fbpx

ଟିକେଟ୍ ହଜିଯାଇଥିଲେ ମଧ୍ୟ ଟ୍ରେନରେ ଯାତ୍ରା କରିପାରିବେ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ: ଟ୍ରେନ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଯାତ୍ରାକୁ ସୁଗମ କରିବାକୁ ସର୍ବଦା ଭାରତୀୟ ରେଳବାଈ କାର୍ଯ୍ୟ କରିଥାଏ। କିନ୍ତୁ ଅନେକ ଥର ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ଯାତ୍ରୀ ଏହି କଥାକୁ ନେଇ ଚିନ୍ତାରେ ଥାଆନ୍ତି କି, ସେମାନେ ସାଙ୍ଗରେ ଟିକେଟ୍ ଏବଂ ଅନଲାଇନ୍ ଟିକେଟ୍ ଫଟୋ କପି ନେଇ ଆସିଛନ୍ତି କିମ୍ବା ନାହିଁ। କିନ୍ତୁ ବର୍ତମାନ ଏସବୁ ଚିନ୍ତାରୁ ଆପଣ ବାହାରି ଆସନ୍ତୁ। ଯଦି ଆପଣଙ୍କ ଟିକେଟ୍ ହଜି ଯାଇଛି, ତେବେ ଏଭଳି ସ୍ଥିତିରେ ମଧ୍ୟ ଆପଣ ଯାତ୍ରା କରିପାରିବେ।

ରେଲୱେ କାଉଣ୍ଟରର ଟିକେଟ୍ ସହିତ ଚାଲୁଥିାବ ଟ୍ରେନ୍‌ର ଆବଶ୍ୟକ ସୂଚି ଆସିଥାଏ। ଯାତ୍ରା କରିବା ସମୟରେ ଧ୍ୟାନ ରଖନ୍ତୁ ଯେ, ଯଦି ଆପଣ କାଉଣ୍ଟରରେ ଟିକେଟ୍ କରୁଛନ୍ତି, ତେବେ ଏହାକୁ ଆପଣଙ୍କ ପାଖରେ ରଖନ୍ତୁ। ନହେଲେ ଆପଣ ସମସ୍ୟାର ସମ୍ମୁଖିନ ହୋଇପାରନ୍ତି। ତେବେ ରେଳବାଈ ନିୟମ ଅନୁଯାୟୀ ଏହି ଅଧିକାର ଟିଟିଇ ପାଖରେ ରହିଛି ଯେ, ସେ ଆପନଙ୍କ ଉପରେ ଜରିମାନା ଲଗାଇବେ କିମ୍ବା ନହିଁ।

ଏଭଳି ସ୍ଥିତିରେ ଆପଣ ଟିଟିଇକୁ ଆଇଆରସିଟିସି ଆପଲିକେସନ୍‌ରେ କୋଚ୍ ଏବଂ ବର୍ଥର ମେସେଜ ଦେଖାଇପାରିବେ। ଏହାବାଦ୍ ରେଳବାଈ ଟିକେଟ୍‌ରେ ଆପଣଙ୍କ ଫୋନ୍ ନମ୍ବର ଏବଂ ଇମେଲ୍ ଅଇଡି ଆଟାଚ୍ ଥାଏ। ଆପଣ ଟିଟିଇକୁ ମୋବାଇଲ୍ ପିଏନ୍‌ଆର୍ କନଫର୍ମ ମେସେଜ ମଧ୍ୟ ଦେଖାଇପାରିବ। ଯେଉଁଥିରେ ଜଣା ପଡିବ ଯେ, ଆପଣଙ୍କୁ କେଉଁ କୋଚ୍ ଆଲଟ୍ ହୋଇଛି।

Get real time updates directly on you device, subscribe now.