fbpx

OSSC ପରୀକ୍ଷାରେ ତ୍ରୁଟି! ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ପରୀକ୍ଷାରେ ଆଗୁଆ ପ୍ରଶ୍ନପତ୍ର ଖୋଲାଯାଇଥିବା ଅଭିଯୋଗ

ଭୁବନେଶ୍ବର: ପୁଣି ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପରୀକ୍ଷାରେ ତ୍ରୁଟି ଅଭିଯୋଗ । ଓସସସି ପରିଚାଳିତ ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ପରୀକ୍ଷାରେ ତ୍ରୁଟି ହୋଇଥିବା ଅଭିଯୋଗ ହୋଇଛି । ବାଲେଶ୍ବରରୁ ସାମ୍ନାକୁ ଆସିଛି ଏଭଳି ଘଟଣା । ବାଲେଶ୍ବରର ଏକ ପରୀକ୍ଷା କେନ୍ଦ୍ରରେ ତ୍ରୁଟି ହୋଇଥିବା ଅଭିଯୋଗ ହୋଇଛି । ଆଗୁଆ ପ୍ରଶ୍ନପତ୍ର ପ୍ୟାକେଟର ସିଲ୍ ଖୋଲାଯାଇଥିବା ନେଇ ପରୀକ୍ଷାର୍ଥୀମାନେ ଗୁରୁତର ଅଭିଯୋଗ କରିଛନ୍ତି ।

ଛାତ୍ରଛାତ୍ରୀମାନେ ଅଭିଯୋଗ କରି କହିଛନ୍ତି ଯେ, ପରୀକ୍ଷାର୍ଥୀଙ୍କ ଉପସ୍ଥିତିରେ ଦସ୍ତଖତ ନେଇ ପ୍ରଶ୍ନପତ୍ର ଖୋଲାଯିବା କଥା । କିନ୍ତୁ ପରୀକ୍ଷାର୍ଥୀଙ୍କ ଉପସ୍ଥିତିରେ ପ୍ରଶ୍ନପତ୍ର ଖୋଲିବାର ନିୟମ ନାହିଁ ବୋଲି କର୍ତ୍ତୃପକ୍ଷ କହିଛନ୍ତି । ଏପରି ସ୍ଥିତିରେ ସିସିଟିଭି ଯାଞ୍ଚ ପାଇଁ ଦାବି କରିଥିଲେ ପରୀକ୍ଷାର୍ଥୀ । ତେବେ ସିସିଟିଭି ଯାଞ୍ଚ ସମୟରେ ସମୟ ମେଳ ଖାଉନଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି । ତେବେ ନିଜ ଦୋଷକୁ ଘୋଡାଇବା ପାଇଁ କର୍ତ୍ତୃପକ୍ଷ ଏହା ଏକ ବୈଷୟିକ ତ୍ରୁଟି କହିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । କିନ୍ତୁ ପରୀକ୍ଷାରେ ତ୍ରୁଟି ନେଇ କର୍ତ୍ତୃପକ୍ଷ ମାନିନଥିବା ବେଳେ ଅଭିଯୋଗକାରୀଙ୍କୁ ପରୀକ୍ଷା ଦେବା ପାଇଁ ସୁଯୋଗ ଦେଇନଥିବା ମଧ୍ୟ କୁହାଯାଉଛି ।

Get real time updates directly on you device, subscribe now.