fbpx
BJD
BJD SKY
BJD SKY

ବାହାଘରରେ ବିଳମ୍ବ ହେଉଛି କି? ଜାଣନ୍ତୁ କାରଣ ଓ ଏହାର ଉପଚାର

ପୁଅ, ଝିଅଙ୍କ ବାହାଘରରେ କିଛି ନା କିଛି ବିଘ୍ନ ଆସିଥାଏ । ଏହି କାରଣ ଯୋଗୁଁ ବାହାଘର ବିଳମ୍ବରେ ହୋଇଥାଏ । ବାସ୍ତୁ ଦୋଷ ଯୋଗୁ ମଧ୍ୟ ବିବାହରେ ବିଳମ୍ବ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହାର କିଛି ଉପକାର…

-ବିବାହରେ ବିଳମ୍ବ ହେଉଥିବା ଯୋଗ୍ୟ ଝିଅ-ପୁଅ ଏକରୁ ଅଧିକ କବାଟ, ଝରକା ଥିବା ଘର, ଅନ୍ଧାର କିମ୍ବା ଛାତର ବିମ୍‌ ତଳେ ଶୁଅନ୍ତୁ ନାହିଁ।

– ଯଦି ଆପଣଙ୍କ ଘରକୁ କିଏ ବିବାହ ନେଇ ଆସେ, ତାହେଲେ ବାସ୍ତୁ ଅନୁଯାୟୀ ଚାଙ୍କୁ ଏମିତି ଜାଗାରେ ବସାନ୍ତୁ ଯେଉଁଠୁ ଘରର ମୁଖ୍ୟଦ୍ଵାର ନଜର ଆସୁନଥିବ।

-ଯେଉଁ ଖଟରେ ଶୋଉଛନ୍ତି ତା ତଳେ ଅଯଥା ଜିନିଷ କିମ୍ବା କୌଣସି ଲୁହା ଜିନିଷ ରଖନ୍ତୁ ନାହିଁ। ଏହା ବିବାହରେ ବାଧା ସୃଷ୍ଟି କରିଥାଏ ।

– ମଙ୍ଗଳ ଦୋଷ ଯୋଗୁଁ ମଧ୍ୟ ବିବାହରେ ସମସ୍ୟା ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ମଙ୍ଗଳ ଦୋଷ ଦୂର କରିବାକୁ କୋଠରୀର ଦ୍ୱାରରେ ଗୋଲାପୀ କିମ୍ବା ହାଲୁକା ନାଲି ରଙ୍ଗ ମାରନ୍ତୁ ।

– ଭଗବାନଙ୍କୁ ପ୍ରସାଦରେ ହଳଦିଆ ରନ୍ଧାଖାଦ୍ୟ ଏବଂ ହଳଦିଆ ଫଳ ଅର୍ପଣ କରନ୍ତୁ ।

– ନିଜ କୋଠରୀରେ କୌଣସି ଖାଲି ବାସନ କିମ୍ବା ଟାଙ୍କି ରଖନ୍ତୁ ନାହିଁ। ଯଦି ପୂର୍ବରୁ ଥାଏ ତାହେଲେ ତାକୁ ହଟେଇ ଦିଅନ୍ତୁ। ଅଧିକ ଓଜନିଆ ଜିନିଷ ମଧ୍ୟ ରଖନ୍ତୁ ନାହିଁ।

– ବାସ୍ତୁ ଅନୁସାରେ ଯଦି ଘରର ମୁଖ୍ୟଦ୍ଵାର ସହ ସମ୍ବନ୍ଧିତ କୌଣସି ବାସ୍ତୁଦୋଷ ଥାଏ ତାହେଲେ ବିବାହ ଠିକ କରିବାକୁ ଅନ୍ୟ କୌଣସି ଜାଗା ଚୟନ କରନ୍ତୁ ।

– ସୋମବାର ଦିନ ଅଧା କିଲୋ ଚଣା ଡାଲି ଓ ଅଧା ଲିଟର କଞ୍ଚା କ୍ଷୀର ଦାନ କରନ୍ତୁ। ବିବାହରେ ବିଳମ୍ବ ସମସ୍ୟା ଦୂର ହେବ।

– ଶନି ଦୋଷ କାରଣରୁ ବିବାହ ବିଳମ୍ବ ହେଉଥିଲେ ଶନିବାର ଦିନ ସୋରିଷ ତେଲରେ ନିଜ ଛାଇ ଦେଖି ଏହାକୁ ଦାନ କରନ୍ତୁ। ଲଗାତାର ୭ଟି ଶନିବାର ଯାଏଁ ଏହି ଉପାୟ କରନ୍ତୁ।

– ଯଦି ଯୁବତୀଙ୍କ ବିବାହରେ ବିଳମ୍ବ ହେଉଛି ତାହେଲେ ବିବାହ ହେଉଥିବା କୌଣସି ଯୁବତୀଙ୍କ ହାତରୁ ମେହେନ୍ଦି ଲଗାନ୍ତୁ । ଏହାଦ୍ୱାରା ଶୀଘ୍ର ବିବାହ ହୋଇଥାଏ ।

– ଗୁରୁବାର ଦିନ କଦଳୀ ଗଛ ମୂଳରେ ହଳଦିଆ କପଡା ରଖି ଦେବଗୁରୁ ବୃହସ୍ପତି ଏବଂ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି ସ୍ଥାପନ କରନ୍ତୁ । ଯଦି ଏହା ସମ୍ଭବପର ନୁହେଁ ତେବେ କଦଳୀ ପତ୍ରରେ ମଧ୍ୟ ଉଭୟ ଭଗବାନଙ୍କ ପ୍ରତିମା ସ୍ଥାପିତ କରିପାରିବେ ।

Get real time updates directly on you device, subscribe now.