fbpx

ଦ୍ୱିତୀୟ ଥର ପାଇଁ ବାପା ହେଲେ ଭାରତୀୟ କ୍ରିକେଟର: ଭାରତକୁ ବିଶ୍ୱକପ ଜିତାଇବା ସହିତ ଫିଲ୍ମରେ କରିଛନ୍ତି ଅଭିନୟ

ନୂଆଦିଲ୍ଳୀ: ଦ୍ୱିତୀୟ ଥର ପାଇଁ ବାପା ହେଲେ ଭାରତୀୟ କ୍ରିକେଟର ଇର୍ଫାନ ପଠାନ୍ । ୨୦୧୬ରେ ବିବାହ କରିଥିବା ଇର୍ଫାନ ଦ୍ୱିତୀୟ ଥର ପାଇଁ ବାପା ହୋଇଥିବା ବେଳେ ଇନଷ୍ଟାଗ୍ରାମରେ ଫଟୋ ଶେୟାର କରି ସୂଚନା ଦେଇଛନ୍ତି । ନିଜଠାରୁ ୧୦ବର୍ଷ ସାନ ସଫାଙ୍କୁ ବିବାହ କରିଥିବା ବେଳେ ୨୦୧୬ରେ ପ୍ରଥମ ସନ୍ତାନର ପିତା ହୋଇଥିଲେ । ଏହି ଦମ୍ପତ୍ତି ୨୦ ଡିସେମ୍ବରରେ ପ୍ରଥମ ସନ୍ତାନ ଜନ୍ମ ଦେଇଥିବା ବେଳେ ଇନଷ୍ଟାଗ୍ରାମରେ ନିଜର ଦ୍ୱିତୀୟ ସନ୍ତାନର ଫଟୋ ଶେୟାର କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଇର୍ଫାନ ଭାରତ ପାଇଁ କ୍ରିକେଟ ଖେଳିଥିବା ବେଳେ ଭାରତକୁ ଟି-୨୦ ବିଶ୍ୱକପ ବିଜୟୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ୨୦୦୭ରେ ଖେଳା ଯାଇଥିବା ଟି-୨୦ ବିଶ୍ୱକପରେ ଇର୍ଫାନ ଫାଇନାଲରେ ୧୬ ରନ ଦେଇ ୩ଟି ୱିକେଟ ନେବା ସହିତ ପ୍ଲେୟର ଅଫ୍ ଦ ଟୁର୍ଣ୍ଣାମେଣ୍ଟ ହୋଇଥିଲେ । ନିଜ ଆନ୍ତର୍ଜାତୀୟ କ୍ୟାରିୟରରେ ସମୁଦାୟ ୩୦୦ ୱିକେଟ ନେଇଥିବା ଇର୍ଫାନ ଏକ ତାମିଲ ଫିଲ୍ମରେ ଅଭିନୟ କରିଛନ୍ତି । ତାମିଲ ଫିଲ୍ମ କୋବ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ନଜର ଆସିବେ ଇର୍ଫାନ ପଠାନ । ଏହା ବ୍ୟତିତ ସେ ବର୍ତ୍ତମାନ ଜଣେ ଭାଷ୍ୟକାର ଭାବରେ କାର୍ଯ୍ୟ କରୁଛନ୍ତି ।

Get real time updates directly on you device, subscribe now.