fbpx
BSKY SKY
BSKY SKY

ମାଧୁରୀଙ୍କ ଗୀତରେ ଝୁମିଲେ ଇସ୍ରାଏଲୀ ଆଥଲେଟ୍, ଦେଖନ୍ତୁ ଭାଇରାଲ ଭିଡିଓ

BSKY

ନୂଆଦିଲ୍ଲୀ: କୁହାଯାଏ ବଲିଉଡରେ ପ୍ରତି ଖାସ ମୁହୂର୍ତ୍ତକୁ ନେଇ କିଛି ନା କିଛି ଗୀତ ରହିଥାଏ । ଆଉ ଏହି ସବୁ ଗୀତର ପ୍ରଶଂସକ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଦେଖିବାକୁ ମିଳନ୍ତି । ନିକଟରେ ଏହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଟୋକିଓ ଅଲିମ୍ପିକରେ, ଯେଉଁଠାରେ ଇସ୍ରାଏଲି ସନ୍ତରଣକାରୀ ମାଧୁରୀ ଦୀକ୍ଷିତଙ୍କର ଏକ ସୁପରହିଟ ଗୀତରେ ଅତି ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେପଟେ ଏହି ପ୍ରଦର୍ଶନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅନେକ ଭାରତୀୟ ମଧ୍ୟ ଏହାକୁ ପସନ୍ଦ କରିଛନ୍ତି ।

ପକୃତରେ, ଟ୍ୱିଟରରେ ଟୋକିଓ ଅଲିମ୍ପିକର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଇସ୍ରାଏଲୀ ସନ୍ତରଣକାରୀ ମାଧୁରୀ ଦୀକ୍ଷିତଙ୍କ ଗୀତ ‘ଆଜା ନଚଲେ’ରେ ଚମତ୍କାର ପ୍ରଦର୍ଶନ କରିବାର ନଜର ଆସୁଛନ୍ତି । ବଲିଉଡର ସଂଗୀତର ତାଳରେ ଏହି ପ୍ରଦର୍ଶନ ସୋସିଆଲ ମିଡିଆରେ ଲୋକଙ୍କୁ ଖୁବ ପସନ୍ଦ ଆସୁଛି । ଅନେକ ୟୁଜର୍ସ ଏହି ଭିଡିଓ ସେୟାର କରିବା ସହ ଆଥଲିଟଙ୍କ ପ୍ରଶଂସା ମଧ୍ୟ କରୁଛନ୍ତି ।

Get real time updates directly on you device, subscribe now.