fbpx

ଗୁଳିଗୋଳା ବର୍ଷଣକୁ ଖାତିର ନ କରି ଇସ୍ରାଏଲ ଦମ୍ପତିଙ୍କ ଜୀବନ ରକ୍ଷା କରିଛନ୍ତି ଭାରତର ୨ ମହିଳା, ସବୁଠି ଏବେ ଏହି ସୁପରଓମେନ୍‌ଙ୍କୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ସ୍ଥିତି ଏବେ ଭୟଙ୍କର ରୂପ ନେବାରେ ଲାଗିଛି । ହମାସ ବିରୁଦ୍ଧରେ ଇସ୍ରାଏଲ ଖୋଜି ଖୋଜି ପ୍ରତିଶୋଧ ନେଉଛି । ତେବେ ଏହି ଯୁଦ୍ଧରେ ୨ ଭାରତୀୟ ମହିଳାଙ୍କର ଖୁବ୍ ପ୍ରଶଂସା ହେଉଛି । ଏମାନଙ୍କୁ ଇସ୍ରାଏଲରେ ସୁପରଓମେନ୍ କୁହାଯାଉଛି । ଏମାନେ ନିଜ ଜୀବନ ପ୍ରତି ଖାତିର ନ କରି ଇସ୍ରାଏଲର ଏକ ବୟସ୍କ ଦମ୍ପତିଙ୍କ ଜୀବନ ବଞ୍ଚାଇ ପାରିଛନ୍ତି । ହମାସ ଆତଙ୍କବାଦୀଙ୍କ ସହ ଏମାନେ ପ୍ରାୟ ସାଢେ ୪ ଘଣ୍ଟା ଧରି ଲଢିବା ପରେ ଏହି ଦମ୍ପତିଙ୍କୁ ବଞ୍ଚାଇ ପାରିଛନ୍ତି ।

ଭାରତରେ ଇସ୍ରାଏଲ ଦୂତାବାସ ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ୨ ଜଣ କେରଳୀ ମହିଳା ସବିତା ଓ ମୀରା ମୋହନନଙ୍କୁ ବେଶ୍ ପ୍ରଶଂସା କରାଯାଇଛି । ଏମାନେ ଏହି ୨ ମହିଳାଙ୍କୁ ଭାରତୀୟ ସୁପରଓମେନ୍ ଆଖ୍ୟା ଦେଇଛନ୍ତି । ପୋଷ୍ଟରେ ସବିତାଙ୍କ ଭାଇରାଲ୍ ଭିଡିଓ ବି ସେୟାର କରାଯାଇଛି । ଏହି ଭିଡିଓରେ ୭ ଅକ୍ଟୋବରରେ ହମାସ ଅଚାନକ ଇସ୍ରାଏଲ ଉପରେ ଆକ୍ରମଣ କରିଦେବା ଫଳରେ କ’ଣ ଘଟିଥିଲା ତାହା ସବିତା ବର୍ଣ୍ଣନା କରୁଛନ୍ତି । ସବିତା କହିଛନ୍ତି ସେମାନେ ସେଠାରେ ଏହି ବୟସ୍କ ଦମ୍ପତିଙ୍କ ଦେଖାଶୁଣା କାର୍ଯ୍ୟରେ ନିଯୁକ୍ତ ହୋଇଥିଲେ । ହମାସ ଆତଙ୍କବାଦୀମାନେ ଯେତେବେଳେ ସେହି ଦମ୍ପତିଙ୍କ ଘର ଉପରକୁ ଗୁଳି ବର୍ଷଣ କରିଥିଲେ ସେତେବେଳେ ଏହି ୨ ମହିଳା ଢାଲ ହୋଇ ଦ୍ୱାର ନିକଟରେ ଛିଡା ହୋଇ ରହିଥିଲେ ଓ ଦ୍ୱାର ଖୋଲିବାକୁ ଦେଇ ନ ଥିଲେ ।

ସେହିଦିନର ଘଟଣାକୁ ବର୍ଣ୍ଣନା କରି ସବିତା କହିଛନ୍ତି ସକାଳ ୬ଟା୩୦ମି.ରେ ସେ ସାଇରନ୍ ଶବ୍ଦ ଶୁଣିଥିଲେ । ଏହାପରେ ସେମାନେ ସମସ୍ତେ ସୁରକ୍ଷା କକ୍ଷକୁ ଚାଲିଯାଇଥିଲେ । ଏହାର କିଛି ସମୟ ପରେ ଆତଙ୍କବାଦୀମାନେ ଦମ୍ପତିଙ୍କ ଘରକୁ ଧସେଇ ପଶି ଆସିଥିଲେ । ସେମାନେ ଘର ଭିତରେ ପଶି ସବୁ ଜିନିଷ ନଷ୍ଟ କରି ଚାଲିଥିଲେ । ଏହି ସମୟରେ ଏହି ୨ ମହିଳା ସୁରକ୍ଷା କକ୍ଷ ଦ୍ୱାରର ହ୍ୟାଣ୍ଡେଲକୁ ଏପରି ଭାବରେ ଧରି ରଖିଥିଲେ କି ଆତଙ୍କବାଦୀ ଭିତରକୁ ଯାଇ ପାରି ନ ଥିଲେ । ପ୍ରାୟ ସାଢେ ୪ ଘଣ୍ଟା ପର୍ଯ୍ୟନ୍ତ ସେମାନେ ସେହିପରି ଦ୍ୱାର ନିକଟରେ ଢାଲ ହୋଇ ଛିଡା ହୋଇ ରହିଥିଲେ । ଦ୍ୱାରର ବାହାର ପଟେ ଭୀଷଣ ଗୁଳୁଗୋଳା ବର୍ଷଣ ହେଉଥିଲେ ବି ସେମାନେ ଭୟଭୀତ ହୋଇ ନ ଥିଲେ ।

Get real time updates directly on you device, subscribe now.