fbpx

ଇସ୍ରୋ କରିବାକୁ ଯାଉଛି ଆଉ ଏକ କମାଲ, ପ୍ରତିଷ୍ଠା ହେବ ଭାରତର ପ୍ରଥମ ଅନ୍ତଃରାଷ୍ଟ୍ରୀୟ ଅନ୍ତରୀକ୍ଷ କେନ୍ଦ୍ର

Advertisement

ଅହମ୍ମଦାବାଦ: ଆଗାମୀ କିଛି ବର୍ଷ ମଧ୍ୟରେ ଭାରତୀୟ ମହାକାଶ ସଂସ୍ଥା ଇସ୍ରୋ ମହାକାଶରେ ରାଜ କରିବ । ଇସ୍ରୋ ୨୦୨୮ ସୁଦ୍ଧା ଭାରତର ପ୍ରଥମ ଅନ୍ତଃରାଷ୍ଟ୍ରୀୟ ଅନ୍ତରୀକ୍ଷ କେନ୍ଦ୍ର (ଆଇଏସଏସ) ମଡ୍ୟୁଲ ଲଞ୍ଚ କରିବାକୁ ଯୋଜନା ରଖିଛି । ୨୦୩୫ ସୁଦ୍ଧା ଏହା ସଂପୂର୍ଣ୍ଣ ଭାବରେ ପରିଚାଳିତ ହେବ । ଇସ୍ରୋର ଅଧ୍ୟକ୍ଷ ଏସ୍ ସୋମନାଥ ଶୁକ୍ରବାର ଅହମ୍ମଦାବାଦରେ ଏହି ସୂଚନା ଦେଇଛନ୍ତି ।

ସାଇନ୍ସ ସିଟିରେ ବିଜ୍ଞାନ ଭାରତୀ ଦ୍ୱାରା ଆୟୋଜିତ ଭାରତୀୟ ବିଜ୍ଞାନ ସମ୍ମିଳନୀରେ ବକ୍ତବ୍ୟ ରଖିବା ସମୟରେ ସୋମନାଥ କହିଛନ୍ତି, ଆଗାମୀ ୫ ବର୍ଷରେ ଆମେ ଆଇଏସଏସର ପ୍ରଥମ ମଡ୍ୟୁଲ ଲଞ୍ଚ କରିବୁ । ଏହାର ପ୍ରଥମ ମଡ୍ୟୁଲର ଓଜନ ୮ ଟନ୍ ହେବ ଓ ଏହା ରୋବଟିକ୍ ହେବ । ଏବେ ଆମର ରକେଟ୍ କେବଳ ୧୦ ଟନ୍ ଭାର ହିଁ ନେଇଯାଇପାରିବ । ଏଥିପାଇଁ ଆମେ ଏକ ନୂଆ ରକେଟ୍ ପ୍ରସ୍ତୁତ କରୁଛୁ ଯାହା ୨୦ରୁ ୧,୨୧୫ ଟନ୍ ଭାର ନେଇଯିବାକୁ ସକ୍ଷମ ହେବ । ଏହା ଫଳରେ ୨୦୩୫ ବେଳକୁ ଆମେ ମାନବ ସହିତ ମହାକାଶକୁ ଏକ ଆଇଏସଏସ୍ ପଠାଇବାକୁ ସମର୍ଥ ହେବୁ । ଏହି ସମ୍ମିଳନୀରେ ଆଦିତ୍ୟ ଏଲ୍ ୧ ମିଶନ ଉପରେ ସୋମନାଥ କହିଛନ୍ତି ଜାନୁୟାରୀ ୬ ତାରିଖରେ ଆଦିତ୍ୟ ଏଲ୍ ୧ ପଏଣ୍ଟରେ ପ୍ରବେଶ କରିବ ଓ ସମସ୍ତେ ଏହାର ଭିଡିଓ ଦେଖିପାରିବେ ।

Get real time updates directly on you device, subscribe now.