fbpx

‘ହାର୍ଦ୍ଦିକଙ୍କ ସ୍ଥାନ ନେବା କଷ୍ଟ, କିନ୍ତୁ…’ ଗୁଜୁରାଟର ନେତୃତ୍ୱକୁ ନେଇ କୋଚ ଆଶିଷ ନେହରାଙ୍କ ବୟାନ

ନୂଆଦିଲ୍ଲୀ: ଗୁଜୁରାଟ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦଳ ଛାଡ଼ି ଅନ୍ୟ ଦଳକୁ ଚାଲିଯିବା ଫ୍ରାଞ୍ଚାଇଜି ପାଇଁ ଏକ ବଡ଼ ଝଟକା । ହାର୍ଦ୍ଦିକଙ୍କ ନେତୃତ୍ୱରେ ପ୍ରଥମ ସିଜନରେ ହିଁ ଗୁଜୁରାଟ ଚମ୍ପିଆନ୍ ପାଲଟିଥିଲା । କିନ୍ତୁ ୨୦୨୪ ଆଇପିଏଲ ଅକ୍ସନ ପୂର୍ବରୁ ହାର୍ଦ୍ଦିକ ଗୁଜୁରାଟ ଛାଡ଼ି ମୁମ୍ବାଇକୁ ଯାଇଛନ୍ତି । ତେବେ ମୁମ୍ବାଇ ଦଳରେ ଯୋଗ ଦେବା ପରେ ଫ୍ରାଞ୍ଚାଇଜି ତାଙ୍କୁ ରୋହିତଙ୍କ ସ୍ଥାନରେ ଅଧିନାୟକ ପଦ ମଧ୍ୟ ହସ୍ତାନ୍ତର କରିଛି । କିନ୍ତୁ ଗୁଜୁରାଟ ଟାଇଟନ୍ସର କୋଚ ଆଶିଷ ନେହରା ହାର୍ଦ୍ଦିକଙ୍କୁ ଏବେ ବି ଝୁରୁଛନ୍ତି । ଏ ନେଇ ତାଙ୍କର ଏକ ବୟାନ ସବୁକିଛି ସ୍ପଷ୍ଟ କରିଛି ।

ମୁମ୍ବାଇ ଦଳକୁ ଟ୍ରେଡ ହୋଇ ଯିବା ପରେ ହାର୍ଦ୍ଦିକଙ୍କ ଦଳର ଅଧିନାୟକ ଭାର ଦେଇଛି ମୁମ୍ବାଇ ଇଣ୍ଡିଆନ୍ସ । ଏହାପରେ ଗୁଜୁରାଟ ଟାଇଟନ୍ସର ନେତୃତ୍ୱ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ନେହରା କହିଛନ୍ତି ଯେ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଜଣେ ଖେଳାଳିଙ୍କ ସ୍ଥାନ ନେବା ଖୁବ କଷ୍ଟକର ହେବ । ଗତ ୩-୪ ବର୍ଷରେ ଶୁଭମନ ଗିଲ ଖୁବ ସଫଳତା ପାଇଛନ୍ତି । ଗିଲ୍ ୨୪-୨୫ ବର୍ଷ ବୟସର ହୋଇଥିଲେ ମଧ୍ୟ ନେତୃତ୍ୱ ନେବାରେ ସକ୍ଷମ ଅଛନ୍ତି । ତେବେ ଆସନ୍ତା ସିଜନରେ ଦଳର ପ୍ରଦର୍ଶନ ଯାହା ବି ହେଉ, ଟିମ୍ ଶୁଭମନଙ୍କୁ ସମର୍ଥନ ଜାରି ରଖିବ ବୋଲି କହିଛନ୍ତି କୋଚ୍ ଆଶିଷ ନେହରା । ତାଙ୍କ ଉପରେ ଦଳର ଭରଷା ଅଛି ବୋଲି ଗିଲଙ୍କୁ ଦଳର ନେତୃତ୍ୱ ଦିଆଯାଇଛି । ଆମର ବିଶ୍ୱାସ ଅଛି ଯେ, ଗିଲ୍ ଅଧିନାୟକ ପାଇଁ ଉଚିତ ବିକଳ୍ପ ହେବେ ।

ନେହେରା କହିଛନ୍ତି, “ଆଇପିଏଲରେ କିଛି ମହଙ୍ଗା ଜିନିଷ ନାହିଁ। ସମସ୍ତେ ଜାଣନ୍ତି ବୋଲିଂରେ ଷ୍ଟାର୍କ କଣ କରିପାରନ୍ତି । ଆମକୁ ଜଣେ ଦ୍ରୁତ ବୋଲର ଦରକାର ଏବଂ ପ୍ରତ୍ୟେକ ଦଳର ଭିନ୍ନ ରଣନୀତି ଅଛି । ଆମ ପାଖରେ ଯାହା ଅଛି ସେଥିରେ ଆମେ ସନ୍ତୁଷ୍ଟ ହେବା ଉଚିତ୍ । ତେବେ ବର୍ତ୍ତମାନର ଦଳ ସହ ଆମକୁ ଆଇପିଏଲ-୨୦୨୪ ଖେଳିବାକୁ ପଡ଼ିବ । ନୂଆ ଅଧିନାୟକ ଏବଂ ନୂଆ ଦଳ ହୋଇଥିଲେ ମଧ୍ୟ ପୁରୁଣା ରଣନୀତିରେ ପୁଣିଥରେ ଟ୍ରଫି ହାତେଇବାର ଚେଷ୍ୟା କରିବୁ ବୋଲି କହିଛନ୍ତି ଗୁଜୁରାଟ ଟାଇଟନ୍ସର କୋଚ୍ ଆଶିଷ ନେହରା ।

Get real time updates directly on you device, subscribe now.