fbpx

ଲେବାନନରେ ସାଂଘାତିକ ପରିସ୍ଥିତି: ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡଭାଇଜରୀ

ନୂଆଦିଲ୍ଲୀ: ଲେବାନନରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ ପରେ ହାହାକାର ପରିସ୍ଥିତି ଦେଖାଦେଇଛି। ଏହି ଆକ୍ରମଣରେ ୫୦୦ ଲୋକେ ପ୍ରାଣ ହାରିଥିବା ବେଳେ ୧୬୦୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ଏହି ପରିସ୍ଥିତିରେ ଭାରତୀୟ ଦୂତାବାସ ଲେବାନନରେ ରହୁଥିବା ନିଜ ନାଗରିକମାନଙ୍କୁ ଦେଶ ଛାଡିବା ପାଇଁ କହିଛି। ଏହା ବ୍ୟତୀତ ଆଗାମୀ ସୂଚନା ପର୍ଯ୍ୟନ୍ତ ଲେବାନନ ଯାତ୍ରା ନ କରିବାକୁ ପରାମର୍ଶ ଦିଆଯାଇଛି। ଲୋକଙ୍କୁ ସତର୍କଭାବେ ରହିବା ଏବଂ ଦୂତାବାସ ସହ ଯୋଗାଯୋଗରେ ରହିବାକୁ ପରାମର୍ଶ ଦିଆଯାଇଛି, ଯାହା ବିଗିଡିଥିବା ପରିସ୍ଥିତି ମଧ୍ୟରେ ଏଠାରେ ରହିବାକୁ ଚାହୁଁଛନ୍ତି। ସେ ଲୋକଙ୍କ ସହାୟତା ପାଇଁ ଏକ ନମ୍ବର ମଧ୍ୟ ଦେଇଛନ୍ତି।

ଦୂତାବସ କହିଛି ଯେ, ‘ଲେବାନନରେ ପୂର୍ବରୁ ଥିବା ସମସ୍ତ ଭାରତୀୟ ନାଗରିକମାନଙ୍କୁ ମଧ୍ୟ ଲେବାନନ ଛାଡିବାକୁ ପରାମର୍ଶ ଦିଆଯାଇଛି। ଯେଉଁ ଲୋକମାନେ ସେଠାକୁ ଯେକୌଣସି କାରଣ ପାଇଁ ଯାଉଛନ୍ତି, ସେମାନେ ଅତ୍ୟଧିକ ସତର୍କତା ଅବଲମ୍ବନ କରିବା, ନିଜ ଗତିବିଧିକୁ ସୀମିତ ରଖିବା ଏବଂ ବେରୂତରେ ଭାରତୀୟ ଦୂତାବାସଙ୍କୁ ଆମ ଇମେଲ ଆଇଡି: .. ବା ଜରୁରୀକାଳୀନ ଫୋନ ନମ୍ବର .. ମାଧ୍ୟମରେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।’

Get real time updates directly on you device, subscribe now.