fbpx
BSKY
BJD MC SKY
BJD YOUTH SKY

ଭାରତରେ ନିର୍ମାଣ ଶ୍ରମିକମାନଙ୍କ ପାଇଁ ଏକ ନିଯୁକ୍ତି ଅଭିଯାନ ଚଲାଇବ ଇସ୍ରାଏଲ, ପ୍ରାୟ ୩୦,୦୦୦ ଶ୍ରମିକଙ୍କୁ ଯୋଗାଇବ ଚାକିରି

ନୂଆଦିଲ୍ଲୀ: ଇସ୍ରାଏଲରେ ନିର୍ମାଣ ଶ୍ରମିକଙ୍କ ଅଭାବକୁ ପୂରଣ କରିବା ପାଇଁ ଭାରତରୁ ହଜାର ହଜାର ଶ୍ରମିକ ନିଯୁକ୍ତି ପାଇଁ ପ୍ରସ୍ତୁତି ଚାଲିଛି । ଏହି ସଂପର୍କରେ ଇସ୍ରାଏଲର ‘ଚୟନକର୍ତ୍ତା’ର ଏକ ଟିମ୍ ଗତ ସପ୍ତାହରେ ଭାରତ ଗସ୍ତ କରିଥିଲେ ଏବଂ ଏକ ଟିମ୍ ଆସନ୍ତା ସପ୍ତାହରେ ମଧ୍ୟ ଭାରତ ଆସିବେ । ଇସ୍ରାଏଲ୍ ବିଲଡର୍ସ ଆସୋସିଏସନ୍ (ଆଇବିଏ) ଡେପୁଟି ଡାଇରେକ୍ଟର ଜେନେରାଲ୍ ତଥା ମୁଖପାତ୍ର ଶାୟ ପୋଜନର୍ ପିଟିଆଇ ସହ କଥାବାର୍ତ୍ତା ବେଳେ ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ଆସନ୍ତା ସପ୍ତାହରେ ୨୭ ଡିସେମ୍ବରରେ ଆମେ ଦିଲ୍ଲୀ ଏବଂ ଚେନ୍ନାଇରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବୁ । ବର୍ତ୍ତମାନ ଆମେ ସରକାରୀ ଅନୁମୋଦନ ଅନୁଯାୟୀ ୧୦,୦୦୦ (ଶ୍ରମିକ) ଆଣିବାକୁ ଚିନ୍ତା କରୁଛୁ । ନିକଟ ଭବିଷ୍ୟତରେ ଏହି ସଂଖ୍ୟା ୩୦,୦୦୦ ରେ ପହଞ୍ଚିବ । ଏହି ପ୍ରକ୍ରିୟା କିପରି ଚାଲିବ ତାହା ଉପରେ ନିଯୁକ୍ତି ପ୍ରକ୍ରିୟା ନିର୍ଭର କରିବ । ଏହା ଏକ ନିରନ୍ତର ପ୍ରୟାସ ଏବଂ ଅନେକ ମାସ ଲାଗିବ । ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଥିବା ଚୟନ ପ୍ରକ୍ରିୟା ୧୦-୧୫ ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ପୋଜନର୍ କହିଛନ୍ତି ।

ସେ କହିଛନ୍ତି ଯେ ଶ୍ରମ ସମସ୍ୟା ଏବଂ ଚୟନ ଦଳ ପରିଚାଳନା କରୁଥିବା ବିଭାଗର ମୁଖ୍ୟ ଆଇଜାକ୍ ଗୁରୁୱିଜ୍ଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ଗତ ସପ୍ତାହରେ ଭାରତରେ ଥିଲେ । ଆସନ୍ତା ସପ୍ତାହରେ ଭାରତ ଅଭିମୁଖେ ଯାତ୍ରା କରୁଥିବା ଏହି ପ୍ରତିନିଧୀ ଟିମର ନେତୃତ୍ୱ ନେବେ ନିର୍ମାଣ ଓ ଗୃହ ମନ୍ତ୍ରଣାଳୟର ମହାନିର୍ଦ୍ଦେଶକ ୟେହୁଦା ମୋର୍ଗନଷ୍ଟନ ।

Get real time updates directly on you device, subscribe now.