fbpx
BJD SKY
BJD SKY

ପତଳା ହେବା ପାଇଁ Intermittent Fasting କରୁଥିଲେ ସାବଧାନ୍! ଜାଣନ୍ତୁ କ’ଣ କୁହନ୍ତି ବିଶେଷଜ୍ଞ

BJD

ଆଜିକାଲି ଲୋକମାନେ ଓଜନ କମାଇବାକୁ ଡାଏଟ୍ କରୁଛନ୍ତି ଓ ସମୟ ହିସାବରେ ସେଥିରେ କିଛି ପରିବର୍ତ୍ତନ କରୁଛନ୍ତି । ଏବେ ଇଣ୍ଟରମିଟେଣ୍ଟ ଫାଷ୍ଟିଙ୍ଗ ଖୁବ୍ ପପୁଲାର ହେବାରେ ଲାଗିଛି । ଏଥିରେ ଆପଣ ସକାଳ ୧୦- ୧୧ଟାରୁ ସନ୍ଧ୍ୟା ୬-୭ ପର୍ଯ୍ୟନ୍ତ ଅର୍ଥାତ୍ ଦିନରେ କିଛି ଘଣ୍ଟାରେ ଆପଣ ମନଇଛା ଖାଇପାରିବେ ଓ ଏହା ପରେ କେବଳ ପାଣି ପିଇ ରହିବେ । କିନ୍ତୁ ଏଥିରେ ପ୍ରଶ୍ନ ଉଠୁଛି କି କ’ଣ ଇଣ୍ଟରମିଟେଣ୍ଟ ଫାଷ୍ଟିଙ୍ଗ ସମସ୍ତଙ୍କ ପାଇଁ ଲାଭଦାୟକ? ଆସନ୍ତୁ ଜାଣିବା…

ଇଣ୍ଟରମିଟେଣ୍ଟ ଫାଷ୍ଟିଙ୍ଗ ବା ମଧ୍ୟବର୍ତ୍ତୀକାଳୀନ ଉପବାସରେ ଭୋଜନର ଅବଧି ପ୍ରାୟତ ୬ ରୁ ୮ ଘଣ୍ଟା, ଯାହା ପରେ ଆପଣଙ୍କୁ ୧୬ ରୁ ୧୪ ଘଣ୍ଟା ଉପବାସରେ ରହିବାକୁ ପଡିବ । ଏହି ସମୟରେ କେବଳ ହାଲୁକା ତରଳ ଖାଦ୍ୟ ଖାଇବାକୁ ଅନୁମତି ଦିଆଯାଏ । ୬ ରୁ ୮ ଘଣ୍ଟା ମଧ୍ୟରେ ଆପଣ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଇପାରିବେ । ଓଜନ ହ୍ରାସ କରିବାକୁ ଚେଷ୍ଟା କରୁଥିବା ଅଧିକାଂଶ ଲୋକ ସମୟ ସମୟରେ ଇଣ୍ଟରମିଟେଣ୍ଟ ଫାଷ୍ଟିଙ୍ଗ କରନ୍ତି । ଅବଶ୍ୟ ଏହି ପଦ୍ଧତି ଯୋଗୁଁ ବ୍ଲଡ ସୁଗର ଲେବଲରେ ସୁଧାର , କୋଲେଷ୍ଟ୍ରଲ କମିବା ସହ ଦୀର୍ଘାୟୁତାକୁ ପ୍ରୋତ୍ସାହିତ କରିବାରେ ମଧ୍ୟ ସାହାଯ୍ୟ ମିଳିଥାଏ ।

କିନ୍ତୁ ବିଶେଷଜ୍ଞଙ୍କ କହିବା ମୁତାବକ, ଏହି ପ୍ରକାରର ଡାଏଟ୍ ପ୍ଲାନ କରିବା ସମସ୍ତଙ୍କ ପାଇଁ ଲାଭଦାୟକ ହୋଇନଥାଏ । କେବଳ କିଛି ଲୋକ ଏଥିରୁ ଲାଭ ପାଇପାରିବେ । ଇଣ୍ଟରମିଟେଣ୍ଟ ଫାଷ୍ଟିଙ୍ଗ ସମୟରେ ସକାଳ ୧୦ ଟାରୁ ୧୧ ଟା ପର୍ଯ୍ୟନ୍ତ ଖାଇବା ଆରମ୍ଭ ହୁଏ । କିନ୍ତୁ ସକାଳ ଜଳଖିଆ ଦିନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୋଜନ ଭାବରେ ବିବେଚନା କରାଯାଏ । ସକାଳେ ଏକ ସୁସ୍ଥ ଜଳଖିଆ ଖାଇବା ଦ୍ୱାରା ମେଟାବୋଲିଜିମ୍ ବୃଦ୍ଧିରେ ସାହାଯ୍ୟ ମିଳିଥାଏ । ଏହା ଆପଣଙ୍କୁ ଶକ୍ତି ଯୋଗାଇବା ସହ ଦିନସାରା କ୍ୟାଲୋରୀ ବର୍ଣ୍ଣ କରାଇବାରେ ସାହାଯ୍ୟ କରେ । ଯେତେବେଳେ ଲୋକମାନେ ଏହି ମହତ୍ୱପୂର୍ଣ୍ଣ ଖାଦ୍ୟକୁ ଛାଡ଼ି ଓଜନ କମ୍ କରିବାକୁ ଚେଷ୍ଟା କରନ୍ତି, ସେବେ ଏହା ଅଧିକ ସମସ୍ୟାର କାରଣ ହୋଇପାରେ ।

କିଛି ଲୋକଙ୍କୁ ସକାଳେ ଭୋକ ଲାଗିଥାଏ, ତେଣୁ ଏପରି ପରିସ୍ଥିତିରେ ସେ ଇଣ୍ଟରମିଟେଣ୍ଟ ଫାଷ୍ଟିଙ୍ଗ କରିବା ଦ୍ୱାରା ନିରାଶ ହେବେ । ଫଳରେ ଚାପ ବଢ଼ିବ ଓ ଖାଇବା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ରହିବ । ରାତିସାରା ଭୋକରେ ରହିବା ଦ୍ୱାରା ସକାଳେ ଅଧିକ ଭୋଗ ଲାଗିଥାଏ । ଯଦି ଆପଣ ଭୋକିଲା ଅନୁଭବ କରୁଛନ୍ତି, ତେବେ ଶରୀର କଥା ଶୁଣନ୍ତୁ । ଏହି ଡାଏଟ୍ ଅତ୍ୟନ୍ତ ସୁରକ୍ଷିତ ଓ ପ୍ରଭାବଶାଳୀ ପ୍ଲାନ୍, କିନ୍ତୁ ସମସ୍ତଙ୍କ ପାଇଁ ଏହା ସମାନ କାମ କରେନାହିଁ । ପ୍ରତ୍ୟେକ ବ୍ୟକ୍ତି ଅଲଗା ଅଟନ୍ତି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା, ଶରୀରର ଆବଶ୍ୟକତା ଅଲଗା ଅଲଗା ରହିଥାଏ । ଅନ୍ୟମାନଙ୍କ ପାଇଁ ଯାହା କାମ କରେ ତାହା ଆପଣଙ୍କ ପାଇଁ କାମ କରିନପାରେ । ତେଣୁ ସବୁବେଳେ ଶରୀରର ଆବଶ୍ୟକତାକୁ ଶୁଣିବା ଉଚିତ୍ ।

Get real time updates directly on you device, subscribe now.