fbpx

ଇସ୍ରୋର ପିଏସଏଲଭି-ସି୫୨ର ଉତକ୍ଷେପଣ ସଫଳ,୧୭୧୦ କେ.ଜିର ଉପଗ୍ରହ କକ୍ଷରେ ପଥରେ ଅବସ୍ଥାପିତ

ବେଙ୍ଗାଲୁର: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ୨୦୨୨ରେ ନିଜର ପ୍ରଥମ ରକେଟ ପ୍ରକ୍ଷେପଣ କରିଛି । ସୋମବାର ୫ଟା ୫୯ ମିନିଟ୍‌ରେ ଇସ୍ରୋ ମହାକାଶକୁ ଆର୍ଥ ଅବ୍‌ଜର୍‌ଭେସନ ସାଟେଲାଇଟ (ପିଏସଏଲଭି-ସି୫୨)ର ସଫଳ ଉତ୍‌କ୍ଷେପଣ କରିଛି ।

 

ସୂଚନା ମୁତାବିକ, ରବିବାରଠାରୁ ୨୫ ଘଣ୍ଟାର ଓଲଟା ଗଣତି ଆରମ୍ଭ ହୋଇଥିଲା। ସୋମବାର ସକାଳ ୫.୫୯ ମିନିଟ୍‌ରେ ଏହି ସାଟେଲାଇଟକୁ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରର ପ୍ରଥମ ଲଞ୍ଚପ୍ୟାଡ୍‌ରୁ ଉତ୍‌କ୍ଷେପଣ କରିଯାଇଛି । ଏହି ଅଭିଯାନରେ ୧୭୧୦ କେ.ଜିର ଉପଗ୍ରହକୁ ପୃଥିବୀପୃଷ୍ଠରୁ ୫୨୯ କି.ମି. ଉଚ୍ଚତାରେ ସୂର୍ଯ୍ୟର ଧୃବୀୟ କକ୍ଷରେ ସଫଳ ରୂପେ ଅବସ୍ଥାପିତ କରାଯାଇଛି ।  ଏହାବ୍ୟତୀତ ପିଏସ୍‌ଏଲଭି ରକେଟ ଜରିଆରେ ମହାକାଶକୁ ଦୁଇଟି ଛୋଟ ସାଟେଲାଇଟ ମହାକାଶକୁ ପଠାଯାଇଛି । ପିଏସଏଲଭି ଏକ ରାଡାର ଇମେଜିଂ ସାଟେଲାଇଟ୍‌ । ସବୁ ପାଣିାଗରେ ଏହି ସାଟେଲାଇଟ୍‌ କୃଷି, ଜଙ୍ଗଲ ଏବଂ ବୃକ୍ଷରୋପଣ, ମୃତ୍ତିକା ଓ ଜଳ ବିଜ୍ଞାନ ଏବଂ ବନ୍ୟାର ଉଚ୍ଚଗୁଣବତ୍ତାର ଫଟୋ ଉତ୍ତୋଳନ କରିପାରିବ ।  ସୂଚନାଯୋଗ୍ୟ ଯେ ଗତବର୍ଷ ଯାନ୍ତ୍ରିକ ତ୍ରୁଟି କାରଣରୁ ଏହାକୁ ମହାକାଶ କକ୍ଷ ପଥରେ ଅବସ୍ଥାପିତ କରାଯାଇ ପାରିନଥିଲା । ତେବେ ଚଳିତବର୍ଷର ପ୍ରଥମ ସଫଳ ଉତ୍‌କ୍ଷେପଣରେ ଇସ୍ରୋ ଏହି କ୍ଷତିର ଭରଣା କରି ପାରିଛି

 

Get real time updates directly on you device, subscribe now.