fbpx

T20 WC-2022 ପାଇଁ ଘୋଷଣା ହେଲା ଟିମ ଇଣ୍ଡିଆ: ଦଳକୁ ଫେରିଲେ ବୁମରାହ; ଆଉ ମହମ୍ମଦ ଶାମୀ?

ନୂଆଦିଲ୍ଲୀ: ଆସନ୍ତା ଟି-୨୦ ବିଶ୍ୱକପ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ଦଳକୁ ୟର୍କର କିଙ୍ଗ ଜଶପ୍ରୀତ ବୁମରାହ ଏବଂ ହର୍ଷଲ ପଟେଲ ଦଳକୁ କମବ୍ୟାକ କରିଛନ୍ତି । କିନ୍ତୁ ପୁଣି ଥରେ ମହମ୍ମଦ ଶାମୀଙ୍କୁ ଦଳରୁ ଦୂରେଇ ରହିବାକୁ ପଡିଛି । ରୋହିତ ଶର୍ମା ଦଳର ନେତୃତ୍ୱ ନେଉଥିବା ବେଳେ କେ.ଏଲ ରାହୁଲ ଦଳର ଉପଅଧିନାୟକ ଭାର ସମ୍ଭାଳିବେ । ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ମଧ୍ୟ ବିଶ୍ବକପ ଦଳଳରୁ ବାଦ ପଡିଛନ୍ତି ।

ଟି-୨୦ ବିଶ୍ୱକପ-୨୦୨୨ ପାଇଁ ବିସିସିଆଇ ୧୫ ଜଣିଆ ଟିମ ଘୋଷଣା କରିଛି ବିସିସିଆଇ । ବିଶ୍ୱକପ ସହିତ ଟିମ ଇଣ୍ଡିଆକୁ କମବ୍ୟାକ କରିଛନ୍ତି ୟର୍କର କିଙ୍ଗ ଜଶପ୍ରୀତ ବୁମରାହ । ତାଙ୍କ ସହିତ ଡେଥ ଓଭର ସ୍ପେଶାଲିଷ୍ଟ ହର୍ଷଲ ପଟେଲ ମଧ୍ୟ ଦଳକୁ ଫେରିଛନ୍ତି । ତେବେ ଆଲୋଚନାର ବିଷୟ ହୋଇଥିବା ମହମ୍ମଦ ଶାମୀ ପୁଣିଥରେ ଦଳରେ ସ୍ଥାନ ପାଇ ନାହାନ୍ତି । ଷ୍ଟାଣ୍ଡବାଏ ଖେଳାଳିଭାବେ ଶାମୀଙ୍କୁ ବିଶ୍ୱକପ ଦଳରେ ସାମିଲ କରିଛି ବିସିସିଆଇ । ଏହାବ୍ୟତୀତ ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଆଘାତ ଯୋଗୁଁ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି । ତାଙ୍କ ସ୍ଥାନରେ ଅକ୍ସର ପଟେଲଙ୍କୁ ବିସିସିଆଇ ଚୟନ କରିଛି ।

ତେବେ ମହମ୍ମଦ ଶାମୀଙ୍କ ବ୍ୟତୀତ ଶ୍ରେୟସ ଆୟର, ରବି ବିଷ୍ଣୋଇ ଏବଂ ଦୀପକ ଚହରଙ୍କୁ ଷ୍ଟାଣ୍ଡବାଏ ଖେଳାଳି ଭାବେ ବିସିସିଆଇ ସ୍ଥାନ ଦେଇଛି । ଦ୍ୱିତୀୟ ୱିକେଟ କିପର ଭାବେ ଦିନେଶ କାର୍ତ୍ତିକ ଦଳରେ ସ୍ଥାନ ପାଇଛନ୍ତି ।

ବିଶ୍ୱକପ ପାଇଁ ଟିମ ଇଣ୍ଡିଆ:

ରୋହିତ ଶର୍ମା(ଅଧିନାୟକ), କେ.ଏଲ ରାହୁଲ(ଉପଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ(ୱିକେଟ କିପର), ଦିନେଶ କାର୍ତ୍ତିକ(ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ୱୀନ, ୟୁଜବେନ୍ଦ୍ର ଚହଲ, ଅକ୍ସର ପଟେଲ, ଜଶପ୍ରୀତ ବୁମରାହ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅର୍ଶଦୀପ ସିଂହ ।

ଷ୍ଟାଣ୍ଡବାଏ:

ମହମ୍ମଦ ଶାମୀ, ଶ୍ରେୟସ ଆୟର, ରବି ବିଷ୍ଣୋଇ, ଦୀପକ ଚହର

Get real time updates directly on you device, subscribe now.