି ରମଣ ରାହେଜା ।

Get real time updates directly on you device, subscribe now.