fbpx

ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ରାଜ୍ୟପାଳ ଭାବେ ନିଯୁକ୍ତି ନେଇ କ’ଣ ଆଇନ ଅଛି: କିଏ କହୁଛି ଠିକ୍ ବିଜେପି ନା କଂଗ୍ରେସ

Advertisement

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ସୟଦ ଅବଦୁଲ ନାଜିରଙ୍କୁ କେନ୍ଦ୍ର ସରକାର ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି । ଜଷ୍ଟିସ ନାଜିର ୩୯ ଦିନ ପୂର୍ବରୁ ସେବା ନିବୃତ୍ତ ହୋଇଥିଲେ । ତେବେ ନାଜିରଙ୍କୁ ରାଜ୍ୟପାଳ ପଦରେ ନିଯୁକ୍ତିକୁ ସହଜରେ ଗ୍ରହଣ କରିପାରିନାହିଁ ବିରୋଧୀ କଂଗ୍ରେସ । ନ୍ୟାୟିକ ବ୍ୟବସ୍ଥା ସହ ଜଡ଼ିତ ଥିବା ବ୍ୟକ୍ତିବିଶେଷଙ୍କୁ କାହିଁକି ରାଜ୍ୟପାଳ ପଦରେ ଅବସ୍ଥାପିତ କରାଯାଉଛି ବୋଲି ପ୍ରଶ୍ନ ଉଠାଇଛି କଂଗ୍ରେସ ।

ତେବେ ଏହା ମଧ୍ୟରେ ଆମକୁ ଗୋଟିଏ କଥା ବୁଝିବାକୁ ହେବ, ଅବସରପ୍ରାପ୍ତ ବିଚାରପତିଙ୍କୁ ରାଜ୍ୟପାଳ ପଦରେ ଅବସ୍ଥାପିତ କରିବା ନେଇ କିଛି ଆଇନ ଅଛି କି ନାହିଁ । ଏହାପରେ କେନ୍ଦ୍ର ସରକାର କି କଂଗ୍ରେସ କାହାର ଯୁକ୍ତି ଠିକ୍ ତାହା ସ୍ପଷ୍ଟ ହୋଇଯିବ । ଏନେଇ କଂଗ୍ରେସ ନେତା ରଶିଦ ଅଲଭୀ କହିଛନ୍ତି, ସରକାର ଅବସରପ୍ରାପ୍ତ ବିଚାରପତିଙ୍କୁ ଅନ୍ୟ ପଦରେ ନିଯୁକ୍ତି ଦେବା ଦ୍ୱାରା ଲୋକଙ୍କର ନ୍ୟାୟିକ ବ୍ୟବସ୍ଥା ପ୍ରତି ଆସ୍ଥା ତୁଟି ଯାଉଛି । ଏହା ପୂର୍ବରୁ ଜଷ୍ଟିସ ରଞ୍ଜନ ଗୋଗୋଈଙ୍କୁ ମଧ୍ୟ କେନ୍ଦ୍ର ସରକାର ରାଜ୍ୟସଭାର ସଭ୍ୟ ପଦ ପ୍ରଦାନ କରିଥିଲେ ।

ରାମ ଜନ୍ମଭୂମି ବାବ୍ରି ମସଜିଦ ମାମଲାରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ନେଇ ଜନସାଧାରଣ ପ୍ରଶ୍ନ ଉଠାଇଥିଲେ । କେନ୍ଦ୍ର ସରକାରଙ୍କ ଚାପର ବଶବର୍ତ୍ତୀ ଏହି ଶୁଣାଣି କରାଯାଇଥିଲା । ଜଷ୍ଟିସ ଗୋଗୋଈ ଓ ଜଷ୍ଟିସ ନାଜିର ଉଭୟେ ଏହି ମାମଲାର ଖଣ୍ଡପୀଠରେ ସାମିଲ ଥିଲେ । ପୂର୍ବରୁ ଗୋଗୋଈଙ୍କୁ ରାଜ୍ୟସଭା ପଠାଯାଇଥିବା ବେଳେ ଏବେ ଜଷ୍ଟିସ ନାଜିରଙ୍କୁ ଗଭବର୍ଣ୍ଣର ଭାବେ ନିଯୁକ୍ତି ଦିଆଯାଇଛି । ତେଣୁ କେନ୍ଦ୍ର ସରକାରଙ୍କ ସମସ୍ତ କଳାକାରନାମା ଲୋକଙ୍କୁ ସାମ୍ନାରେ ଧରାପଡ଼ିଯାଇଛି ।

ସମ୍ବିଧାନର ଧାରା ୧୫୭ ଓ ୧୫୮ରେ ରାଜ୍ୟପାଳ ପଦକୁ ନେଇ ବିସ୍ତୃତ ଭାବେ ସୂଚନା ଦିଆଯାଇଛି । ଯେଉଁ ଭାରତୀୟ ନାଗରିକଙ୍କ ବୟସ ୩୫ ବର୍ଷରୁ ଅଧିକ ହୋଇଥିବ, ଯିଏ ସଂସଦ ବା ବିଧାନ ମଣ୍ଡଳର କୌଣସି ଗୃହର ସଦସ୍ୟ ନଥିବେ, କୌଣସି ଲାଭଜନକ ପଦରେ ରହିନଥିବେ, ଯିଏ କିଛି ସମୟ ଧରି ସକ୍ରିୟ ରାଜନୀତିରେ ରହିନଥିବେ, ତାଙ୍କୁ ରାଜ୍ୟପାଳ ଭାବେ ଅବସ୍ଥାପିତ କରାଯାଇପାରିବ ବୋଲି ନିୟମ ରହିଛି ।

ତେଣୁ ସମ୍ବିଧାନର ନିୟମ ଦୃଷ୍ଟିରୁ ଅବସରପ୍ରାପ୍ତ ଜଷ୍ଟିସ ନାଜିରଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତି ଦେବାରେ କୌଣସି ଭୁଲ୍ ହୋଇନାହିଁ । ସେ ସେ ରାଜନୀତିରେ ସକ୍ରିୟ ରହିଛନ୍ତି, ନା ସେ କୌଣସି ଲାଭଜନକ ପଦରେ ରହିଛନ୍ତି । ଏଥିସହିତ ସେ ବିଧାନ ମଣ୍ଡର କୌଣସି ସଦନର ସଦସ୍ୟ ମଧ୍ୟ ନାହାନ୍ତି । ତେଣୁ ରାଜ୍ୟପାଳ ପଦ ପାଇଁ ସେ ସମ୍ପୂର୍ଣ୍ଣ ଭାବେ ଫିଟ୍ । ତେବେ ବିରୋଧୀମାନେ ଏକଥା ବୁଝିବା ଦରକାର ଯେ, ଏହା ପୂର୍ବରୁ ମଧ୍ୟ ରିଟାୟାର୍ଡ ଜଜଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି ।

ନରେନ୍ଦ୍ର ମୋଦø ସରକାର ଏ କ୍ଷେତ୍ରରେ କୌଣସି ବଡ଼ ନିଷ୍ପତ୍ତି ନେଇନାହାନ୍ତି । ଗତ ୨୦୧୪ରେ ପୂର୍ବତନ ସିଜେଆଇ ପି. ସଦାଶିବମଙ୍କୁ କେରଳ ରାଜ୍ୟପାଳ ଭାବେ ଦାୟିତ୍ୱ ଦିଆଯାଇଥିଲା । ସେହିପରି ପୂର୍ବତନ ଜଷ୍ଟିସ ଫତିମା ବିବିଙ୍କୁ ୧୯୯୭ରେ ତାମିଲନାଡ଼ୁର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିଲା । ତେଣୁ ସୁପ୍ରିମକୋର୍ଟର ବିଚାରପତିଙ୍କୁ କୌଣସି ରାଜ୍ୟର ରାଜ୍ୟପାଳ ପଦରେ ନିଯୁକ୍ତି ଦେବା ନେଇ କେହି ରୋକି ପାରିବେ ନାହିଁ ।

Get real time updates directly on you device, subscribe now.