fbpx

Jio ଗ୍ରାହକଙ୍କୁ ଏକ ବର୍ଷ ଯାଏଁ କରିବାକୁ ପଡ଼ିବନି ରିଚାର୍ଜ: ଏହି ପ୍ଲାନରେ ମିଳୁଛି ବଢ଼ିଆ ଅଫର, ପୂରା ପଇସା ଅସୁଲ୍

ଯଦି ଆପଣ ଜିଓ ସିମ୍ ଉପଭୋକ୍ତା ଏବଂ ଆପଣ ଆପଣଙ୍କୁ ଜିଓ ନମ୍ବରକୁ ବାରମ୍ବାର ରିଚାର୍ଜ କରିବାକୁ ଚାହୁନାହାନ୍ତି, ତେବେ ଏ କ୍ଷେତ୍ରରେ ଆପଣଙ୍କୁ କମ୍ପାନୀର ବାର୍ଷିକ ପ୍ଲାନ ସହାୟକ ହୋଇପାରେ । ଜିଓ ଏହାର ୟୁଜର୍ସଙ୍କୁ ବିଭିନ୍ନ ସୁଲଭ ପ୍ଲାନ ଯୋଗାଉଛି । ଯେଉଁଥିରେ ଅନଲିମିଟେଡ କଲିଂ ଇଣ୍ଟରନେଟ୍ ସହ ଅତିରିକ୍ତ ସେବା ମଧ୍ୟ ମିଳୁଛି । ତେବେ ଆଜି ଆମେ ଜାଣିବା ଜିଓର ବାର୍ଷିକ ପ୍ଲାନ୍ ବିଷୟରେ । ଏହି ପ୍ଲାନ୍ ସେହିମାନଙ୍କ ପାଇଁ ଲାଭଦାୟକ ଯେଉଁମାନେ ବାରମ୍ବାର ରିଚାର୍ଜ କରିବାକୁ ଚାହୁନାହାଁନ୍ତି । ଏହା ସହ ଏହି ପ୍ଲାନ୍ ରେ କଲିଂ ଇଣ୍ଟରନେଟ୍ ବ୍ୟତୀତ ଅନ୍ୟାନ୍ୟ ସୁବିଧା ମଧ୍ୟ ରହିଛି ।

ଜିଓରେ ତିନିଟି ବାର୍ଷିକ ପ୍ଲାନ୍ ରହିଛି । ଯେଉଁଥିରେ ଦୁଇଟି ରିଚାର୍ଜର ବୈଧତା ୩୬୫ ଦିନ ରହିଥିବାବେଳେ, ଗୋଟିଏ ପ୍ଲାନର ବୈଧତା ୩୩୬ ଦିନ ରହିଛି ।

ଜିଓର ୨୫୪୫ ପ୍ଲାନ୍:

କମ୍ପାନୀ ଏହା ସବୁଠୁ ଶସ୍ତା ଆନୁଆଲ ପ୍ଲାନ୍ । ଏହି ପ୍ଲାନରେ ୟୁଜର୍ସଙ୍କୁ ୩୩୬ ଦିନର ବୈଧତା, ଅସୀମିତ କଲିଂ, ୧୦୦ ଏସଏମଏସ ଏବଂ ପ୍ରତିଦିନ ୧.୫ ଜିବି ଡାଟା, ଅର୍ଥାତ୍ ୩୩୬ ଦିନ ରେ ୫୦୪ ଜିବି ଡାଟା ମିଳଥାଏ । ଏହାସହ ସମସ୍ତ ଜିଓ ସର୍ଭିସ ମଧ୍ୟ ମିଳିଥାଏ ।

ଜିଓର ୨୮୭୯ ଟଙ୍କା ପ୍ଲାନ୍:

ଏହି ପ୍ଲାନରେ ୟୁଜର୍ସଙ୍କୁ ୩୬୫ ଦିନର ବୈଧତା ମିଳିଥାଏ । ପ୍ରତିଦିନ ୧୦୦ ଏସଏମଏସ, ଅସୀମିତ କଲିଂ ଏବଂ ପ୍ରତିଦିନ ୨ ଜିବି ଡାଟା ଅର୍ଥାତ୍ ୩୬୫ ଦିନ ପାଇଁ ୭୩୦ ଜିବି ଡାଟା ମିଳିଥାଏ ଏବଂ ଏହାସହ ଜିଓର ସବୁ ସେବା ମଧ୍ୟ ମିଳିଥାଏ ।

ଜିଓ ୨୯୯୯ ରିଚାର୍ଜ:

ଏହି ପ୍ଲାନରେ ୩୬୫ ଦିନୀର ବୈଧତା, ଅନଲିମିଟେଡ କଲିଂ, ପ୍ରତିଦିନ ୧୦୦ ଏସଏମଏସ ତ’ ମିଳିବ । ଏହା ସହ ପ୍ରତିଦିନ ୨ ଜିବି ଡାଟା ଅର୍ଥାତ୍ ୩୬୫ ଦିନ ପାଇଁ ୯୧୨.୮ ଜିବି ଡାଟା ମିଳିବ ଏବଂ ଜିଓର ସମସ୍ତ ସେବା ମଧ୍ୟ ମିଳଥାଏ । କିନ୍ତୁ କମ୍ପାନୀ ବର୍ତ୍ତମାନ ଜିଓ Independence Offer ଅଫର୍ ଦେଉଛି ।

ଏହି ଅଫର ଅନୂଯାୟୀ, ଗ୍ରାହକଙ୍କୁ ତିନି ହଜାର ଟଙ୍କାର ବେନିଫିଟ୍ ମିଳିବ । କମ୍ପାନୀ ୭୫ ଜିବି ଡାଟା ଭାଉଚର ସହ, ଆଜିଓ, ନେଟମେଡ୍ସ ଏବଂ ଇକ୍ସିଗୋ କୁପନ୍ ମିଳିବ । ଏହି କୁପନକୁ ଗ୍ରାହକ ମାଇଁ ଜିଓ ଆପ୍ସରୁ ରିଡିମ କରିପାରିବେ ।

Get real time updates directly on you device, subscribe now.