fbpx

ଜ୍ଞାନବାପି ମସଜିଦରେ ଶିବଲିଙ୍ଗ ଅଛି କି ନାହିଁ ? ସ୍ପଷ୍ଟ କରିବାକୁ କୋର୍ଟର ନିର୍ଦ୍ଦେଶ

ନୂଆଦିଲ୍ଲୀ : ବାରାଣସୀର କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଥିବା ବିବାଦୀୟ ଜ୍ଞାନବାପି ମସଜିଦ ପରିସରରୁ ମିଳିଥିବା କଥିତ ଶିବଲିଙ୍ଗ ମାମଲାରେ ଆହ୍ଲାବାଦ ହାଇକୋର୍ଟର ଏକ ପ୍ରମୁଖ ନିଷ୍ପତ୍ତି ସାମ୍ନାକୁ ଆସିଛି। କଥିତ ଶିବଲିଙ୍ଗଙ୍କ ଉପରେ ସର୍ଭେ କରିବାକୁ ଆହ୍ଲାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସର୍ବେ କାର୍ୟ୍ୟ ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଦ୍ୱାରା କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶିବଲିଙ୍ଗର ଯେଭଳି କୌଣସି କ୍ଷତି ନ ହୁଏ , ସେ ପ୍ରତି ଧ୍ୟାନ ଦେଇ ସର୍ଭେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶିବଲିଙ୍ଗ କେତେ ବର୍ଷ ପୁରୁଣା ଏବଂ ଏହା ପ୍ରକୃତରେ ଶିବଲିଙ୍ଗ କି ଅନ୍ୟ କିଛି ସର୍ବେକ୍ଷଣ ମାଧ୍ୟମରେ ତାହା ସ୍ପଷ୍ଟ କରିବାକୁ କୋର୍ଟ ନିଦ୍ଦେର୍ଶ ଦେଇଛନ୍ତି ।

ବାରାଣସୀର ଜିଲ୍ଲା ଜଜଙ୍କ ନିଷ୍ପତ୍ତିକୁ ହାଇକୋର୍ଟ ପରିବର୍ତ୍ତନ କରିଛନ୍ତି। ଜଷ୍ଟିସ ଅରବିନ୍ଦ କୁମାର ମିଶ୍ରଙ୍କ ଗୋଟିଏ ବେଞ୍ଚରେ ଏହି ମାମଲାର ଶୁଣାଣି କରିଛନ୍ତି। ସର୍ଭେ କାର୍ବନ ଡେଟିଂ ଜରିଆରେ ଶିବଲିଙ୍ଗ ସର୍ଭେ କରିବାର ଦାବି ସପକ୍ଷରେ ଆହ୍ଲାବାଦ ହାଇକୋର୍ଟ ନିଷ୍ପତ୍ତି ନେଇଛନ୍ତି । ଏହି ପ୍ରସଙ୍ଗରେ, ଭାରତର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଗତକାଲି ନିଜେ ଏକ ସିଲ୍ କଭରରେ ନିଜର ରିପୋର୍ଟ ଦାଖଲ କରିଛି। ହିନ୍ଦୁ ଦଳର ମହିଳାଙ୍କ ତରଫରୁ ଏହି ପିଟିସନ ଦାଖଲ କରାଯାଇଥିଲା।

ଏହି ଆବେଦନରେ ବାରାଣସୀର ଜିଲ୍ଲା ଜଜଙ୍କ ଆଦେଶକୁ ଚ୍ୟାଲେଞ୍ଜ କରାଯାଇଥିଲା। ଏହାପୂର୍ବରୁ ଗତ ବର୍ଷ ମେ ମାସରେ କୋର୍ଟ ଏହି ମାମଲାକୁ ସ୍ଥଗିତ ରଖିଥିଲେ ।

Get real time updates directly on you device, subscribe now.