fbpx

UPI ରୁ Payment ଫେଲ୍ ହେଉଛି କି ? ତୁରନ୍ତ କରନ୍ତୁ ଏହି କାମ.. ଅଟକି ଥିବା ଟଙ୍କା ସଙ୍ଗେସଙ୍ଗେ ଟ୍ରାନ୍ସଫର ହେବ

Advertisement

ନୂଆଦିଲ୍ଲୀ : ୟୁପିଆଇ ଆଜିକାଲିର କାରବାର ବା ଲେଣଦେଣକୁ ବହୁତ ସହଜ କରିଛି । ପ୍ରତିଟି ଲେଣଦେଣ ଏବେ ୟୁପିଆଇ ମାଧ୍ୟମରେ ହେଉଛି । ରାସନ ଦୋକାନ ଠାରୁ ଆରମ୍ଭ କରି ମେଡିସିନ ଷ୍ଟୋର ପର୍ଯ୍ୟନ୍ତ ପ୍ରତିଟି ପେମେଣ୍ଟ ଏବେ ୟୁପିଆଇ ମାଧ୍ୟମରେ ହେଉଛି । ୟୁପିଆଇ ଉପରେ ଲୋକଙ୍କ ନିର୍ଭରତା ବଢୁଥିବାବେଳେ ବେଳେବେଳେ ଏମିତି ବି ହୁଏ ଯେ ପେମେଣ୍ଟ ଅଧାରୁ ଅଟକି ଯାଏ । ଯାହା ଆମ ପାଇଁ ସମସ୍ୟା ସୃଷ୍ଟି କରେ । ବାରମ୍ବାର ପେମେଣ୍ଟ କରିବାକୁ ପଡେ , ଏହିପରି ଭାବରେ ଆମ ଆକାଉଣ୍ଟରୁ ବାରମ୍ବାର ଟଙ୍କା ମଧ୍ୟ କଟିଥାଏ ।

ତେବେ ପେମେଣ୍ଟ ବନ୍ଦ ହେବାର କାରଣ ବହୁତ କିଛି ହୋଇପାରେ । ଯଦି ୟୁପିଆଇ କୋଡ ସଠିକ୍ ନ ଥିବ, ବ୍ୟାଙ୍କ ସର୍ଭର ଡାଉନ ଥିବ ନହେଲେ ଆପଣଙ୍କର ଇଣ୍ଟରନେଟ୍ କନେକ୍‌ଶନ ସଠିକ୍ ଭାବରେ କାମ କରୁନଥିବ । ଏସବୁ କାରଣ ପାଇଁ ୟୁପୁଆଇ ଟ୍ରାନ୍ସଫର ବିଫଳ ହୋଇଥାଏ । ଯଦି ଆପଣ ଏଭଳି କିଛି ସମସ୍ୟା ଭୋଗୁଛନ୍ତି ତେବେ ଏହି ଟିପ୍ସ ଫଲୋ କରନ୍ତୁ ।

ଅଧିକାଂଶ ବ୍ୟାଙ୍କ ପେମେଣ୍ଟ ଟ୍ରାନ୍ସଫର ପାଇଁ ସୀମା ନିର୍ଦ୍ଧାରଣ କରିଥାନ୍ତି । ଏନପିସିଆଇ ନିର୍ଦ୍ଦେଶକଙ୍କ ଅନୁସାରେ ଏକ ଲକ୍ଷ ପର୍ଯ୍ୟନ୍ତ ୟୁପି ଟ୍ରାନ୍‌ଜାକସନ୍ କରିପାରିବେ । ସେହିପରି ଯଦି ଦିନକୁ ଆପଣ ୧୦ଟି ୟୁପିଆଇ ପେମେଣ୍ଟ କରିଛନ୍ତି ତେବେ ଆଗାମୀ ପେମେଣ୍ଟ ପାଇଁ ୨୪ ଘଣ୍ଟା ଅପେକ୍ଷା କରିବାକୁ ପଡିବ ।

ଅନ୍ୟ ଏକ ଉପାୟ ହେଉଛି ୟୁପିଆଇ କୁ ସଠିକ୍ ଭାବରେ ଯାଞ୍ଚ କରନ୍ତୁ ।

ବ୍ୟାଙ୍କ ସର୍ଭରକୁ ମଧ୍ୟ ଯାଞ୍ଚ କରନ୍ତୁ । ସର୍ଭର ଡାଉନ ଥିଲେ ୟୁପିଆଇ ଟ୍ରାନ୍ସଫର ହୁଏ ନାହିଁ ।

ଇଣ୍ଟରନେଟ୍ କନେକଶନ୍ ଯାଞ୍ଚ କରନ୍ତୁ । ଯଦି ଇଣ୍ଟରନେଟ୍ କନେକଶନ୍ ସ୍ଥିର ନ ଥିବ ତେବେ ଟ୍ରାନ୍ସଫର ଅଧାରୁ ଅଟକି ଯିବ ।

ଏସବୁ ପରେ ମଧ୍ୟ ଆପଣଙ୍କ ୟୁପିଆଇ ପେମେଣ୍ଟ ଅଧାରୁ ଅଟକି ଯାଉଛି ତେବେ ଟୋଲଫ୍ରି ନମ୍ବରରେ ଆପଣ ଯୋଗାଯୋଗ କରିପାରିବେ ।

Get real time updates directly on you device, subscribe now.