fbpx

ISRO ଲଞ୍ଚ କଲା ପ୍ରଥମ 3D ଭର୍ଚୁଆଲ୍ ସ୍ପେସ୍ ମ୍ୟୁଜିୟମ୍ “SPARK”, ଜାଣିପାରିବେ ଅନ୍ତରୀକ୍ଷର ଅନେକ ରହସ୍ୟ…

ନୂଆଦିଲ୍ଳୀ: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ କେନ୍ଦ୍ର (ISRO) ଆଜାଦୀ କୀ ଅମୃତ ମହୋତ୍ସବ ଅବସରରେ ନିଜର ଭର୍ଚୁଆଲ ସ୍ପେସ ମ୍ୟୁଜିୟମ (SPARK) ଲଞ୍ଚ କରିଛି । ଏହା ଏକ ଡିଜିଟାଲ କଣ୍ଟେଣ୍ଟ, ଯେଉଁଥିରେ ସଂଗଠନର ଇତିହାସ ଏବଂ ସଫଳତାକୁ ଦର୍ଶାଯାଇଛି ।

ଇସ୍ରୋ https://spacepark.isro.gov.in ନାମକ ଏକ ୱେବସାଇଟ୍ ଲଞ୍ଚ କରିଛି । ଯେଉଁଥରେ ଆପଣ ଅନେକ ଦସ୍ତାବେଜ୍, ଫଟୋ, ଭିଡିଓ ଦେଖିପାରିବେ । ଏହି ସବୁ ଇସ୍ରୋର ଇତିହାସ ଏବଂ ଲଞ୍ଚ ସହ ଜଡ଼ିତ । ମିଶନର କାହାଣି, ରକେଟ୍, ସାଟେଲାଇଟ୍ ଏବଂ ଅନ୍ୟ ବୈଜ୍ଞାନିକ ମିଶନର ତଥ୍ୟ ରହିଛି । ଏହି ୱେବସାଇଟ୍ ବିଟା ଭର୍ସନ ଇସ୍ରୋ ସାଇଟରେ ରହିଛି ।

ସ୍ପାର୍କ ଇସ୍ରୋର ପ୍ରଥମ ଥ୍ରୀଡି ଭର୍ଚୁଆଲ ସ୍ପେସ ଟେକ୍ ପାର୍କ ଅଟେ । ଏହି ପାର୍କରେ ମ୍ୟୁଜିୟମ, ଥିଏଟର, ଅବଜରଭେଟୋରୀ, ପିଲାଙ୍କ ଖେଳିବା ପାଇଁ ପାର୍କ ବ୍ୟତୀତ ଅସଲି ଆକାରର ରକେଟ ମଧ୍ୟ ରହିଛି । ସ୍ପାର୍କର ମ୍ୟୁଜିୟମ ହିଁ ପାର୍କର ମୁଖ୍ୟ ଆକର୍ଷଣ । ଯେଉଁଥିରେ ଇସ୍ରୋର ସଫଳତା, ସାଟେଲାଇଟ ଲଞ୍ଚ ଆଦି ଦର୍ଶାଯାଇଛି । ଆହୁରି ମଧ୍ୟ ଇସ୍ରୋର ବୈଜ୍ଞାନିକଙ୍କ କାହାଣୀ, ଯେଉଁମାନେ ଇସ୍ରୋ ଗଠନ କରିଥିଲେ ଏବଂ ଏହାକୁ ଆଗକୁ ନେଇଥିଲେ ଏବଂ ସଫଳ କରିଥିଲେ, ଏସବୁ ଦେଖିବାକୁ ମିଳିବ ।

ଏଥିରେ ଏକ ବସ୍ ରହିଛି ଯାହାର ନାମ “ସ୍ପେସ ଅନ୍ ହ୍ୱିଲ୍ସ’ ରହିଛି । ପିଲାମାନେ ଏଥିରେ ଯାଇ ଅନ୍ତରୀକ୍ଷ ବିଷୟରେ ଅଧିକ ଜାଣିପାରିବେ । ଅବଜରଭେଟୋରୀ ଭିତରେ ଥିବା ବଡ଼ ଟେଲିସ୍ପୋପ୍ ଦ୍ୱାରା ବ୍ରହାଣ୍ଡର ଅନେକ ଗୂଢ଼ ରହସ୍ୟ ଜାଣିପାରିବେ ।  ସେହିପରି ବିଭିନ୍ ଗ୍ରହ ତଥା ଅନ୍ୟାନ୍ୟ ଅନ୍ତରୀକ୍ଷ ସମ୍ବନ୍ଧୀୟ ତଥ୍ୟ ମଧ୍ୟ ମିଳିବ ଏହି ଭର୍ଚୁଆଲ ସ୍ପେସ ଟେକ୍ ପାର୍କରେ ।

Get real time updates directly on you device, subscribe now.