fbpx

ଇସ୍ରାଏଲ ହମାସ ଯୁଦ୍ଧ; ଅସ୍ତ୍ରବିରତି ପରେ ପୁଣି ଆକ୍ରମଣ, ୧୦୦ରୁ ଉର୍ଦ୍ଧ୍ୱ ମୃତ

ଗାଜା: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଅସ୍ତ୍ରବିରତି ଶେଷ ହୋଇଯାଇଛି । ଅସ୍ତ୍ର ବିରତି ପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ୍ ଆରମ୍ଭ କରିଦେଇଥିଲା । ଫଳରେ ଗାଜାରେ ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଇସ୍ରାଏଲ ସୈନ୍ୟବାହିନୀ ବର୍ତ୍ତମାନ ଧିରେ ଧିରେ ଗାଜାର ଦକ୍ଷିଣ ଭାଗ ଆଡ଼କୁ ଗତି କରୁଛନ୍ତି । ଏନେଇ ପାଲେଷ୍ଟାଇନ୍ ନାଗରିକଙ୍କ ସୁରକ୍ଷା ନିମନ୍ତେ ଆମେରିକା ଇସରାଏଲ ସରକାର ଉପରେ ଚାପ ପକାଇବା ଆରମ୍ଭ କରିଛି ।
ଶୁକ୍ରବାର ଇସ୍ରାଏଲ ପକ୍ଷରୁ ଆରମ୍ଭ ହୋଇଥିବା ଏହି ବୋମା ମାଡ଼ରେ ପ୍ରାୟ ୧୪ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିଲା । କହିରଖୁଛୁ ଗତ ୨୪ ନଭେମ୍ବରରୁ ୭ ଦିନ ଯାଏଁ ଅସ୍ତ୍ରବିରତି ହୋଇଥିଲା । ସାତ ଦିନର ଅସ୍ତ୍ର ବିରତି ମଧ୍ୟରେ ୧୦୦ରୁ ଉର୍ଦ୍ଧ୍ୱ ପଣବନ୍ଦିଙ୍କୁ ମୁକ୍ତ କରାଯାଇଥିଲା । ଅପରପକ୍ଷେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ହମାସ ଉପରେ ଅସ୍ତ୍ରବିରତି ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗ କରିଛି ।

Get real time updates directly on you device, subscribe now.