fbpx

ଧ୍ଵଂସ ସ୍ତୂପର ଧୂଳିରେ ପୋତି ହୋଇଗଲାଣି ମାନବିକତା; ସବୁଠି ଯୁଦ୍ଧର ବିଭତ୍ସ-ବର୍ବରତାର ଚିତ୍ର

ଇସ୍ରାଏଲ-ପାଲେଷ୍ଟାଇନ୍ ଯୁଦ୍ଧ: ଏଠି ଦିଗହରା ହୋଇଗଲାଣି ପ୍ରେମ, ସୌହାର୍ଦ୍ଦ୍ୟ ଓ ଶାନ୍ତି । ସବୁଠି ଯୁଦ୍ଧର ବିଭତ୍ସ, ବର୍ବର ଓ ଭୟାନକ ଚିତ୍ର । ଗତ ଦଶନ୍ଧି ମଧ୍ୟରେ ଗାଜା ମାଟିରେ ଇସ୍ରାଏଲ ସବୁଠାରୁ ବଡ଼ ପ୍ରତିକ୍ରିୟା ପ୍ରଦର୍ଶନ କରୁଛି ଇସ୍ରାଏଲ । ଗାଜାରେ ଥିବା ପାଲେଷ୍ଟାଇନୀମାନଙ୍କୁ ଏକ ନୂତନ ଚେତାବନୀ ଜାରି କରି ବାସିନ୍ଦାଙ୍କୁ ସେମାନଙ୍କ ଘର ଛାଡ଼ିବାକୁ କହିବା ସହ ଘୋଷଣା ନ ହେବା ଯାଏଁ ଫେରିବାକୁ ମନାକରିଛି ଇସ୍ରାଏଲ ପ୍ରତିରକ୍ଷା ବାହିନୀ । ଅମଣିଷ ପାଲଟି ହମାସ କେମିତି ବୀଭତ୍ସ ରକ୍ତପାତ ଘଟାଇଥିଲା ନିଜେ କରିଛି ସ୍ୱୀକାର। ଇସ୍ରାଏଲୀ ସେନା ଆଗରେ ଆତଙ୍କୀ ଖୋଲିଛି ନୃଶଂସ ଗଣହତ୍ୟା ଗୁମର । ସ୍ୱୀକାର କରିଛି, ଆମେ ସେମାନଙ୍କୁ ଗଣ ଦୁଷ୍କର୍ମ କରିଛୁ, ମୁଣ୍ଡ କାଟି ହତ୍ୟା କରିଛୁ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ । ଏହାରି ଭିତରେ ଗାଜା ଷ୍ଟ୍ରିପରେ ପଶୁଛି ଇସ୍ରାଏଲୀ ଟ୍ୟାଙ୍କ୍ । ସାଙ୍ଗରେ ଦୁର୍ଦ୍ଦଶ ଗ୍ରାଉଣ୍ଡ ଫୋର୍ସ । ହମାସ ଆତଙ୍କୀଙ୍କୁ ସଫା କରିବାକୁ ଗୋଳାବାରୁଦ ଓ ଟ୍ୟାଙ୍କ୍ ସହ ମୁତୟନ ହୋଇଛନ୍ତି ୪ ଲକ୍ଷରୁ ଅଧିକ ସୈନିକ । ଇସ୍ରାଏଲ ୮ ଦିନ ହେଲା ଯୁଦ୍ଧ ଚଳାଇଥିବା ବେଳେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି, ଏହା ଆରମ୍ଭ ମାତ୍ର । ସେପଟେ ଇସ୍ରାଏଲୀ ଏୟାରଷ୍ଟ୍ରାଇକରେ ଟଳି ପଡିଛି ହମାସ ବାୟୁସେନା ମୁଖ୍ୟ ମୁରାଦ ଆବୁ ମୁରାଦ । ହମାସର କମାଣ୍ଡର ଅଲି କାଦି ବି ନିହତ ହୋଇଥିବା ଇସ୍ରାଏଲ ଡିଫେନ୍ସ ଫୋର୍ସେସ୍ ପକ୍ଷରୁ ଦାବି କରାଯାଇଛି। ଇସ୍ରାଏଲର ପ୍ରତିଶୋଧ ଆରମ୍ଭ ହେବା ପରେ ସେଠାରେ ନ ରହିବାକୁ ସେନା ଚେତାବନୀ ଦେଇ ପାଲେଷ୍ଟାଇନୀମାନଙ୍କୁ ଚେତାବନୀ ଦେଉଥିବା ହଜାର ହଜାର ପମ୍ଫଲେଟ୍ ଗାଜା ଉପରେ ପକାଇଥିଲା। ଗାଜାର ପ୍ରିୟ ବାସିନ୍ଦା ମାନେ ଇସ୍ରାଏଲ ରାଜ୍ୟ ବିରୋଧରେ ଯୁଦ୍ଧ ଆରମ୍ଭ କରିଥିଲେ, ଗାଜା ସହର ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଥିଲା । ଆପଣ ତୁରନ୍ତ ନିଜ ଘର ଖାଲି କରନ୍ତୁ ଏବଂ ଦକ୍ଷିଣ ଗାଜା ୱାଡ଼ି ଛାଡ଼ିଯିବା ଉଚିତ୍ । ଆପଣଙ୍କ ସୁରକ୍ଷା ଏବଂ ନିରାପତ୍ତା ପାଇଁ: ଇସ୍ରାଏଲ ପ୍ରତିରକ୍ଷା ବାହିନୀର ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଆପଣ ନିଜ ଘରକୁ ଫେରିବା ଉଚିତ୍ ନୁହେଁ। ଗାଜା ସହରରେ ସ୍ୱୀକୃତିପ୍ରାପ୍ତ ସାର୍ବଜନୀନ ଆଶ୍ରୟସ୍ଥଳୀକୁ ଖାଲି କରିବାକୁ କୁହାଯାଇଛି। ନିଜ ସୁରକ୍ଷା ପାଇଁ ଏବଂ ନିଜ ପରିବାରର ସୁରକ୍ଷା ପାଇଁ ସୁରକ୍ଷା ବାଡ଼ ନିକଟକୁ ଯାଆନ୍ତୁ ନାହିଁ। ଯିଏ ପାଖକୁ ଆସେ ସେ ନିଜକୁ ମୃତ୍ୟୁର ସମ୍ମୁଖୀନ କରିଥାଏ। ଆପଣଙ୍କୁ ନିଜ ଘର ଖାଲି କରି ଗାଜା ଉପତ୍ୟକାରୁ ଦକ୍ଷିଣକୁ ଯିବାକୁ ପଡ଼ିବ।

Get real time updates directly on you device, subscribe now.