fbpx

ପ୍ରଚାର କରିପାରିବେନି ପ୍ରମିଳା: କଟକଣା ଲଗାଇଲେ SEC

ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଉପରେ କଟକଣା ଲଗାଇଲେ ଏସଇସି । ଆସନ୍ତା ୪୮ ଘଣ୍ଟା ପାଇଁ ପ୍ରଚାର କରିପାରିବେନି ପ୍ରମିଳା ମଲ୍ଳିକ । ଆସନ୍ତାକାଲି ଦିନ ୧୦ଟାରୁ ପ୍ରଚାର କରିପାରିବେନି ପ୍ରମିଳା । ଏହି ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କୌଣସି ସ୍ଥାନରେ ପ୍ରଚାର କରିପାରିବେ ନାହିଁ ବିଧାୟିକ । ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ପରେ କଟକଣା ଲଗାଇଲେ ଏସଇସି ।

ସୂଚନାଯୋଗ୍ୟ, ବିଧାୟିକା ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍ ନଦେଲେ ବାର୍ଦ୍ଧକ୍ୟ ଭତ୍ତା, ରାସନକାର୍ଡ ଏବଂ ପ୍ରଧାନମନ୍ତ୍ରୀ ଆବାସ ସବୁ ବନ୍ଦ ବୋଲି ନିର୍ବାଚନ ପ୍ରଚାର ସମୟରେ କହିଥିବା ନେଇ ଅଭିଯୋଗ ହୋଇଥିଲା । ଯାହାକୁ ନେଇ ରାଜନୀତିକ ଚର୍ଚ୍ଚା ମଧ୍ୟ ଜୋର ଧରିଥିଲା ।

Get real time updates directly on you device, subscribe now.